Top Stories

Search here...

News

ଆସନ୍ତା ୧୬ରୁ ଘରୋଇ ବସ୍ ଚଳାଚଳ ବନ୍ଦ

Posted On - 2 minutes ago
Edited By Prabir Kumar
LAST UPDATED Oct 27, 2021 10:05 AM

ତେଲ ଦର ନ କମିଲେ ନଭେମ୍ବର ୧୬ ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଘରୋଇ ବସ୍ ଚଳାଚଳ ବନ୍ଦ ରହିବ ବୋଲି ରାଜ୍ୟ ଘରୋଇ ବସ୍ ସଂଘର ସମ୍ପାଦକ କହିଛନ୍ତି ।

 

BBSR Reporters

 

ଭୁବନେଶ୍ୱର: ଲଗାତର ତୈଳ ଦର ବଢୁଥିବା ବେଳେ ବସ ଭଡା ବଢୁନାହିଁ । ଏନେଇ ରାଜ୍ୟ ଘରୋଇ ବସ୍ ସଂଘ ପକ୍ଷରୁ ରାଜ୍ୟ ସରକାରଙ୍କୁ ଚେତାବନୀ ଦିଆଯାଇଛି । ତେଲ ଦର କମ୍ କରିବା ପାଇଁ ସଂଘ ପକ୍ଷରୁ ଦାବି କରାଯାଇଛି । ଏଥିପାଇଁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ସରକାରଙ୍କୁ ମହଲତ ଦିଆଯାଇଛି । ଏହା ମଧ୍ୟରେ ତେଲ ଦର ନ କମିଲେ ନଭେମ୍ବର ୧୬ ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଘରୋଇ ବସ୍ ଚଳାଚଳ ବନ୍ଦ ରହିବ ବୋଲି ରାଜ୍ୟ ଘରୋଇ ବସ୍ ସଂଘର ସମ୍ପାଦକ କହିଛନ୍ତି ।

 

ସମ୍ପାଦକ କହିଛନ୍ତି, ତେଲ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ଜିନିଷର ଦାମ୍ ବୃଦ୍ଧି ଯୋଗୁ ବସ୍ ଗୁଡ଼ିକ କ୍ଷତିରେ ଚାଲିଛି । ଏଥିପାଇଁ ସରକାରଙ୍କ ସହଯୋଗ ଦରକାର ରହିଛି । ସରକାର ତେଲ ଦାମ୍ କମ୍ କରିବା ସହ ଟ୍ୟାକ୍ସ କମ୍ କରନ୍ତୁ ।

 

ସେ ଆହୁରି କହିଛନ୍ତି, ତେଲ ଦର ହ୍ରାସ କରିବା ପାଇଁ ଆମେ ସରକାରଙ୍କୁ ନଭେମ୍ବର ୧୫ ତାରିଖ ପର୍ଯ୍ୟନ୍ତ ମହଲତ ଦେଉଛୁ । ସରକାର ଆମ ଦାବି ନ ଶୁଣିଲେ ନଭେମ୍ବର ୧୬ ତାରିଖରୁ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଘରୋଇ ବସ୍ ଚଳାଚଳ ବନ୍ଦ ରହିବ ।ରାଜ୍ୟ ଘରୋଇ ବସ୍ ସଂଘ ପକ୍ଷରୁ ସାଧାରଣ ପରିଷଦ ବୈଠକ ବସିଥିଲା । ବୈଠକ ଏନେଇ ନିଷ୍ପତ୍ତି ନିଆଯାଇଛି ।

Related News
satta king tw