Top Stories

Search here...

News

ବ୍ୟାଙ୍କ ଲକରରୁ ଦେଢ କେଜି ସୁନା ଗାଏବ

Posted On - 8 minutes ago
Edited By Team BbsrReporters
LAST UPDATED Jan 15, 2022 04:46 PM

କୋରାପୁଟ ଲକ୍ଷ୍ମୀପୁର ଷ୍ଟେଟବ୍ୟାଙ୍କ ଛକରୁ ଗତକାଲି  ୧ କେଜି  ୬୧୦ ଗ୍ରାମ ସୁନା ଗାଏବ ହୋଇଯାଇଥିଲା ।

 

BBSR Reporters

 

କୋରାପୁଟ: ବ୍ୟାଙ୍କ ଲକରରୁ ଦେଢ କେଜି ସୁନା ଗାଏବ ଘଟଣାରେ ପୁଲିସର ଛାନଭିନ ଜୋରଦାର ହୋଇଛି । କୋରାପୁଟ ଲକ୍ଷ୍ମୀପୁର ଷ୍ଟେଟବ୍ୟାଙ୍କ ଛକରୁ ଗତକାଲି  ୧ କେଜି  ୬୧୦ ଗ୍ରାମ ସୁନା ଗାଏବ ହୋଇଯାଇଥିଲା ।  ଏହାର ମୂଲ୍ୟ ପ୍ରାୟ  ଦେଢ କୋଟି ହେବ ।  ଏ ନେଇ ସଂପୃକ୍ତ ବ୍ୟାଙ୍କ ପକ୍ଷରୁ ଥାନାରେ  ଏତଲା ଦିଆଯାଇଛି । ବ୍ୟାଙ୍କର ଷ୍ଟ୍ରଙ୍ଗରୁମରୁ ଏହି ସୁନା ଗାଏବ ହୋଇଛି ।  ସିସିଟିଭି ଆଧାରରେ ପୁଲିସ ତଦନ୍ତ କରୁଥିଲେ ବି  ପୁଲିସ ସ୍କାନରରେ ଅଛନ୍ତି ବ୍ୟାଙ୍କ  କର୍ମଚାରୀ ।  

 

ପ୍ରଶ୍ନ ଉଠୁଛି, ବ୍ୟାଙ୍କ ଭିତରୁ ଆଉ ଲକରରୁ  ସୁନା ନେଲା କିଏ ?  ତାଲା ଭଙ୍ଗା ନଯାଇ  ଚୋରି ହୋଇଥିବାରୁ କର୍ମଚାରୀଙ୍କ ଉପରେ ସନେ୍ଦହ ବଢିଛି । ସୂଚନା ଅନୁସାରେ, ସୁନା ବହୁଦିନ ଆଗରୁ ଚୋରି ହୋଇଥିଲା । କିନ୍ତୁ ଗତକାଲି ବ୍ୟାଙ୍କ ମ୍ୟାନେଜର ଦେଖିବା  ପରେ ଥାନାରେ ଏତଲା ଦେଇଥିଲା । ଘଟଣାରେ ଜଣେ ଅଟକ ରଖାଯାଇଛି । ତେବେ କେବେ ଚୋରି ହୋଇଛି  ସେ ସମ୍ପର୍କରେ ସୂଚନା ମିଳିନାହିଁ । ଏହି ସବୁ  ସୁନା  ବନ୍ଧକ ରଖାଯାଇଥିଲା ।  ହିସାବ କରିବା ପରେ  ୧ କେଜି ୬୧୦ ଗ୍ରାମର ହିସାବ ବାହାରିଛି ।  

Related News
satta king tw