Top Stories

Search here...

News

ଭୁବନେଶ୍ୱରରେ ୯ ବର୍ଷ ନାବାଳିକାକୁ ଦୁଷ୍କର୍ମ

Posted On - 7 minutes ago
Edited By Team BbsrReporters
LAST UPDATED Jan 15, 2022 03:18 PM

ପୁଲିସ ନିକଟରେ ଅଭିଯୋଗ ହେଲା ପରେ ନାବାଳିକାକୁ  ପ୍ରଥମେ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କ୍ୟାପିଟାଲ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି ।

 

BBSR Reporters

 

ଭୁବନେଶ୍ୱର: ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ଅଂଚଳରେ ୯ ବର୍ଷର ନାବାଳିକାକୁ ଦୁଷ୍କର୍ମ ଅଭିଯୋଗ ହୋଇଛି । ଖରାବେଳେ କେହି ନଥିବାର ସୁଯୋଗ ନେଇ ଏହି କାଣ୍ଡ କରିଛି ପଡୋଶୀ ଘରର ୨୦ ବର୍ଷର ଯୁବକ । ଘଟଣା ପରେ ସଂପୃକ୍ତ ଯୁବକ ଫେରାର ହୋଇଯାଇଛି । ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ ଜାରି ରଖିଛି ।  ପୀଡିତା ନାବାଳିକା  ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଜୀବନମରଣ ସହ ସଂଗ୍ରାମ କରୁଛନ୍ତି । ଖବର ଅନୁସାରେ, ଗତକାଲି ଖରାବେଳେ ସଂପୃକ୍ତ ନାବାଳିକା ଗାଁ ଦାଣ୍ଡରେ ଥିବା ଟ୍ୟାପରେ ଗାଧେଉଥିଲେ ।

 

 

ଏହି ସମୟରେ ସଂପୃକ୍ତ ନାବାଳିକାକୁ ଟେକି ନେଇ ଯୁବକଜଣକ ଏକ ନିଛାଟିଆ ବଣଭିତରେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ନାବାଳିକାର ପାଟିକୁ ଚିପିଧରିଥିବାରୁ ଝିଅଟି ପାଟି କରିପାରିନଥିଲେ । ଘଟଣା ପରେ ବହୁ ସମୟରେ ଧରି ନାବାଳିକା ଜଣକ ଅବଶ ଅବସ୍ଥାରେ ପଡିରହିଥିଲେ । ପରେ ବହୁ କଷ୍ଟରେ ଘରକୁ ଫେରି ପରିବାର ଲୋକଙ୍କୁ ସବୁ କଥା କହିଥିଲେ । ପୁଲିସ ନିକଟରେ ଅଭିଯୋଗ ହେଲା ପରେ ନାବାଳିକାକୁ  ପ୍ରଥମେ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କ୍ୟାପିଟାଲ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି । ବର୍ତମାନ ସଂପୃକ୍ତ ନାବାଳିକାର ଅବସ୍ଥା ସ୍ଥିର ରହିଛି । ପୁଲିସ ଅଭିଯୁକ୍ତକୁ ଅଟକ ରଖି ପଚରାଉଚରା କରୁଛି ।

Related News
satta king tw