Top Stories

Search here...

News

ଓଡ଼ିଶା ସମେତ ୫ଟି ରାଜ୍ୟର ଆକାଂକ୍ଷୀ ଜିଲ୍ଲାରେ ୪ଜି ମୋବାଇଲ ସେବାକୁ  କ୍ୟାବିନେଟ ମଞ୍ଜୁରୀ 

Posted On - 4 minutes ago
Edited By Prabir Kumar
LAST UPDATED Nov 17, 2021 06:57 PM

ଓଡିଶାର ଆକାଂକ୍ଷୀ ଜିଲ୍ଲାର ୩,୯୩୩ ଗ୍ରାମରେ ୪ଜି ମୋବାଇଲ ସେବା ଉପଲବ୍ଧ ହେବ : ଧର୍ମେନ୍ଦ୍ର ପ୍ରଧାନ 

 

BBSR Reporters

 

ନୂଆଦିଲ୍ଲୀ: ଓଡ଼ିଶା ସମେତ ଦେଶର ୫ଟି ରାଜ୍ୟର ଆକାଂକ୍ଷୀ ଜିଲ୍ଲା ଗୁଡ଼ିକରେ ୪ଜି ମୋବାଇଲ ସେବା ଉପଲବ୍ଧ କରିବା ପାଇଁ ୟୁନିଭର୍ସାଲ ସର୍ଭିସ ଓବଲିଗେସନ ଫଣ୍ଡ୍ (ୟୁଏସଓଏଫ) ଅଧୀନରେ ୬,୪୬୬ କୋଟି ଟଙ୍କା କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି ପ୍ରଦାନ କରିଥିବାରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଧନ୍ୟବାଦ ଜଣାଇଛନ୍ତି । ଏହି ନିଷ୍ପତି ଦ୍ୱାରା ଓଡିଶାର ଆକାଂକ୍ଷୀ ଜିଲ୍ଲାର ୩,୯୩୩ ଗ୍ରାମରେ ୪ଜି ମୋବାଇଲ ସେବା ଉପଲବ୍ଧ ହେବ ବୋଲି ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ।

 

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଟ୍ୱିଟ୍ କରିଛନ୍ତି ଯେ ଏହା ଏକ ଜନକଲ୍ୟାଣକାରୀ ପଦକ୍ଷେପ । ଓଡ଼ିଶା ସମେତ ୫ଟି ରାଜ୍ୟ ଆନ୍ଧ୍ରପ୍ରଦେଶ, ଛତିଶଗଡ଼, ଝାଡ଼ଖଣ୍ଡ ଏବଂ ମହାରାଷ୍ଟ୍ରର ମୋଟ ୪୪ ଆକାଂକ୍ଷୀ ଜିଲ୍ଲା ଗୁଡିକର ଗ୍ରାମ ଗୁଡିକ ୪ଜି ମୋବାଇଲ ସେବା ଦ୍ୱାରା ଉପକୃତ ହେବେ । ୪ଜି ସେବା ଯୋଗାଇ ଦେବା ପାଇଁ ୟୁଏସଓଏଫ୍ ଯୋଜନାରେ ୬,୪୬୬ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି । ଓପନ କମ୍ପିଟେଟିଭ୍ ବିଡିଂ ପ୍ରକ୍ରିୟାରେ ଏହି କାର୍ଯ୍ୟ କରାଯିବ ।

 

ଏହି ନିଷ୍ପତି ୫ଟି ରାଜ୍ୟର ଆକାଂକ୍ଷୀ ଜିଲ୍ଲା ଗୁଡ଼ିକରେ ୪ଜି ସେବା ଉପଲବ୍ଧ ନ ଥିବା ୭,୨୮୭ ଗ୍ରାମରେ ଡ଼ିଜିଟାଲ ସେବାକୁ ଗତି ଦେବା ସହ ବିକାଶମୂଳକ କାର୍ଯ୍ୟକୁ ସହଯୋଗ କରିବ ଏବଂ ପ୍ରାକୃତିକ ବିପର୍ଯ୍ୟୟ ପ୍ରସ୍ତୁତିକୁ ମଜବୁତ କରିବା ସଙ୍ଗେସଙ୍ଗେ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ମଧ୍ୟ ଇଂଟରନେଟ୍ ପ୍ରଦାନ କରିବାରେ ସହାୟକ ହେବ । ଏହାବ୍ୟତିତ କେବଳ ଓଡ଼ିଶାର ୧୦ଟି ଆକାଂକ୍ଷୀ ଜିଲ୍ଲାର ୩,୯୩୩ ଗ୍ରାମରେ ହାଇସ୍ପିଡ଼୍ ମୋବାଇଲ୍ ଏବଂ ଇଂଟରନେଟର ସଂଯୋଗୀକରଣ ହେବ । ଏହି ନିଷ୍ପତି ଡିଜିଟାଲ ଇଣ୍ଡିଆ ଏବଂ ଡିଜିଟାଲ ସଂଯୋଗୀକରଣର କଳ୍ପନାକୁ ପୂରଣ କରିବାରେ ସହାୟକ ହେବ । ନିଯୁକ୍ତି ସୁଯୋଗର ଉପଲବ୍ଧତା ବଢିବ ଓ ଘରୋଇ ବିନିର୍ମାଣକୁ ପ୍ରୋତ୍ସାହନ ଦେବ ବୋଲି କେନ୍ଦ୍ରମନ୍ତ୍ରୀ ଟ୍ୱିଟ୍ କରିଛନ୍ତି ।

Related News
satta king tw