Top Stories

Search here...

News

ନୂଆ ବର୍ଷରୁ ମହଙ୍ଗା ହେବ ଜୋତା; ଏଟିଏମରୁ ଟଙ୍କା ଉଠାଣ ଉପରେ ଦେବାକୁ ପଡିବ ଅଧିକ ଚାର୍ଜ

Posted On - 4 months ago
Edited By Team BbsrReporters
LAST UPDATED May 16, 2022 05:25 AM

ଜିଏସଟି ସ୍ଲାବ ୫ % ରୁ ୧୨ % ବୃଦ୍ଧି ହୋଇଥିବାରୁ ଜୋତା ଓ ଚପଲ କିଣିବା ବେଳେ ଅଧିକ ଟଙ୍କା ଦେବାକୁ ପଡ଼ିବ ।

 

BBSR Reporters

 

ନୂଆଦିଲ୍ଲୀ: ଆସନ୍ତାକାଲିଠାରୁ ଏଟିଏମରୁ ଟଙ୍କା ଉଠାଇବା ପାଇଁ ଗ୍ରାହକଙ୍କୁ ଅଧିକ ଚାର୍ଜ ଦେବାକୁ ପଡ଼ିବ । ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ବ୍ୟାଙ୍କଗୁଡ଼ିକୁ ଟଙ୍କା ଉଠାଣ ଚାର୍ଜ ବୃଦ୍ଧି କରିବାକୁ ଅନୁମତି ଦେଇଛନ୍ତି । ସେହିପରି ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ସହ ଅନେକ ଘରୋଇ ବ୍ୟାଙ୍କ ମଧ୍ୟ ସେମାନଙ୍କ ଟଙ୍କା ଉଠାଣ ଚାର୍ଜକୁ କାଲିଠାରୁ ବୃଦ୍ଧି କରିବେ । ଜିଏସଟି ସ୍ଲାବ ୫ % ରୁ ୧୨ % ବୃଦ୍ଧି ହୋଇଥିବାରୁ ଜୋତା ଓ ଚପଲ କିଣିବା ବେଳେ ଅଧିକ ଟଙ୍କା ଦେବାକୁ ପଡ଼ିବ ।

 

ଜାନୁଆରୀ ୧ରୁ ଫୁଟୱେର ଶିଳ୍ପ ଠାରୁ ଅଧିକ ପରିମାଣର ଜିଏସ୍ଟି ଆଦାୟ କରାଯିବ । ପୂର୍ବରୁ ଏହି ଶିଳ୍ପ ୫% ଜିଏସ୍ଟି ସ୍ଲାବରେ ରହିଥିଲା । ହେଲେ ଆସନ୍ତାକାଲି ଠାରୁ ଜୋତା ଓ ଚପଲ ଉପରେ ୧୨% ଜିଏସ୍ଟି ଲାଗିବ । ଫଳରେ ଏଗୁଡ଼ିକର ଦାମ ବୃଦ୍ଧି ପାଇବ । କେନ୍ଦ୍ର ସରକାର ବୟନ ଶିଳ୍ପ ଉପରେ ଲାଗୁଥିବା ଜିଏସ୍ଟିକୁ ୧୨% କରିବାକୁ ନିଷ୍ପତ୍ତି ନେଇଥିଲେ । ହେଲେ ବିରୋଧ ଯୋଗୁ ଏହାକୁ ୫%ରେ ଅପରିବର୍ତ୍ତିତ ରଖାଯାଇଛି । ଆଜି ୪୬ତମ ଜିଏସ୍ଟି ପରିଷଦ ବୈଠକରେ ଜିଏସ୍ଟି ପରିମାଣକୁ ବୃଦ୍ଧି ନ କରିବାକୁ ନିଷ୍ପତ୍ତି ହୋଇଛି ।

 

୨୦୨୨ ଜାନୁଆରୀ ୧ରୁ ଧାର୍ଯ୍ୟ ସୀମାରୁ ଅଧିକ ଥର ଏଟିଏମରୁ ଟଙ୍କା ଉଠାଇଲେ ଗ୍ରାହକଙ୍କୁ ୨୦ ଟଙ୍କା ବଦଳରେ ୨୧ ଟଙ୍କା ଦେବାକୁ ପଡ଼ିବ । ତିନୋଟି ଘରୋଇ ବ୍ୟାଙ୍କ ମଧ୍ୟ ସେମାନଙ୍କ ଟଙ୍କା ଉଠାଣ ନିୟମରେ ପରିବର୍ତ୍ତନ କରିଛନ୍ତି । ଆଇସିଆଇସିଆଇ ବ୍ୟାଙ୍କର ନୂଆ ନିୟମ ଅନୁଯାୟୀ ପ୍ରଥମ ୫ଟି ଟ୍ରାଞ୍ଜାକସନ ପାଇଁ କୌଣସି ଚାର୍ଜ ଦେବାକୁ ପଡ଼ିବନି । ଏହାପରେ କାରବାର କଲେ ପ୍ରତ୍ୟେକ ଥର ଗ୍ରାହକଙ୍କୁ ୨୧ ଟଙ୍କା ଲେଖାଏ ଦେବାକୁ ପଡ଼ିବ । ପ୍ରତ୍ୟେକ ଆର୍ଥôକ କାରବାର ଉପରେ ୨୧ ଟଙ୍କା ଚାର୍ଜ ଲାଗିବାକୁ ଥିବା ବେଳେ ଅଣ ଆର୍ଥôକ କାରବାର ପାଇଁ ୮.୫୦ ଟଙ୍କା ଆଦାୟ କରାଯିବ ।

 

 ଏଚଡିଏଫସି ସହର ଅନୁଯାୟୀ ଭିନ୍ନଭିନ୍ନ ନିୟମ ପ୍ରସ୍ତୁତ କରିଛି । ମୁମ୍ବାଇ, ଦିଲ୍ଲୀ, ଚେନ୍ନାଇ, କୋଲକାତା, ବେଙ୍ଗାଲୁରୁ ଓ ହାଇଦ୍ରାବାଦରେ ପ୍ରଥମ ୩ଟି କାରବାର ପାଇଁ କୌଣସି ଚାର୍ଜ ଦେବାକୁ ପଡ଼ିବନି । ଏହାପରେ କାରବାର କଲେ ୨୧ ଟଙ୍କା ସହ ଟିକସ ଦେବାକୁ ପଡ଼ିବ । ସେହିପରି ଆକ୍ସିସ୍ ବ୍ୟାଙ୍କ ମଧ୍ୟ ୫ଟି ଟ୍ରାଞ୍ଜକସନ ପରେ ୨୦ ଟଙ୍କା ଚାର୍ଜ ସହ ଟିକସ ଆଦାୟ କରିବ । ଏହା କେବଳ ଆର୍ଥôକ କାରବାର ପାଇଁ ଲାଗୁ ହେବ । ଅଣ ଆର୍ଥôକ କାରବାର ପାଇଁ କୌଣସି ଚାର୍ଜ ଦେବାକୁ ପଡ଼ିବ ନାହିଁ ।

 

ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ ମଧ୍ୟ ଏହାର କାରବାର ସମ୍ପର୍କିତ ନିୟମରେ ପରିବର୍ତ୍ତନ କରିବ । ନୂଆ ନିୟମ ଅନୁଯାୟୀ, ପ୍ରଥମ ୪ଟି ଟ୍ରାଞ୍ଜାକସନ ପାଇଁ ଚାର୍ଜ ଲାଗୁ ହେବନି । ଏହାପରେ ପ୍ରତି ଟ୍ରାଞ୍ଜାକସନ ପିଛା ଗ୍ରାହକଙ୍କୁ ୨୫ ଟଙ୍କା ଲେଖା ଦେବାକୁ ପଡ଼ିବ ।
 

Related News
satta king tw