Top Stories

Search here...

News

କୋରାପୁଟର ଏସବିଆଇ ବ୍ୟାଙ୍କରୁ ନେଇଗଲେ ଦେଢ଼ କେଜିରୁ ଅଧିକ ଓଜନର ସୁନା

Posted On - 4 days ago
Edited By Prabir Kumar
LAST UPDATED Jan 19, 2022 07:58 AM

ଲକ୍ଷ୍ମୀପୁର ଏସ୍ବିଆଇ ଶାଖା ପରିଚାଳକ ଆଜି ବ୍ୟାଙ୍କରୁ ୧କେଜି ୬୦୦ ଗ୍ରାମ ସୁନା ଚୋରି ହୋଇଥିବା ଥାନାରେ ଅଭିଯୋଗ କରିବା ପୁଲିସ୍ ତଦନ୍ତ ଆରମ୍ଭ କରିଛି ।

 

BBSR Reporters


ଲକ୍ଷ୍ମୀପୁର : ବ୍ୟାଙ୍କରୁ ଚୋରି ହୋଇଯାଇଛି ଦେଢ଼ କେଜିରୁ ଅଧିକ ଓଜନର ସୁନା । ଏଭଳି ଚୋରୀ ହୋଇଛି କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ଏସ୍ବିଆଇ ଶାଖାରୁ । ଏନେଇ ବ୍ୟାଙ୍କ ଶାଖା ପକ୍ଷରୁ ଲକ୍ଷ୍ମୀପୁର ଥାନାରେ ଅଭିଯୋଗ ହୋଇଛି ।

 

ଲକ୍ଷ୍ମୀପୁର ଏସ୍ବିଆଇ ଶାଖା ପରିଚାଳକ ଆଜି ବ୍ୟାଙ୍କରୁ ୧କେଜି ୬୦୦ ଗ୍ରାମ ସୁନା ଚୋରି ହୋଇଥିବା ଥାନାରେ ଅଭିଯୋଗ କରିବା ପୁଲିସ୍ ତଦନ୍ତ ଆରମ୍ଭ କରିଛି । ଏଥିପାଇଁ ସନ୍ଧାନୀ କୁକୁରର ମଧ୍ୟ ସାହାଯ୍ୟ ନିଆଯାଇଛି । ସାଇଣ୍ଟିଫିକ ଟିମ୍ ବି ବ୍ୟାଙ୍କରେ ପହଞ୍ଚି ଯାଞ୍ଚ କରିଛନ୍ତି । ବ୍ୟାଙ୍କରେ ଲାଗିଥିବା ସିସିଟିଭିକୁ ଯାଞ୍ଚ କରାଯାଇଛି ।

 

ତେତେ ଏନେଇ ସମ୍ପର୍କରେ ବ୍ୟାଙ୍କ କର୍ତ୍ତୃପକ୍ଷ କିମ୍ବା ପୁଲିସ୍ ପକ୍ଷରୁ ଗଣମାଧ୍ୟମକୁ କିଛି ସୂଚନା ଦିଆଯାଇ ନାହିଁ । ତଦନ୍ତ ଜାରି ରହିଥିବାରୁ ପରେ ସମ୍ପୂର୍ଣ୍ଣ ସୂଚନା ଦିଆଯିବ ବୋଲି ଲକ୍ଷ୍ମୀପୁର ଏସ୍ଡିପିଓ ଅଶ୍ୱିନ କୁମାର ନାୟକ କହିଛନ୍ତି ।
 

Related News
satta king tw