Top Stories

Search here...

News

ରାଜଧାନୀରେ ବୋମାମାଡ଼, ଦୁଇ ଆହତ

Posted On - 9 minutes ago
Edited By Team BbsrReporters
LAST UPDATED Jan 17, 2022 05:51 PM

ରବିବାର ବିଳମ୍ବିତ ରାତିରେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାର ସରକାନ ପଞ୍ଚାୟତର ଅନ୍ଧୋଟି ଗାଁରେ ଥିବା ଏକ ଆଉଟ୍‌ ହାଉସ୍‌ ଉପରେ ବୋମାମାଡ଼ ହୋଇଛି।

 

BBSR Reporters


ଭୁବନେଶ୍ୱର: ରାଜଧାନୀରେ ବୋମାମାଡ଼ l ଗତକାଲି ବିଳମ୍ବିତ ରାତିରେ ଦୁର୍ବୃତ୍ତମାନେ ଆଉଟ ହାଉସ ଉପରେ ଦୁଇଟି ବୋମା ପକାଇ ଫେରାର ହୋଇଯାଇଥିଲେ। ସେତେବେଳେ ଆଉଟ ହାଉସରେ ଦୁଇ ଜଣ ବ୍ୟକ୍ତି ଥିଲେ। ରବିବାର ବିଳମ୍ବିତ ରାତିରେ ଭୁବନେଶ୍ୱର ଉପକଣ୍ଠ ବାଲିଅନ୍ତାର ସରକାନ ପଞ୍ଚାୟତର ଅନ୍ଧୋଟି ଗାଁରେ ଥିବା ଏକ ଆଉଟ୍‌ ହାଉସ୍‌ ଉପରେ ବୋମାମାଡ଼ ହୋଇଛି।

 

ବୋମାମାଡ଼ରେ ଦୁଇ ଜଣ ଆହତ ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ବୋମାମାଡ଼ରେ ଆଉଟ ହାଉସର ଛପର ଉଡ଼ିଯାଇଛି। ଜମି ବିବାଦରୁ ଏହି ବୋମାମାଡ଼ ହୋଇଥିବା ସୂଚନା ମିଳିଛି। ପୁଲିସ ଘଟଣାସ୍ଥଳରେ ଯାଞ୍ଚି କରିବା ସହିତ ଘଟଣାର ତଦନ୍ତ କରୁଛି। ତେବେ ଏପର୍ଯ୍ୟନ୍ତ ପୁଲିସ କାହାକୁ ଗିରଫ କରିନାହିଁ।

Related News
satta king tw