Top Stories

Search here...

News

ବର୍ଷର ଶେଷ ମନ କି ବାତ୍ କାର୍ଯ୍ୟକ୍ରମରେ କ’ଣ କହିଲେ ପ୍ରଧାନମନ୍ତ୍ରୀ ?

Posted On - 6 minutes ago
Edited By Team BbsrReporters
LAST UPDATED Dec 26, 2021 01:39 PM

କରୋନା ପାଇଁ ସମସ୍ତଙ୍କୁ ସତର୍କ କରିବା ସହ ବିପଦ ଟଳି ନଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  ।

 

BBSR Reporters

 

ନୂଆଦିଲ୍ଲୀ: ୨୦୨୧ ବର୍ଷର ଶେଷ ମନ କି ବାତ୍ କାର୍ଯ୍ୟକ୍ରମରେ ଆଜି ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । କରୋନା ପାଇଁ ସମସ୍ତଙ୍କୁ ସତର୍କ କରିବା ସହ ବିପଦ ଟଳି ନଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି  । ମୋଦି କୁନ୍ନୁର ହେଲିକପ୍ଟର ବିଷ୍ଫୋରଣ କଥା ଉଠାଇ ଭାବବିହ୍ୱଳ ହୋଇଯାଇଥିଲେ ।  ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦେଶର ପ୍ରଥମ ସିଡିଏସ୍ ଜେନେରାଲ ବିପିନ ରାୱତ ଓ ଅନ୍ୟମାନଙ୍କୁ ମୋଦି ଶ୍ରଦ୍ଧାଞ୍ଜଳି ଜଣାଇଥିଲେ । 


ମୋଦି ଦୁର୍ଘଟଣାରେ ଜୀବିତ ଅବସ୍ଥାରେ ଉଦ୍ଧାର ହୋଇ ମଧ୍ୟ ପରେ ପ୍ରାଣ ହରାଇଥିବା ବାୟୁବୀର ଗ୍ରୁପ୍ କ୍ୟାପ୍େଟନ ବରୁଣ ସିଂହଙ୍କୁ ମୋଦି ସ୍ୱତନ୍ତ୍ର ଭାବେ ମନେପକାଇଥିଲେ । ବିଶେଷ କରି ସେ ତାଙ୍କ ସ୍କୁଲ ପ୍ରିନ୍ସପାଲଙ୍କୁ ଲେଖିଥିବା ପ୍ରେରଣାତ୍ମକ ଚିଠି ସମ୍ପର୍କରେ ମୋଦି ପୁଣିଥରେ ଦେଶବାସୀଙ୍କୁ ଜଣାଇଥିଲେ । ଅଗଷ୍ଟ ମାସରେ ନିଜର ପରାକ୍ରମ ପାଇଁ ବରୁଣ ସିଂହଙ୍କୁ ସୌର୍ଯ୍ୟ ଚକ୍ରରେ ସମ୍ମାନୀତ କରାଯାଇଥିଲା । ଏହାପରେ ସେ ତାଙ୍କ ସ୍କୁଲ ପ୍ରିନ୍ସପାଲଙ୍କୁ ଚିଠି ଲେଖିଥିଲେ । ଏହି ଚିଠିକୁ ମୋଦି ମନ କି ବାତ କାର୍ଯ୍ୟକ୍ରମରେ ପଢ଼ିଛନ୍ତି । 


ମୋଦି କହିଛନ୍ତି, ଗ୍ରୁପ କ୍ୟାପ୍େଟନ ବରୁଣ ସିଂହ ହସ୍ପିଟାଲରେ ଥିବା ବେଳେ ସୋଶାଲ ମିଡିଆରେ ମୁଁ ଗୋଟିଏ ଚିଠି ଦେଖିଥିଲି । ଏହା ମୋ ହୃଦୟକୁ ଛୁଇଁଥିଲା । ଚଳିତ ବର୍ଷ ହିଁ ତାଙ୍କୁ ସୌର୍ଯ୍ୟ ଚକ୍ର ମିଳିଥିଲା । ଏହି ସମ୍ମାନ ପରେ ସେ ତାଙ୍କ ସ୍କୁଲ ପ୍ରିନ୍ସପାଲଙ୍କୁ ଚିଠି ଲେଖିଥିଲେ । ଚିଠିକୁ ପଢ଼ିବା ପରେ ମୋ ମନକୁ ଗୋଟିଏ କଥା ଆସିଥିଲା । ଗ୍ରୁପ କ୍ୟାପ୍େଟନ ବରୁଣ ସିଂହ ସଫଳତାର ଶୀର୍ଷରେ ପହଞ୍ଚିଥିଲେ ମଧ୍ୟ ନିଜର ମୂଳ ଢାଞ୍ଚାକୁ ଭୁଲି ନଥିଲେ । ଦ୍ୱିତୀୟରେ ତାଙ୍କ ପାଖରେ ମଉଜ କରିବା ପାଇଁ ସମୟ ଥିଲେ ମଧ୍ୟ ସେ ଭବିଷ୍ୟତ ପିଢ଼ିଙ୍କ ପାଇଁ ଚିନ୍ତା କରୁଥିଲେ । ଏହା ବହୁତ କମ ଲୋକଙ୍କ ପାଖରେ ଦେଖିବାକୁ ମିଳେ ବୋଲି ସେ କହିଥିଲେ ।


ଡିସେମ୍ବର ୮ରେ ତାମିଲନାଡୁର କୁନ୍ନୁର ଠାରେ ଏମଆଇ-୧୭ ହେଲିକପ୍ଟର କ୍ରାଶ ହୋଇଥିଲା । ଏଥିରେ ସିଡିଏସ୍ ରାୱତ, ତାଙ୍କ ପନôୀ ମଧୁଲିକାଙ୍କ ସହ ମୋଟ ୧୪ ଜଣ ଥିଲେ । ଘଟଣା ପରେ ୧୩ ଜଣଙ୍କ ମୃତ୍ୟୁ ଘଟିଥିଲା । କିନ୍ତୁ ବରୁଣ ସିଂହଙ୍କୁ ଦୁର୍ଘଟଣା ସ୍ଥଳରୁ ଜୀବିତ ଅବସ୍ଥାରେ ଉଦ୍ଧାର କରାଯାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୮ ଦିନ ଚିକିତ୍ସା ପରେ ସେ ବେଙ୍ଗାଲୁରୁ ସ୍ଥିତ ସେନା ହସ୍ପିଟାଲରେ ଆଖି ବୁଜିଥିଲେ । ସେ ହସ୍ପିଟାଲରେ ଥିବା ବେଳେ ତାଙ୍କର ଗୋଟିଏ ଚିଠି ଭାଇରାଲ ହୋଇଥିଲା । ଚଳିତ ବର୍ଷ ଅଗଷ୍ଟ ୧୫ରେ ସୌର୍ଯ୍ୟ ଚକ୍ରରେ ସମ୍ମାନୀତ ହେବା ପରେ ସେ ଜଣେ ପ୍ରାକ୍ତନ ଛାତ୍ର ଭାବେ ହରିଆଣାର ଆର୍ମି ପବ୍ଲିକ୍ ସ୍କୁଲ୍ ପ୍ରିନ୍ସପାଲ୍ଙ୍କୁ ୪ ପୃଷ୍ଠାର ଚିଠି ଲେଖିଥିଲେ । 

Related News
satta king tw