Top Stories

Search here...

News

ମୋ ସହ କାରରେ ପୁରୀ ଆସିଲେ ମୋବାଇଲ ଫେରାଇ ଦେବି; ଲୁଟ ପରେ ଲୁଟେରାର ବାର୍ତ୍ତା

Posted On - 1 week ago
Edited By Prabir Kumar
LAST UPDATED Jan 18, 2022 09:56 AM

ଯୁବତୀଙ୍କ ଠାରୁ ଫୋନ ଲୁଟ କରିବା ପରେ ଫୋନରେ ନିଜକୁ ପୋଲିସ ବୋଲି ପରିଚୟ ଦେବା ସହ ଏପରି କହିଛି ଲୁଟେରା

 

BBSR Reporters


ଭୁବନେଶ୍ୱର:  ଫେସବୁକ୍ରେ ପୋଲିସ ପରିଚୟ ଦେଇ ଯୁବତୀଙ୍କ ସହ ବନ୍ଧୁତା । ପରେ ଯୁବତୀଙ୍କଠାରୁ ଫୋନ୍ ଝାମ୍ପିନେଇ ତାଙ୍କୁ ପୁରୀ ଗଲେ ଫୋନ୍ ମିଳିବ ବୋଲି କହିଛନ୍ତି ନକଲି ପୋଲିସ । ଯାହାକୁ ନେଇ ଯୁବତୀ ଜଣକ ମଞ୍ଚେଶ୍ୱର ଥାନାର ଦ୍ୱାରସ୍ଥ ହୋଇଛନ୍ତି । ପୋଲିସ ଯୁବତୀଙ୍କ ଅଭିଯୋଗକ୍ରମେ କେସ୍ ନଂ-୪/୨୨ରେ ୩୯୨ ଧାରାରେ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ କରୁଛି ।

 


ଶୁଭଲକ୍ଷ୍ମୀ ନାୟକ(୨୧) ଏଠାରେ ସ୍ଥାନୀୟ ପଳାଶୁଣୀ ଅଞ୍ଚଳରେ ଭଡାରେ ରୁହନ୍ତି । ଜାନୁୟାରୀ ୧ ତାରିଖରେ ଫେସବୁକ୍ରେ ଜନୈକ ଯୁବକଙ୍କ ସହ ତାଙ୍କ ବନ୍ଧୁତା ହୋଇଥିଲା । ଫେସବୁକ୍ରେ ଉକ୍ତ ଯୁବକଙ୍କ ନାମ ଜିତୁ ଦାସ ଥିବାବେଳେ ସେ ଜଣେ ପୋଲିସ ଅଫିସର ବୋଲି ଉଲ୍ଲେଖ ଥିଲା । ପରେ ଉଭୟଙ୍କ ମଧ୍ୟରେ ଫୋନ୍ ନମ୍ବର ଦେଣନେଣ ସହ ଚାଟିଂ ଚାଲିଥିଲା । ଶନିବାର ସନ୍ଧ୍ୟା ପ୍ରାୟେ ସାଢେ ୭ଟା ସମୟରେ ପରିବା କିଣିବାକୁ ଯାଉଥିଲେ । ହାତରେ ମୋବାଇଲ୍ ଫୋନ୍ ଧରି ଚାଲିଚାଲି ଯାଉଥିବା ସମୟରେ ହଠାତ୍ କେହିଁ ଜଣେ ପଛପଟୁ ଗାଡ଼ିରେ ଆସି ସେ ଧରିଥିବା ମୋବାଇଲ ଫୋନ୍ଟିକୁ ଛଡ଼ାଇ ନେଇଥିଲେ । ସେ ସେମାନଙ୍କୁ ଚିହ୍ନି ପାରିନଥିବା ବେଳେ ଗାଡ଼ିଟି ନୀଳ ରଙ୍ଗର ଥିବା ଜାଣିପାରିଥିଲେ ।

 

ଘଟଣା ପର ଦିନ ଅର୍ଥାତ ରବିବାର ସକାଳେ ଯୁବତୀ ଜଣଙ୍କ ସେ ବ୍ୟବହାର କରୁଥିବା ମୋବାଇଲ୍ ନମ୍ବରଟିକୁ କଲ୍ କରିଥିଲେ । ଫୋନ୍କୁ ଜଣେ ଯୁବକ ଉଠାଇଥିଲେ । ଆଉ କହିଥିଲେ, ମୁଁ ଜିତୁ ଦାଶ ଓଡ଼ିଶା ପୋଲିସରୁ କହୁଛି । ସେ ମୋବାଇଲ୍କୁ ଲୁଟି ନେଇଥିବା ସ୍ୱୀକାର କରିବା ସହ ମୋବାଇଲ୍ ଫେରାଇବା  ପାଇଁ ଏକ ସର୍ତ୍ତ ରଖିଥିଲେ । ସେ କହିଥିଲେ ନୀଳ ରଙ୍ଗର ଗାଡ଼ିଟି ଆଣିଛି ଗାଡ଼ି ଭିତରକୁ ଆସ, ମିଶିକି ପୁରୀ ବୁଲିବାକୁ ଯିବା  । ସେଠାରେ ମୁଁ ତୋ ଫୋନ୍ ଫେରାଇଦେବି । ଯୁବତୀ ଜଣଙ୍କ ଘଟଣା ସମ୍ପର୍କରେ ଘର ମାଲିକଙ୍କୁ ଜଣାଇବା ସହ ଗାଡ଼ିଟିକୁ ଅଟକାଇଥିବା ବେଳେ ଯୁବକ ଜଣଙ୍କ ତାଙ୍କୁ ଧକ୍କା ଦେଇ ପଳାଇଥିଲା । ପରେ ଯୁବତୀ ଜଣଙ୍କ ମଞ୍ଚେଶ୍ୱର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ତାଙ୍କ ଅଭିଯୋଗକ୍ରମେ ପୋଲିସ ଏକ ମାମଲା ରୁଜୁ କରି ଘଟଣାର ଅନୁସନ୍ଧାନ କରୁଛି ।
 

Related News
satta king tw