Top Stories

Search here...

News

୧୯ ହଜାର ୮୩୩ କୋଟି ଟଙ୍କାର ଅତିରିକ୍ତ ବଜେଟ ଆଗତ; ଦେଖନ୍ତୁ କେଉଁ ବିଭାଗ ପାଇଁ କେତେ ବଜେଟ୍ 

Posted On - 1 month ago
Edited By Team BbsrReporters
LAST UPDATED Jan 18, 2022 02:53 PM

ବଜେଟରେ ପ୍ରଶାସନିକ ବ୍ୟୟ-୪୫୭୭କୋଟି, କାର୍ଯ୍ୟକ୍ରମ ବ୍ୟୟ ୧୩୫୬୮କୋଟି, ବିପର୍ଯ୍ୟୟ ପ୍ରଶମନ ପାଣ୍ଠି-୧୬୮୨କୋଟି ଓ ରାଜ୍ୟ ବଜେଟରୁ ସ୍ଥାନାନ୍ତର ୬କୋଟି ଟଙ୍କାର ବ୍ୟୟବରାଦ ହୋଇଛି ।

 

BBSR Reporters


ଭୁବନେଶ୍ୱର: ବିରୋଧୀଙ୍କ  ହଟ୍ଟଗୋଳ ଭିତରେ ଆଜି ବିଧାନସଭାରେ ୨୦୨୧-୨୨ ଆର୍ଥôକ ବର୍ଷ ପାଇଁ ୧୯ ହଜାର ୮୩୩ କୋଟି ଟଙ୍କାର ଅତିରିକ୍ତ ବଜେଟ ଆଗତ ହେଇଛି ।  ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଉପସ୍ଥାପନ କରିଛନ୍ତି ।  ଖଣି ରାଜସ୍ୱ ସଂଗ୍ରହ ଉପରେ ଭରସା କରି ଓ ବିଭିନ୍ନ ସଂସ୍ଥା ସହ ସହବନ୍ଧିତ(ବୁଝାମଣା) ମାଧ୍ୟମରେ ରାଜ୍ୟ ସରକାର ଅତିରିକ୍ତ ବଜେଟ  ପ୍ରସ୍ତୁତ କରିଛନ୍ତି  । 

 


ଅତିରିକ୍ତ ବଜେଟରେ ରାଜ୍ୟ ସରକାର ୩୫୬୭କୋଟି ଟଙ୍କାକୁ ପଂଚାୟତିରାଜ ଓ ପାନୀୟ ଜଳ ବିଭାଗ, ୨୦୩୮.୧୬କୋଟି ଟଙ୍କା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ୧୧୩୪.୯୮କୋଟି ଟଙ୍କା ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ୨୧୪୧.୫୩କୋଟି ଟଙ୍କା ଶକ୍ତି କ୍ଷେତ୍ର ଓ ୧୦୭୩.୬୭କୋଟି ଟଙ୍କା ସ୍କୁଲ ଓ ଗଣଶିକ୍ଷା ବିଭାଗ ନିମନ୍ତେ ବ୍ୟୟବରାଦ ହୋଇଛି  ।

 

ଆଜି ବିରୋଧୀ ଦଳ ସଦସ୍ୟମାନେ ଗୃହର ମଧ୍ୟଭାଗରେ ବ୍ୟାନର ଧରି ହଟ୍ଟଗୋଳ କରୁଥିବାବେଳେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଆଜି ଏହି ଅତିରିକ୍ତ ବଜେଟକୁ ଉପସ୍ଥାପନ କରିଛନ୍ତି । ବଜେଟରେ ପ୍ରଶାସନିକ ବ୍ୟୟ-୪୫୭୭କୋଟି, କାର୍ଯ୍ୟକ୍ରମ ବ୍ୟୟ ୧୩୫୬୮କୋଟି, ବିପର୍ଯ୍ୟୟ ପ୍ରଶମନ ପାଣ୍ଠି-୧୬୮୨କୋଟି ଓ ରାଜ୍ୟ ବଜେଟରୁ ସ୍ଥାନାନ୍ତର ୬କୋଟି ଟଙ୍କାର ବ୍ୟୟବରାଦ ହୋଇଛି । ପ୍ରଶାସନିକ ବ୍ୟୟ ବାବଦରେ ଥିବା ୪୫୭୭ କୋଟି ଟଙ୍କା ମୂଳ ବଜେଟରେ ଆଡଜଷ୍ଟ ଓ ସରେଣ୍ଡରରୁ ସଂଗ୍ରହ ନିମନ୍ତେ ଲକ୍ଷ୍ୟ ରଖିଥିବା ସରକାର କାର୍ଯ୍ୟକ୍ରମ ବ୍ୟୟ ବାବଦରେ ଥିବା ୧୩୫୬୮କୋଟି ଟଙ୍କା ମଧ୍ୟରୁ ୭୪୩୧କୋଟି ଟଙ୍କା ନିଜର ଖଣି ରାଜସ୍ୱରୁ ଓ ବାକି ୬୧୩୭ କୋଟି ଟଙ୍କା ସହବନ୍ଧିତ(ବୁଝାମଣା)ରେ ଭରଣା କରିବାକୁ ଲକ୍ଷ୍ୟ ରଖିଛନ୍ତି ।

 

 

ବିଶେଷକରି ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୪୯୮.୫୧କୋଟି ଟଙ୍କାର ବ୍ୟୟବରାଦ କରିଥିବା ଓଡ଼ିଶା ସରକାର ନୂଆ ଯୋଜନା ‘ପ୍ରଧାନମନ୍ତ୍ରୀ ଆତ୍ମନିର୍ଭର ସୁସ୍ଥ ଭାରତ ଯୋଜନା’ରେ ରାଜ୍ୟର ଅଂଶଧନ ପାଇଁ ୨୨୯.୫୫କୋଟି ଓ ଜାତୀୟ ସ୍ୱାସ୍ଥ୍ୟ ମିଶନରେ ଓଡ଼ିଶାର ଅଂଶଧନ ବାବଦରେ ୯୦୭.୮୩କୋଟି ଟଙ୍କା ବ୍ୟୟବରାଦ ହୋଇଛି  ।

 

ସେହିପରି କୋଭିଡରେ ପିତାମାତାଙ୍କୁ ହରାଇଥିବା ପିଲାଙ୍କ ନିମନ୍ତେ ଉଦ୍ଧିଷ୍ଟ ‘ଆର୍ଶୀବାଦ’ ଯୋଜନା ପ ।ଇଁ ୩୫କୋଟି ଟଙ୍କା, ମଧୁବାବୁ ପେନସନ ପାଇଁ ୨୧୫.୪୩ କୋଟି ଟଙ୍କା ସମେତ ମୋଟ ୫୮୪.୯୨କୋଟି ଟଙ୍କାର ସାମାଜିକ ସୁରକ୍ଷା ଯୋଜନା, ଅଙ୍ଗନୱାଡ଼ି କେନ୍ଦ୍ରଗୁଡ଼ିକୁ ନୂଆ ରନ୍ଧନ ଗ୍ୟାସ ସଂଯୋଗ ଓ ଅଙ୍ଗନବାଡ଼ି କର୍ମୀଙ୍କ ଭତ୍ତା ବାବଦରେ ୧୩୦.୮୧କୋଟି ଟଙ୍କା, ଏରୋଡ୍ରମ ନିର୍ମାଣ ବାବଦରେ ୪୦କୋଟି, ବିଦ୍ୟୁତଚାଳିତ ଗାଡ଼ି କ୍ରୟରେ ସବସିଡି ପାଇଁ ୫କୋଟି, ବିଜୁ ଗ୍ରାମ୍ୟ ଜ୍ୟୋତି ପାଇଁ ୪୦କୋଟି, ବାୟୋଟେକ୍ନୋଲୋଜି ବିକାଶ ପାଇଁ ୧୩କୋଟି, ପ୍ଲାନେଟୋରିୟମ ଓ ମ୍ୟୁଜିୟମ ବିକାଶ ପାଇଁ ୩୨.୫୦କୋଟି, ନୂଆ କଳାମଣ୍ଡଳ ନିର୍ମାଣ ପାଇଁ ୪୧.୯୪କୋଟି ଟଙ୍କା, ସଂସ୍କୃତି ନିଦେ୍ର୍ଧଶାଳୟ ପାଇଁ ୨୪.୬୯କୋଟି, ମୋ ସ୍କୁଲ ଅଭିଯାନ ପାଇଁ ୮୮୭ କୋଟି, ମଡେଲ ଐତିହ୍ୟ ଗାଁ ନିର୍ମାଣ ପାଇଁ ୬କୋଟି ଟଙ୍କା ବ୍ୟୟବରାଦ ହୋଇଛି  ।

 

ଏଥିସହିତ ଗ୍ରୀଡକୋରେ ଅଂଶଧନ ବିନିଯୋଗ ବାବଦରେ ୨୦୩୯.୬୯କୋଟି ଟଙ୍କା, କୋଭିଡ୍ କଟକଣା ଯୋଗୁ ଓଏସଆରଟିସି ବସ୍ ଚଳାଚଳ କ୍ଷତି ଭରଣା ନିମନ୍ତେ ୫୦କୋଟି ଟଙ୍କା, ପ୍ରଧାନମନ୍ତ୍ରୀ ଆବାସ ଓ ବିଜୁ ପକ୍କାଘର ବାବଦରେ ୨୫୬୪ କୋଟି ଟଙ୍କା, ଅନୁସୂଚିତ ଜାତିଙ୍କ ବିକାଶ ପାଇଁ ୯୦.୧୬କୋଟି ଟଙ୍କା, ବିପିଏଲ ପରିବାରରଙ୍କୁ କୋଭିଡ୍ ସହାୟତା ଓ ଚାଉଳ ଯୋଗାଣ ପାଇଁ ୧୧୦୫.୧୮କୋଟି ଟଙ୍କା, ମିଶନ ଶକ୍ତି ଅଧୀନରେ ଥିବା କାର୍ଯ୍ୟକ୍ରମ ପାଇଁ ୮୪.୫କୋଟି ଟଙ୍କା, କ୍ରୀଡ଼ା ଭିତ୍ତିଭୂମିର ବିକାଶ ପାଇଁ ୧୮୦କୋଟି ଟଙ୍କା ବ୍ୟୟବରାଦ ହୋଇଛି  ।

 

ବଜେଟ ଉପସ୍ଥାପନବେଳେ ରାଜ୍ୟ ଅର୍ଥମନ୍ତ୍ରୀ ଶ୍ରୀ ପୂଜାରୀ ସ୍ପଷ୍ଟ କରିଛନ୍ତି ଯେ, କୋଭିଡର ଦ୍ୱିତୀୟ ଲହର ଯୋଗୁ ବାଧାପ୍ରାପ୍ତ ହୋଇଥିବା ଅର୍ଥନୀତିରେ ଏବେ ସୁଧାର ଆସିବାରେ ଲାଗିଛି  । ଏଫଆରବିଏମ୍ ଆକ୍ଟର ପ୍ରାବଧାନ ଅନୁସାରେ ବିତ୍ତୀୟ ନିଅଣ୍ଟ ପରିମାଣକୁ ରାଜ୍ୟ ମୋଟ ଘରୋଇ ଉତ୍ପାଦ(ଜିଏସଡିପି)ର ୩% ମଧ୍ୟରେ ସୀମିତ ରଖାଯାଇଥିବାବେଳେ ଋଣ ଭାର ମଧ୍ୟ ଜିଏସଡିପିର ୨୫% ମଧ୍ୟରେ ସୀମିତ ରହିବ  । ଚଳିତ ଆର୍ଥôକ ବର୍ଷରେ ରାଜ୍ୟ ସରକାର ଅଧିକ ପରିମାଣର ଖଣି ରାଜସ୍ୱ ପାଇବେ ବୋଲି ଅର୍ଥମନ୍ତ୍ରୀ ତାଙ୍କ ବଜେଟ ଭାଷଣରେ ଉଲ୍ଲେଖ କରିଛନ୍ତି  ।


 

Related News
satta king tw