Top Stories

Search here...

News

ବର୍ଷକରେ ୪୧୪ ସାଇବର ଫ୍ରଡ; ଠକିନେଲ ୬୦ ଲକ୍ଷରୁ ଅଧିକ ଟଙ୍କା

Posted On - 6 minutes ago
Edited By Team BbsrReporters
LAST UPDATED Jan 01, 2022 09:15 PM

ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲାରେ ଯେ କୌଣସି ବ୍ୟକ୍ତି ସାଇବର୍ ଠକେଇର ଶିକାର ହେଲେ ହେଲ୍ପ ଡେସ୍କ ନମ୍ୱର ୭୪୪୦୦୦୬୭୦୯ରେ ଯୋଗାଯୋଗ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି  ।  

 

BBSR Reporters

 

ଭୁବନେଶ୍ୱର: ଭୁବନେଶ୍ୱର ଡିସିପି ଅଫିସରେ କାର୍ଯ୍ୟ କରୁଥିବା ଆଣ୍ଟି ଫ୍ରଡ୍ ସେଲରେ ଗତ ବର୍ଷ ଡିସେମ୍ୱର ମାସରେ ସାଇବର ଠକେଇ ସମ୍ୱନ୍ଧୀୟ ୪୧୪ ଟି ଅଭିଯୋଗ ଘଟଣା ଫୋନ୍ ମାଧ୍ୟମରେ ଗ୍ରହଣ କରାଯାଇଥିଲା । ସାଇବର ଠକେଇର ଶିକାର ହୋଇଥିବା ଭୁବନେଶ୍ୱରରୁ ୨୧୩ ଜଣ ଓ ବାହାର ଜିଲ୍ଲା ମାନଙ୍କରୁ ୨୦୧ ଜଣ ବ୍ୟକ୍ତି  ଫୋନ୍ ମାଧ୍ୟମରେ ଏହି ସେଲକୁ ତାଙ୍କର ଅଭିଯାଗ ଜଣାଇଥିଲେ ।

 

ଏହି ସବୁ ଅଭିଯୋଗ ମଧ୍ୟରୁ  ୟୁପିଆଇ ଠକେଇ ସମ୍ୱନ୍ଧୀୟ ୧୦୦ ଟି ଅଭିଯୋଗ, କ୍ରେଡିଟ କାର୍ଡ/ ଡେବିଟ୍ କାର୍ଡ କ୍ଷେତ୍ରରେ ୬୬ ଟି ଠକେଇ ଅଭିଯୋଗ ଓ ଅନ୍ୟାନ୍ୟ ଠକେଇ ବିଷୟରେ ୪୭ ଟି ଅଭିଯୋଗ ଫୋନ ମାଧ୍ୟମରେ ଗ୍ରହଣ କରାଯାଇଥିଲା । ଏହିଭଳି ବିଭିନ୍ନ ସାଇବର ଠକେଇ ମାଧ୍ୟମରେ ଭୁବନେଶ୍ୱରରୁ ୬୦ ଲକ୍ଷ ୫୯ ହଜାର ୬୪୯ ଟଙ୍କା ହଡ଼ପ ହୋଇଥିବାର ଅଭିଯାଗ ମଧ୍ୟରୁ ଠକାମିର ଶିକାର ହୋଇଥିବା କିଛି ବ୍ୟକ୍ତିଙ୍କୁ ୧୯ଲକ୍ଷ ୭୨ ହଜାର ୨୨୬ ଟଙ୍କା ବିଭିନ୍ନ ସମୟରେ ଫେରସ୍ତ କରାଯାଇପାରିଥିବା ବେଳେ ଡିସେମ୍ବର ମାସରେ ସାଇବର ଠକେଇ ଜନିତ ୯ ଟି ମାମଲା ପଞ୍ଜିକରଣ କରାଯାଇଛି ଓ ସାଇବର ସେଫ  ଟିକେଟ ସୃଷ୍ଟି କରାଯାଇ ୪୮ ଟି ଆକାଉଣ୍ଟ କୁ ରଦ୍ଧ କରାଯାଇଛି ।

 

ଉଲ୍ଲେଖଯାଗ୍ୟ ଯେ, ଭୁବନେଶ୍ୱରରେ ଗତ  ୨୯ ତାରିଖଠାରୁ  ସାଇବର୍ ଏବଂ ଅର୍ଥନୈତିକ ଅପରାଧିକ ପୋଲିସ୍ ଷ୍ଟେସନ୍ କାର୍ଯ୍ୟ ଆରମ୍ଭ କରିଛି  । ଭୁବନେଶ୍ୱର ସହରାଞ୍ଚଳ ଜିଲ୍ଲାରେ ଯେ କୌଣସି ବ୍ୟକ୍ତି ସାଇବର୍ ଠକେଇର ଶିକାର ହେଲେ ହେଲ୍ପ ଡେସ୍କ ନମ୍ୱର ୭୪୪୦୦୦୬୭୦୯ରେ ଯୋଗାଯୋଗ କରିବାକୁ ଜନସାଧାରଣଙ୍କୁ ଅନୁରୋଧ କରାଯାଉଛି  ।  
 

Related News
satta king tw