Top Stories

Search here...

News

ପ୍ରମାଣ ମିଳିଲାନି, ନିର୍ଦ୍ଦୋଷରେ ଖଲାସ ହେଲେ ୨୨ ଦିନ  ଧରି ଦୁଷ୍କର୍ମ କରିଥିବା ଦୁଇ ଅଭିଯୁକ୍ତ

Posted On - 51 minutes ago
Edited By Team BbsrReporters
LAST UPDATED Dec 28, 2021 07:28 PM

କଟକ ଗତିରାଉତପାଟଣା ନାବାଳିକା ଗଣଦୁଷ୍କର୍ମ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ ରେ ଖଲାସ କରିଛନ୍ତି ସ୍ୱତନ୍ତ୍ର ପକ୍ସୋ କୋର୍ଟ । 

 

BBSR Reporters

 

ଭୁବନେଶ୍ୱର: ଦୁଇ ପ୍ରମାଣ ଯୋଗାଡ଼ କରିପାରିଲା ନାହିଁ କମିଶନରେଟ୍ ପୁଲିସ୍ । ଯେଉଁଥିପାଇଁ ନିର୍ଦ୍ଦୋଷରେ ଖଲାସ ହେଲେ ଦୁଇ ନାବାଳିକା ଗଣଦୁଷ୍କର୍ମ ଅଭିଯୁକ୍ତ । କଟକ ଗତିରାଉତପାଟଣା ନାବାଳିକା ଗଣଦୁଷ୍କର୍ମ ମାମଲାରେ ଦୁଇ ଅଭିଯୁକ୍ତଙ୍କୁ ନିଦେ୍ର୍ଧାଷରେ ଖଲାସ କରିଛନ୍ତି ସ୍ୱତନ୍ତ୍ର ପକ୍ସୋ କୋର୍ଟ । ଅଭିଯୁକ୍ତ ଦ୍ୱୟ ହେଲେ ରାକେଶ ରାଉତ ଓ ସନ୍ତୋଷ ବେହେରା ।

 


୨୦୨୦ ମସିହା ଅକ୍ଟୋବର ୧୨ ତାରିଖରେ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା । କଟକ ଗତିରାଉତପାଟଣାର ଏକ ଚିକେନ୍ ସେଣ୍ଟରରେ ଏହି ଦୁଷ୍କର୍ମ ଘଟିଥିବା ଅଭିଯୋଗ ହୋଇଥିଲା । ଓଏମପି ଛକରୁ ନାବାଳିକାକୁ ଉଠାଇ ନେଇ ଗଣଦୁଷ୍କର୍ମ କରାଯାଇଥିଲା । ୨୦୨୦ ମସିହା ଅକ୍ଟୋବର ୧୨ ତାରିଖରେ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା । ଘଟଣାରେ ପୁଲିସ୍ ଚିକେନ୍ ଦୋକାନୀର ମାଲିକ ଓ ତା’ର ସହଯୋଗୀକୁ ୧୫ ତାରିଖରେ ଗିରଫ କରାଯାଇଥିଲା । ଏହା ପରେ ଦୁହିଁଙ୍କୁ କୋର୍ଟ ଚାଲାଣ କରାଯାଇଥିଲା ।

 


 ନାବାଳିକାଙ୍କୁ ଚିକେନ୍ ସେଣ୍ଟରରେ ଏକାଧିକ ଦିନ ରଖି ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଥିଲା । ସେହି ସମୟରେ ଘଟଣାଟି ସାରା ଓଡ଼ିଶାରେ ହଇଚଇ ସୃଷ୍ଟି କରିଥିଲା । ହେଲେ ପ୍ରମାଣ ଅଭାବରୁ ଆଜି ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ନିଦେ୍ର୍ଧାଷରେ ଖଲାସ କରିଛନ୍ତି ।

 

ଘଟଣାରେ ଚାଇଲ୍ଡ ଲାଇଫ୍ ତରଫରୁ ଏତଲା ଦିଆଯାଇଥିଲା । କିନ୍ତୁ ପୀଡ଼ିତା କିମ୍ବା ତା’ର ପରିବାର ପକ୍ଷରୁ କେହି ଏତଲା ଦେଇନଥିଲେ । ଏପରିକି ପୀଡ଼ିତା ପକ୍ଷରୁ ମାମଲାକୁ ସମର୍ଥନ କରାଯାଇନଥିଲା । ଏହାବ୍ୟତୀତ ପୁଲିସ୍ ମଧ୍ୟ ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣ ସଂଗ୍ରହ କରିପାରିନଥିଲା । ଯେଉଁ କାରଣରୁ କୋର୍ଟ ଉପଯୁକ୍ତ ପ୍ରମାଣ ଅଭାବରୁ ଦୁଇ ଅଭିଯୁକ୍ତଙ୍କୁ ନିଦେ୍ଧାର୍ଷରେ ଖଲାସ କରିଛନ୍ତି ।

 

ସୂଚନାଯୋଗ୍ୟ, ପୀଡ଼ିତାଙ୍କ ଘର ଜଗତସିଂହପୁର ଜିଲ୍ଲାରେ ବୋଲି ଜଣାପଡ଼ିଛି । ଘରେ କୌଣସି କଥାକୁ ନେଇ ବାପା ଓ ଝିଅଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏଥିରେ ବାପାଙ୍କ ଉପରେ ରାଗି ଝିଅଟି କଟକରେ ରହୁଥିବା ଭଉଣୀଙ୍କ ପାଖକୁ ଚାଲି ଆସିଥିଲେ । ସେଠାରେ କିଛି ଦିନ ରହିବା ପରେ ଭଉଣୀ ଓ ଭିଣୋଇଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ଏହା ପରେ ବଡ଼ ଭଉଣୀଙ୍କ ପରାମର୍ଶରେ ଝିଅଟି ଘରକୁ ଯିବା ପାଇଁ ଓଏମ୍ପି ଛକରେ ବସ୍କୁ ଅପେକ୍ଷା କରିଥିଲେ । ଏହି ସମୟରେ ଜଣେ ଯୁବକଙ୍କ ସହିତ ତାଙ୍କର ଦେଖା ହୋଇଥିଲା । ପରେ ଯୁବକ ଜଣକ ତାଙ୍କୁ ବାଦାମବାଡ଼ିକୁ ଡାକି ନେଇଥିଲେ । ସଞ୍ଜ ହୋଇଯାଉଥିବାରୁ ଝିଅଟି ଘରକୁ ଫେରିବାକୁ ଚାହିଁଥିଲେ । ହେଲେ ଯୁବକ ଜଣକ ନାନା ବାହାନା ଦେଖାଇ ତାଙ୍କୁ ଏକ ଅପରିକ୍ତ ଘର ଭିତରକୁ ନେଇଯାଇଥିଲେ । ସେଠାରେ ତାଙ୍କୁ ବଳାକôାର କରାଯାଇଥିବା ଅଭିଯୋଗ ହୋଇଛି । 

 

ତେବେ ବଳାକôାର ସମୟରେ ଅନ୍ୟ ଜଣେ ଭିଡିଓ ସୁଟିଂ କରିଥିଲା । ଏମିତି ଦୀର୍ଘ ୨୨ ଦିନ ଧରି ନାବାଳିକାଙ୍କ ସହିତ ହୋଇଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ କହିଲେ ଜୀବନରୁ ମାରିଦେବାକୁ ଧମକ ଦିଆଯାଇଥିଲା । ଏପରିକି ସୁଟିଂ କରିଥିବା ଭିଡିଓ ଭାଇରାଲ କରିଦେବାକୁ ଧମକ ଦେଇଥିଲେ । ଏହି ମାମଲାକୁ ନେଇ ଏବେ ସବୁଠି  ଚର୍ଚ୍ଚା ଲାଗିରହିଛି ।


 

Related News
satta king tw