Top Stories

Search here...

News

ବ୍ୟାଙ୍କରୁ ସୁନା ଟଙ୍କା ଲୁଟ ଘଟଣା: ଚୋରି କରିଥିଲେ ପୂର୍ବତନ କର୍ମଚାରୀ; ଧରାପକାଇଦେଲା ସିସିଟଭି

Posted On - 6 minutes ago
Edited By Prabir Kumar
LAST UPDATED Jan 16, 2022 09:25 PM

ବ୍ୟାଙ୍କର ପୂର୍ବତନ କର୍ମଚାରୀ ରାତିରେ ବ୍ୟାଙ୍କ ଭିତରେ ରହିବା ସହ ସୁନା ଓ ଟଙ୍କା ଚୋରି ଚୋରି କରିଥିଲେ । ପରଦିନ ବ୍ୟାଙ୍କ ଖୋଲିବା ପରେ କୌଶଳ କ୍ରମେ ବ୍ୟାଙ୍କରୁ ବାହାରି ପଳାଇଆସିିଥିଲେ ।

 

BBSR Reporters


ଲକ୍ଷ୍ମୀପୁର: କୋରାପୁଟ ଲକ୍ଷ୍ମୀପୁର ଷ୍ଟେଟବ୍ୟାଙ୍କ  ବ୍ୟାଙ୍କ ଲକରରୁ ଗାଏବ ଦେଢ କେଜି ସୁନା  ଜବତ ହୋଇଥିବା ସୂଚନା ମିଳଛି । ଏହି ବ୍ୟାଙ୍କର ଜଣେ ପୂର୍ବତନ ଚତୁର୍ଥ ଶ୍ରେଣୀ କର୍ମଚାରୀ ଗାଏବ ଘଟଣାରେ ସଂପୃକ୍ତ ଅଛନ୍ତି । ନାରାୟଣପାଟଣା ବିକ୍ରମପୁର ଅଂଚଳର ଏହି କର୍ମଚାରୀଙ୍କୁ ଘରୁ ଏହି ସୁନା ଜବତ ହୋଇଛି । ସଂପୃକ୍ତ କର୍ମଚାରୀ ଚାଉଳବସ୍ତା , ଭାତ-ଡାଲିହାଣ୍ଡି ଓ ଚୁଲିରେ ଏହି ସୁନା ଲୁଚାଇ ରଖିଥିଲେ । ପୁଲିସ ସିସିଟିଭି ଆଧାରରେ କର୍ମଚାରୀଙ୍କ ଘରେ ଚଢାଉ କରିଥିଲା । ଗ୍ରାହକ ହିସାବରେ ଯାଇ ସେ ବ୍ୟାଙ୍କ ଶୌଚାଳୟରେ ଲୁଚିଥିଲେ । ଆଉ ରାତିରେ ସୁନା ଚୋରି କରିଥିଲେ । ନଭେମ୍ବର ୩୦ ତାରିଖରେ ସୁନା ଚୋରି ହୋଇଥିଲା । ପୁଲିସ ୮୦ ଭାଗ ସୁନାକୁ ଜବତ କରିଛି । 

 

ପୁଲିସ୍  ସୂଚନା ଅନୁଯାୟୀ, ୪୩ ବର୍ଷୀୟ ଶେଖର ଲକ୍ଷ୍ମୀପୁର ଏସ୍ବିଆଇର ମେସେଞ୍ଜର ଭାବେ ୨୦୧୪ରୁ ୨୦୨୦ ଅଗଷ୍ଟ ପର୍ଯ୍ୟନ୍ତ କାର୍ଯ୍ୟ କରିଥିଲେ । କିନ୍ତୁ ଦୁର୍ବ୍ୟବହାର ଯୋଗୁଁ ତାଙ୍କୁ ବାହାର କରି ଦିଆଯାଇଥିଲା । କିନ୍ତୁ ସେ ବରାବର ଏହି ବ୍ୟାଙ୍କକୁ ଆସୁଥିଲେ । ମେସେଞ୍ଜର ଥିବା ସମୟରେ ସେ ବ୍ୟାଙ୍କର ସମସ୍ତ ବିଷୟରେ ଅବଗତ ଥିଲେ । ବକ ଗତ ବର୍ଷ ନଭେମ୍ବର ୧୧ ତାରିଖ ଅପରାହ୍ଣ ପ୍ରାୟ ୩ଟା ବେଳେ ଶେଖର ବ୍ୟାଙ୍କକୁ ଆସିଥିଲେ । ବ୍ୟାଙ୍କ ଭିତରେ ଏଣେତେଣେ ବୁଲିଥିଲେ । ସୁବିଧା ଦେଖି ସେ ବ୍ୟାଙ୍କର ସର୍ଭର ରୁମ୍କୁ ପଶି ରାତିରେ ରହିଯାଇଥିଲେ ।

 

ବ୍ୟାଙ୍କ କର୍ମଚାରୀମାନେ ତାଲା ପକାଇ ଯିବା ପରେ  ଶେଖର କୁଳଦିପିଆ ସର୍ଭର ରୁମ୍ରୁ ବାହାରିଥିଲେ ଏବଂ ଶାଖା ପରିଚାଳକଙ୍କ ରୁମ୍କୁ ଯାଇ ଷ୍ଟ୍ରଙ୍ଗ ରୁମ୍ ଓ ଆଇରନ୍ ଚେଷ୍ଟର ଚାବି ଖୋଜି ଥିଲେ । ଚାବି ପାଇବା ପରେ ଶେଖର କୁଳଦିପିଆ ଷ୍ଟ୍ରଙ୍ଗରୁମ୍କୁ ଯାଇଥିଲେ ଓ ଆଇରନ ଚେଷ୍ଟ ଖୋଲି ସେଥିରୁ ୨୧ଟି ପ୍ୟାକେଟ୍ରେ ଥିବା ସୁନାଗହଣା ଉଠାଇଥିଲେ ଏବଂ ଏକ ସବୁଜ ରଙ୍ଗର ବ୍ୟାଗରେ ଭର୍ତ୍ତି କରିଥିଲେ । ଏହା ପରେ ସେ ଉଭୟ ଆଇରନ ଚେଷ୍ଟ ଓ ଷ୍ଟ୍ରଙ୍ଗରୁମ୍ରେ ତାଲା ପକାଇ ଚାବିକୁ ଯଥାସ୍ଥାନରେ ରଖି ଦେଇଥିଲେ । ତା’ପରେ ସେ ସାରା ରାତି ବ୍ୟାଙ୍କ ଭିତରେ ରହିଥିଲେ ।

 

 ସକାଳ ପ୍ରାୟ ୯ଟା ୪୫ରୁ ୧୦ଟା ମଧ୍ୟରେ ବ୍ୟାଙ୍କ କର୍ମଚାରୀମାନେ ଆସିଥିଲେ ଓ କାମ ଆରମ୍ଭ କରିଥିଲେ । ଏହି ସମୟରେ ସୁଯୋଗ ଦେଖି ଶେଖର କୁଳଦିପିଆ ସେଠାରୁ ଫେରାର ହୋଇଯାଇଥିଲେ ।ଏ ପୂରା ଦୃଶ୍ୟ ସିସିଟିଭିରେ କଏଦ ହୋଇ ରହିଥିବା ବେଳେ ପୁଲିସ୍ ଶେଖରଙ୍କୁ ଥାନାକୁ ଆଣି ପଚରାଉଚରା କରିବା ପରେ ସେ ସବୁ କଥା ସ୍ୱୀକାର କରିଥିଲେ । ତାଙ୍କ ଘରୁ ୧କେଜି ୧୮୯ ଗ୍ରାମ ସୁନାଗହଣା ଜବତ କରାଯାଇଛି । ଏହା ସହିତ ନଗଦ ୨ଲକ୍ଷ ୯୫ ହଜାର ଟଙ୍କା ଜବତ କରାଯାଇଛି । ସେହିଭଳି ୧ଲକ୍ଷ ୧୦ ହଜାର ୬୦୦ ଟଙ୍କାର ଅନ୍ୟାନ୍ୟ ସାମଗ୍ରୀ ଜବତ କରାଯାଇଛି । ଲକ୍ଷ୍ମୀପୁରର ଭତ୍ରା କଲୋନୀରେ ସେ ଏକ ଘର ମଧ୍ୟ ନିର୍ମାଣ କରୁଥିବା ଜଣାପଡ଼ିଛି ।

Related News
satta king tw