Top Stories

Search here...

News

ତାଲିବାନ୍ ଶାସନ: ପୃଥକ୍ ଶ୍ରେଣୀଗୃହରେ ପଢ଼ିବେ  ଆଫଗାନ୍ ଝିଅ ଓ ପୁଅ 

Posted On - 1 minute ago
Edited By Team BbsrReporters
LAST UPDATED Aug 30, 2021 10:19 AM

ବିଶ୍ୱବିଦ୍ୟାଳୟଗୁଡ଼ିକରେ ଝିଅ ଓ ପୁଅମାନେ ଆଉ ଏକତ୍ର ଅଧ୍ୟୟନ କରିପାରିବେ ନାହିଁ ବୋଲି ତାଲିବାନ୍ ଉଚ୍ଚଶିକ୍ଷା ମନ୍ତ୍ରାଳୟର କାର୍ଯ୍ୟକାରୀ ମୁଖ୍ୟ ଅବଦୁଲ୍ ବାକ୍ୱି ହକ୍କାନି କହିଛନ୍ତି ।

 

BBSR Reporters

 

ନୂଆଦିଲ୍ଲୀ: ଆଫଗାନିସ୍ତାନରେ  ତାଲିବାନ୍ ଶାସନ କ୍ଷମତା ଅକ୍ତିଆର କରିବା ପରେ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଆଫଗାନ୍ ଝିଅ ଏବଂ ପୁଅମାନେ ପୃଥକ୍ ଶ୍ରେଣୀଗୃହରେ ଅଧ୍ୟୟନ କରିବେ  । ଏନେଇ  ତାଲିବାନ୍ ଉଚ୍ଚଶିକ୍ଷା ମନ୍ତ୍ରାଳୟର କାର୍ଯ୍ୟକାରୀ ମୁଖ୍ୟ ଅବଦୁଲ୍ ବାକ୍ୱି ହକ୍କାନି କହିଛନ୍ତି ।

 

ସ୍ଥାନୀୟ ‘ଖାମ ନିଉଜ୍’ କରିଥିବା ରିପୋର୍ଟ ଅନୁସାରେ, ଅବଦୁଲ୍ ବାକ୍ୱି ହକ୍କାନି କହିଛନ୍ତି, ନୂତନ ବ୍ୟବସ୍ଥା ଅନୁସାରେ, ଶିକ୍ଷା ଲାଗି ଝିଅମାନଙ୍କର ଅଧିକାର ରହିବ । କିନ୍ତୁ, ସେମାନେ ଏକା ଶ୍ରେଣୀଗୃହରେ ପୁଅମାନଙ୍କ ସହିତ ବସି ପଢ଼ି ପାରିବେ ନାହିଁ ।

 

ସେ ଆହୁରି ମଧ୍ୟ କହିଛନ୍ତି, ବିଶ୍ୱବିଦ୍ୟାଳୟଗୁଡ଼ିକରେ ଝିଅ ଓ ପୁଅମାନେ ଆଉ ଏକତ୍ର ଅଧ୍ୟୟନ କରିପାରିବେ ନାହିଁ । ଇସଲାମୀୟ ଆଇନ ଅନୁସାରେ ସେମାନେ ପୃଥକ୍ ଶ୍ରେଣୀଗୃହରେ ଅଧ୍ୟୟନ କରିବେ । ଦେଶର ସରକାରୀ ଏବଂ ବେସରକାରୀ ବିଶ୍ୱବିଦ୍ୟାଳୟଗୁଡ଼ିକର କର୍ମଚାରୀମାନଙ୍କର ବୈଠକରେ ହକ୍କାନି ଉପରୋକ୍ତ ବିବୃତି ଦେଇଛନ୍ତି ।


ସ୍ୱଳ୍ପସଂଖ୍ୟକ ଛାତ୍ରୀ ନାମ ଲେଖାଉଥିବାରୁ ବେସରକାରୀ ବିଶ୍ୱବିଦ୍ୟାଳୟରେ ସେମାନଙ୍କ ଲାଗି ପୃଥକ୍ ଶ୍ରେଣୀଗୃହ ବ୍ୟବସ୍ଥା କରିବା ସମ୍ଭବପର ନୁହେଁ ବୋଲି ବେସରକାରୀ ବିଶ୍ୱବିଦ୍ୟାଳୟ ସଂଘ କହିଥିଲା ।  ଏହା ଉପରେ ଗୁରୁତ୍ୱାରୋପ କରି ସେ ସବୁର ପ୍ରତିକାର ନିମନ୍ତେ ବେସରକାରୀ ବିଶ୍ୱବିଦ୍ୟାଳୟ ସଂଘ ତାଲିବାନ୍ ଉଚ୍ଚଶିକ୍ଷା ମନ୍ତ୍ରାଳୟର କାର୍ଯ୍ୟନିର୍ବାହୀ ମୁଖ୍ୟଙ୍କ ନିକଟରେ ନିବେଦନ କରିଥିଲେ । 
 

Related News
satta king tw