Top Stories

Search here...

News

ବିକାଶରେ ବାଧକ ସାଜୁଛି ବିରୋଧ: ଉଚ୍ଛେଦ ଅଧାରୁ ଫେରିଲା ଏନଫୋର୍ସମେଣ୍ଟ ଟିମ

Posted On - 8 minutes ago
Edited By Prabir Kumar
LAST UPDATED Jan 04, 2022 08:45 PM

ବିରୋଧ ସତ୍ତ୍ୱେ ପଟିଆ ମୌଜାର ସରକାରୀ ପ୍ଲଟ ନମ୍ବର ୧୪୩୫ରେ ହୋଇଥିବା ବେଆଇନ ଜବରଦଖଲ ଉଚ୍ଛେଦ କରାଯାଇଥିଲା  ।

 

BBSR Reporters

 

ଭୁବନେଶ୍ୱର: ସହରର ବିକାଶରେ ବାଧକ ସାଜୁଛି ଜବରଦଖଲ  । ବେଅ  ।ଇନ ଜବରଦଖଲ ଯୋଗୁ ରାଜଧାନୀରେ ବଢ଼ୁଛି ବହୁ ସମସ୍ୟା  । ତେବେ ସେଗୁଡ଼ିକୁ ଉଚ୍ଛେଦ କରିବା ସମୟରେ ସ୍ଥାନୀୟ ଲୋକ କିମ୍ବା ନେତାଙ୍କ ବିରୋଧ ଯୋଗୁ ସମସ୍ୟା ଦେଖାଦେଉଛି  । ଏମିତିକି ଉଚ୍ଛେଦକାରୀ ଦଳକୁ ମଧ୍ୟ ଅଧାରୁ ଫେରିବାକୁ ପଡ଼ୁଛି  । ଏଭଳି ଘଟଣା ଘଟିଛି ପଟିଅ  । ଓ ଲୁମ୍ବିନୀ ବିହାର ଅଞ୍ଚଳରେ  ।


ବିଏମସି ଓ ବିଡିଏର ମିଳିତ ଏନ୍ଫୋର୍ସମେଣ୍ଟଟିମ ପଟିଆରେ ହୋଇଥିବା ଜବରଦଖଲ ଉଚ୍ଛେଦ କରିବାକୁ ପହଞ୍ଚିଥିଲା  । ସେଠାରେ ଏହି ଟିମ ପହଞ୍ଚିବା ପରେ ବିରୋଧର ସାମ୍ନା କରିଥିଲା  । ବିରୋଧ ସତ୍ତ୍ୱେ ପଟିଆ ମୌଜାର ସରକାରୀ ପ୍ଲଟ ନମ୍ବର ୧୪୩୫ରେ ହୋଇଥିବା ବେଆଇନ ଜବରଦଖଲ ଉଚ୍ଛେଦ କରାଯାଇଥିଲା  ।  ଏହି ସମୟରେ ବସ୍ତିବାସିନ୍ଦା ଏନ୍ଫୋର୍ସମେଣ୍ଟ ଟିମ ମଧ୍ୟରେ ଯୁକ୍ତିତର୍କ ହେବା ସହ ମୁହାଁମୁହିଁ ପରିସ୍ଥିତ ସୃଷ୍ଟି ହୋଇଥିଲା  । ପୋଲିସର ହସ୍ତକ୍ଷେପ ଏବଂ ବସ୍ତିବାସିନ୍ଦାଙ୍କୁ ବୁଝାସୁଝା ପରେ ପ୍ରାୟ ୬ ହଜାର ବର୍ଗଫୁଟର ଜମିକୁ ଜବରଦଖଲମୁକ୍ତ କରାଯାଇଥିଲା  ।


ସେହିଭଳି ଲୁମ୍ବିନୀ ବିହାର ଠାରୁ କେୟାର ହସ୍ପିଟାଲ ପର୍ଯ୍ୟନ୍ତ ହୋଇଥିବା ଜବରଦଖଲକୁ ଉଚ୍ଛେଦ କରିପାରିନଥିଲା ବିଡିଏ  । କାରଣ ସେଠାରେ ଜଣେ ନେତା ଓ କିଛି ବ୍ୟକ୍ତିଙ୍କ ବିରୋଧ ଯୋଗୁ ମାତ୍ର ୬୦ ପୁଟର ଲମ୍ବର ପାଚେରୀ ଭାଙ୍ଗିପାରିଥିଲା ଏନ୍ଫୋର୍ସମେଣ୍ଟ ଟିମ  । ଉଚ୍ଛେଦ ବେଳେ ବିଡିଏବିଡିଏ ଏନଫୋର୍ସମେଣ୍ଟ ଟିମ ଅଫିସର ପ୍ରମୋଦ ପାତ୍ର, ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତି, ଇନଫୋ ସିଟି ଥାନା ଅ  ।ଇଅ  ।ଇସି ଓ ଚନ୍ଦ୍ରଶେଖର ପୁର ଥାନା ଅଧିକାରୀ ଉପସ୍ଥିତ ଥିଲେ  ।

Related News
satta king tw