Top Stories

Search here...

News

ମାର୍କେଟବିଲ୍ଡିଂରୁ ଉଠାଦୋକାନୀ ଉଚ୍ଛେଦ; ଆତ୍ମହତ୍ୟା କଲେ ବ୍ୟବସାୟୀ

Posted On - 1 week ago
Edited By Prabir Kumar
LAST UPDATED Jan 19, 2022 02:44 AM

ମାର୍କେଟବିଲ୍ଡିଂରେ ବୟନିକା ସାମ୍ନାରେ ବ୍ୟବସାୟୀ ଏକ ଉଠାଦୋକାନୀ କରି ବିଛଣା, ଚାଦର ବିକ୍ରି କରି ପରିବାର ପୋଷଣ କରୁଥିଲେ ।


BBSR Reporters

 

ଭୁବନେଶ୍ୱର: ମାର୍କେଟବିଲ୍ଡିଂ ବ୍ୟବସାୟୀମାନେ ଉଠାଦୋକାନୀ ଉଚ୍ଛେଦକୁ ଜିଦ୍ ଧରିବାରୁ ସରକାର ଅଡୁଆ ପରିସ୍ଥିତିରେ ପଡିଥିଲେ । ବ୍ୟବସାୟୀଙ୍କ ଦାବି ଅନୁଯାୟୀ, ଉଠାଦୋକାନୀକୁ ଉଚ୍ଛେଦ କଲା ବିଏମସି । ଜଣେ ବ୍ୟବସାୟୀ ଉଠାଦୋକାନୀ କରି ବିଛଣା, ଚାଦର ବିକ୍ରି କରୁଥିଲେ । ଋଣ ଗ୍ରସ୍ତ ଥିବାରୁ ଦୋକାନ ଉଚ୍ଛେଦ ତାଙ୍କୁ ମର୍ମାହତ କରିଥିଲା । ଯାହାଫଳରେ ସେ ରବିବାର ଆତ୍ମହତ୍ୟା କରିଛନ୍ତି । ମୃତକ ହେଲେ ଅଜିତ୍ ସାହାଣୀ ।
ବ୍ୟବସାୟୀ ଅଜିତ୍ ସାହାଣୀ ।

 

ନିଜ ଘର ବିହାରରେ ହୋଇଥିବାବେଳେ ସେ ଏଠାରେ ଦୀର୍ଘ ୩୦ ବର୍ଷ ହେବ ସ୍ଥାନୀୟ ବରଗଡ ଥାନା ଅନ୍ତର୍ଗତ ରତ୍ନାକର ଲେନ୍-୧ରେ ଏକ ସରକାରୀ ଜାଗାରେ ଥିବା ଏକ ଘରେ ସ୍ତ୍ରୀ, ଦୁଇ ପୁଅ ଓ ଗୋଟିଏ ଝିଅ ସହ ଭଡାରେ ରହୁଥିଲେ । ମାର୍କେଟବିଲ୍ଡିଂରେ ବୟନିକା ସାମ୍ନାରେ ସେ ଏକ ଉଠାଦୋକାନୀ କରି ବିଛଣା, ଚାଦର ବିକ୍ରି କରି ପରିବାର ପୋଷଣ କରୁଥିଲେ । ସେଥିପାଇଁ ସେ ବିଏମ୍ସିରୁ ଉଠାଦୋକାନୀଙ୍କୁ ମଳୁଥିବା ଋଣ ଅନୁସାରେ ୧୦ ହଜାର ଟଙ୍କା ଆଣିଥିଲେ । ତା ବାଦେ ଦୋକାନ ପାଇଁ ସେ ୩ରୁ ୪ ଲକ୍ଷ ଧାର କରଜ ମଧ୍ୟ କରିଥିଲେ । ମାତ୍ର ଯେତେବେଳେ ଉଠାଦୋକାନୀ ଉଚ୍ଛେଦ ହେଲା, ତାଙ୍କ ଜିନିଷ ପତ୍ର ଫୋପାଡି ଦିଆଗଲା, ପରିବାର କିପରି ଭରଣ ପୋଷଣ କରିବେ ସେ ନେଇ ମର୍ମାହତ ହୋଇପଡିଥିଲେ । ଫଳରେ ରବିବାର ତାଙ୍କ ସ୍ତ୍ରୀ ଦୋକାନ କଥା ବୁଝିବାକୁ ମାର୍କେଟ ଆସିଥିବାବେଳେ ସେ ସ୍ତ୍ରୀଙ୍କ ଲୁଗାରେ ଫ୍ୟାନ୍ରେ ଝୁଲି ପଡିଥିଲେ ।

 

ଦରର୍ଘ ସମୟ ଧରି ଘର କବାଟ ନ ଖୋଲିବାରୁ ପିଲାମାନେ ମା’କୁ ଫୋନ୍ କରି ବାପା କବାଟ ଖୋଲି ନଥବବା ଜଣାଇଥିଲେ । ତାଙ୍କ ସ୍ତ୍ରୀ ସଙ୍ଗେ ସଙ୍ଗେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚô ଝୁଲନ୍ତା ଅବସ୍ଥାରେ ଅଜିତ୍ଙ୍କ ମୃତ ଦେହ ଉଦ୍ଧାର କରିଥିଲା । ଏ ନେଇ ୨/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ କ୍ୟାପିଟାଲ ହସ୍ପିଟାଲ ପଠାଇଥିଲା । ଶବ ବ୍ୟବଚ୍ଛେଦ ପରେ ମୃତ ଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି । ଅଜିତଙ୍କ ମୃତ୍ୟୁକୁ ନେଇ ତାଙ୍କ ସ୍ତ୍ରୀ କହିଛନ୍ତି ଯେ, ଆଜି ସକାଳେ ଆମେ କଥା ହୋଇଥିଲୁ । ସେ ମଧ୍ୟ ପୁଅକୁ ନେଇ ବୋମିଖାଲ ଏକ ସୋ’ରୁମକୁ ଯାଇଥିଲେ ବୁଝିବାପାଇଁ । ହେଲେ ମ୍ମୋଲିକ ସୋ’ରୁମ୍ ଦେବାକୁ ମନା କରିଦେବାରୁ ମୁଁ ମାର୍କେଟବିଲ୍ଡିଂ ଆସିଥିଲି ଦୋକାନ କଥାବ ବୁଝିବାକୁ । ଅନ୍ୟପକ୍ଷରେ ଅଜିତ୍ଙ୍କର ଆତ୍ମହତ୍ୟାକୁ ନେଇ ଉଠାଦୋକାନୀମାେନେ ବ୍ୟବସାୟୀ ସଂଘକୁ ଦାୟୀ କରିଛନ୍ତି ।


ସୂଚନାଯୋଗ୍ୟ ଯେ, ଗତ କିଛି ଦିନ ତଳେ ଉଠା ଦୋକାନୀଙ୍କୁ ଉଠାଇବା ଦାବିରେ ମାର୍କେଟ ବିଲ୍ଡିଂ ବନ୍ଦ ହୋଇଥିଲା । ଜଣେ ଉଠାଦୋକାନୀ ମାର୍କେଟ୍ ବିଲ୍ଡିଂରେ ଥିବା ଜଣେ ଦୋକାନୀଙ୍କୁ ଧମକ ଦେଇଥିଲେ । ଯାହା ଫଳରେ ମାର୍କେଟ ବିଲ୍ଡିଂ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିଲା ।  ତେବେ ଏହି ଘଟଣାର ପ୍ରତିବାଦରେ ମାର୍କେଟ ବିଲ୍ଡିଂ ପରିସରରେ ଥିବା ସମସ୍ତ ଦୋକାନ ବଜାର ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲା ସେଣ୍ଟ୍ରାଲ ମାର୍କେଟ ଆସୋସିଏସନ । ଯେ ପର୍ଯ୍ୟନ୍ତ ଉଠା ଦୋକାନୀଙ୍କୁ ମାର୍କେଟ ବିଲ୍ଡିଂରୁ ହଟା ନଯିବ ସେପର୍ଯ୍ୟନ୍ତ ମାର୍କେଟ ବିଲ୍ଡିଂ ବନ୍ଦ ରହିବାକୁ ଚେତାବନୀ ଦେବା ସହ ବିଏମସି କାର୍ଯ୍ୟାଳୟ ଘେରାଉ କରିଥିଲେ । ପରେ ଏ ନେଇ ବିଏମସି ଅତିରିକ୍ତ କମିଶନରଙ୍କ ସହ ବ୍ୟବସାୟୀ ସଂଘର ଆଲୋଚନା ହୋଇଥଲା । ଉଠା ଦୋକାନୀଙ୍କୁ ହଟାଇବା ନେଇ ପ୍ରଶାସନର ପ୍ରତିଶ୍ରୁତି ପରେ ଖୋଲିଥିଲା ମାର୍କେଟ ବିଲ୍ଡିଂ ।

Related News
satta king tw