Top Stories

Search here...

News

ଦୁଇ ଦିନ ପରେ ଢିଙ୍କିଆରେ ପୁଣି ଆରମ୍ଭ ହେଲା ପାନବରଜ ଭଙ୍ଗା କାର୍ଯ୍ୟ

Posted On - 8 minutes ago
Edited By Prabir Kumar
LAST UPDATED Jan 17, 2022 08:02 PM

ଆଜି ସକାଳୁ ପ୍ରଶାସନିକ ଅଧିକାରୀଙ୍କ ସହିତ ପୋଲିସ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ମାହାଳ ଗାଁର ୧୦ରୁ ଅଧିକ ପାନବରଜ ଭଙ୍ଗାଯାଇଛି । ଅନେକ ପାନବରଜ ଭଙ୍ଗାଯିବା ପାଇଁ ମାପଚୁପ କରାଯାଇଛି । 

 

BBSR Reporters


ଢିଙ୍କିଆ: ଢିଙ୍କିଆରେ ପୁଣି ଆରମ୍ଭ ହେଲା ପାନବରଜ ଭଙ୍ଗା କାମ । ଦୁଇ ଦିନର ନୀରବତା ପରେ ଆଜି ପୁଣି ପାନବରଜ ଉଚ୍ଛେଦ କାମ ଆରମ୍ଭ ହୋଇଛି । ଆଜି ସକାଳୁ ପ୍ରଶାସନିକ ଅଧିକାରୀଙ୍କ ସହିତ ପୋଲିସ ଓ ଗ୍ରାମବାସୀଙ୍କ ଉପସ୍ଥିତିରେ ମାହାଳ ଗାଁର ୧୦ରୁ ଅଧିକ ପାନବରଜ ଭଙ୍ଗାଯାଇଛି । ଅନେକ ପାନବରଜ ଭଙ୍ଗାଯିବା ପାଇଁ ମାପଚୁପ କରାଯାଇଛି ।\

 

ପ୍ରସ୍ତାବିତ ଜିନ୍ଦଲ ପ୍ରକଳ୍ପକୁ ନେଇ ପାନବରଜ ଭଙ୍ଗା ଯାଉଥିବା ବେଳେ ତିନି ଦିନ ତଳେ ଢିଙ୍କିଆ ଗାଁରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା । ପରେ ପ୍ରଶାସନ ପକ୍ଷରୁ ଦୁଇ ଦିନ ପାଇଁ ପାନ ବରଜ ଭଙ୍ଗା କାମ ବନ୍ଦ ରହିଥିଲା । ଆଜି ପ୍ରଶାସନ ତରଫରୁ ପାନବରଜ ଭଙ୍ଗା କାମ ଆରମ୍ଭ ହେବା ପରେ ମାହାଳ ଗାଁର ଅନେକ ଗ୍ରାମବାସୀ ପ୍ରଶାସନକୁ ସହଯୋଗ କରୁଥିବା ଦେଖିବାକୁ ମିଳିଛି ।

 

ପୋଲିସର ଲାଠି ଚାଳନା ସମୟରେ ପ୍ରକଳ୍ପ ବିରୋଧୀ ନେତା ଦେବେନ୍ଦ୍ର ସ୍ୱାଇଁଙ୍କୁ ଗିରଫ ପରେ ପ୍ରକଳ୍ପକୁ ବିରୋଧ କରୁଥିବା ଗ୍ରାମବାସୀଙ୍କ ସ୍ୱର ନରମି ଯାଇଥିବା ଦେଖିବାକୁ ମିଳିଛି । ଗତକାଲି ଜଗତସିଂହପୁର ଏସ୍ପି ଢିଙ୍କିଆରେ ଗ୍ରାମବାସୀଙ୍କ ସହ ଆଲୋଚନା କରିଥିଲେ । ବର୍ତମାନ ପର୍ଯ୍ୟନ୍ତ ପାନବରଜ ଭାଙ୍ଗିଥିବା ପାନ ଚାଷୀଙ୍କୁ ୫ କୋଟିରୁ ଅଧିକ କ୍ଷତିପୂରଣ ରାଶି ପ୍ରଦାନ କରାଯାଇଥିବା ପ୍ରଶାସନ ତରଫରୁ ସୂଚନା ମିଳିଛି ।

Related News
satta king tw