Top Stories

Search here...

News

ଆସନ୍ତା ମେ’ ମାସ ସୁଦ୍ଧା ନିଲାମ ହେବ ୫-ଜି ସ୍ପେକ୍ଟ୍ରମ: ଅଶ୍ୱିନୀ ବୈଷ୍ଣବ

Posted On - 2 months ago
Edited By Prabir Kumar
LAST UPDATED Jan 16, 2022 03:23 PM

କିଭଳିି ସ୍ପେକ୍ଟ୍ରମ ନିଲାମ କରାଯିବ ସେନେଇ ବିଚାରବିମର୍ଶ କରୁଛି ଟ୍ରାଇ । ଫେବ୍ରୁଆରୀ ସୁଦ୍ଧା ଟ୍ରାଇ ତାର ରିପୋର୍ଟ ଦେବାପରେ ସରକାର ନିଲାମ ପ୍ରକ୍ରିୟା ଆରମ୍ଭ କରିବେ  ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି ।

 

BBSR Reporters

 

ନୂଆଦିଲ୍ଲୀ: ଆଗାମୀ ବର୍ଷ ଏପ୍ରିଲ-ମେ’ ସୁଦ୍ଧା ଦେଶରେ ୫-ଜି ସ୍ପେକ୍ଟ୍ରମ ନିଲାମ ପ୍ରକ୍ରିୟା ଆରମ୍ଭ ହେବ । ଜାତୀୟ ଗଣମାଧ୍ୟମ ଟାଇମ୍ସ ନାଓ ସମ୍ମିଟରେ ଯୋଗଦେଇ ଏହି ସୂଚନା ଦେଇଛନ୍ତି ଟେଲିକମ୍ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ଏଥିପାଇଁ ଟେଲିକମ୍ ରେଗୁଲେଟୋରୀ ଅଥୋରିଟି ଅଫ ଇଣ୍ଡିଆ- ଟ୍ରାଇ ତାର କାମ ଜାରି ରଖିଛି । କିଭଳିି ସ୍ପେକ୍ଟ୍ରମ ନିଲାମ କରାଯିବ ସେନେଇ ବିଚାରବିମର୍ଶ କରୁଛି ଟ୍ରାଇ । ଫେବ୍ରୁଆରୀ ସୁଦ୍ଧା ଟ୍ରାଇ ତାର ରିପୋର୍ଟ ଦେବାପରେ ସରକାର ନିଲାମ ପ୍ରକ୍ରିୟା ଆରମ୍ଭ କରିବେ  ବୋଲି ସେ କହିଛନ୍ତି ।

 

ସେହିପରି ସାମାଜିକ ଗଣମାଧ୍ୟମକୁ ସରକାର ନିୟନ୍ତ୍ରଣ କରିବା କିମ୍ବା ବ୍ୟକ୍ତିଗତ ଗୋପନୀୟତାକୁ କ୍ଷୁଣ୍ଣ କରିବା ପ୍ରଶ୍ନର ଅତି ସରଳ ଉତର ରଖିଛନ୍ତି ଆଶ୍ୱିନୀ ବୈଷ୍ଣବ । ବହୁଚର୍ଚ୍ଚିତ ପେଗାସସ ଗୁଇନ୍ଦାଗିରି ପ୍ରସଙ୍ଗରେ ଉତର ରଖି କହିଛନ୍ତି ସୁପ୍ରିମକୋର୍ଟଙ୍କ ଗାଇଡ ଲାଇନ୍ ଅନୁସାରେ କରକାର ସମସ୍ତ କାମ କରିଛନ୍ତି । କିନ୍ତୁ ସରକାର ଗୁଇନ୍ଦାଗିରି ପାଇଁ ପେଗାସସକୁ ବ୍ୟବହାର କରିଛନ୍ତି ନା ନାହିଁ, ସେନେଇ ସିଧାସିଧା ଉତର ରଖିନାହାନ୍ତି କେନ୍ଦ୍ରମନ୍ତ୍ରୀ ।


 

Related News
satta king tw