Top Stories

Search here...

News

ଦୀପାବଳିରେ ଏହି ବାଣ ଫୁଟାଇବାକୁ ଅନୁମତି ଦେଲେ ହାଇକୋର୍ଟ

Posted On - 2 months ago
Edited By Team BbsrReporters
LAST UPDATED Jan 17, 2022 06:58 PM

ମୁଖ୍ୟତ ଏହି ଏହି ବାଣଗୁଡ଼ିକ ସାଧାରଣ ଭାବେ ବ୍ୟବହାର ହେଉଥିବା ଅନ୍ୟ ବାଣ ଅପେକ୍ଷା କମ୍ କ୍ଷତିକାର ।  ଏଥିରେ ବହୁତ୍ କମ୍ ମାତ୍ରାରେ ରାସାୟନିକ ପଦାର୍ଥ ମିଶିଥାଏ  । 

 

BBSR Reporters

 

ଦୀପାବଳିରେ  ବାଣ ଫୁଟା ନେଇ ହାଇକୋର୍ଟ ଚୂଡ଼ାନ୍ତ ନିଷ୍ପତି  ନେଇଛନ୍ତିି । ଏଥର କେବଳ ଗ୍ରୀନ କ୍ରାକ୍ରର ଫୁଟାଇବାକୁ  ହାଇକୋର୍ଟ ଅନୁମତି ଦେଇଛନ୍ତି ।ମୁଖ୍ୟତ ଏହି ଏହି ବାଣଗୁଡ଼ିକ ସାଧାରଣ ଭାବେ ବ୍ୟବହାର ହେଉଥିବା ଅନ୍ୟ ବାଣ ଅପେକ୍ଷା କମ୍ କ୍ଷତିକାର ।  ଏଥିରେ ବହୁତ୍ କମ୍ ମାତ୍ରାରେ ରାସାୟନିକ ପଦାର୍ଥ ମିଶିଥାଏ  । ଏଥିରେ କେମିକାଲ୍ ଫର୍ମୁଲେସନ୍ ଏମିତି ହୋଇଥାଏ ଯାହା ପାଣିର ମଲିକ୍ୟୁଲ୍ ବା ଅତି ସୂକ୍ଷ୍ମ କଣିକା ସୃଷ୍ଟି କରିଥାଏ । ଏହା କ୍ଷତିକାରକ ରାସାୟନିକ ପଦାର୍ଥ କ୍ଷରଣ ସ୍ତରକୁ କମ୍ କରିବା ସହ ଧୂଳିକଣାକୁ ଶୋଷି ନେଇଥାଏ ।

 


ପାର୍ଟିକୁଲେଟ୍ ମେର୍ଟ, ନାଇଟ୍ରସ୍ ଅକ୍ସାଇଡ୍ ଓ ସର୍ଲ୍ଫ ଅକ୍ସାଇଡ୍ ଭଳି ପ୍ରଦୂଷକ ୩୦-୩୫ ପ୍ରତିଶତ କମ୍ କରିଥାଏ । ସେହିପରି କମ୍ ଆଲ୍ମିନିୟମ୍ ଥିବା ବାଣ, ଯାହା କମ୍ ପ୍ରଦୂଷଣ କରିଥାଏ । ବିଜ୍ଲି ବାଣ, ଯେଉଁଥିରେ ବାରୁଦର ବ୍ୟବହାର ହୋଇ ନ ଥାଏ । ଏମିତି ସବୁ ବାଣ ଯେଉଁଥିରେ ଆଣ୍ଟିମନି, ଲିଥିୟମ୍, ର୍ମକ୍ୟୁରି, ଆର୍ସେନିକ୍ ଆଦି କ୍ଷତିକାରକ ଜିନିଷର ମିଶ୍ରଣ ହୋଇ ନ ଥାଏ । ଏହି ସବୁ ବାଣକୁ ସବୁଜ ବାଣ କୁହାଯାଏ । ଆଜି ଏନେଇ ହାଇକୋର୍ଟରେ ଚୂଡାନ୍ତ ଶୁଣାଣି ହୋଇଥିଲା ।  ପୂର୍ବ ଶୁଣାଣି ବେଳେ ଏସଆରସିଙ୍କ ଉପରେ ନିଷ୍ପତି ଛାଡ଼ିଥିଲେ କୋର୍ଟ  । 
 

Related News
satta king tw