Top Stories

Search here...

News

ବିମାନରେ ବିବାହ କଲେ  ତାମିଲ ଦମ୍ପତି: ତଦନ୍ତ ନିର୍ଦେଶ ଦେଲେ ଡିଜିସିଏ

Posted On - 6 minutes ago
Edited By Team BbsrReporters
LAST UPDATED May 25, 2021 12:49 PM

ବିମାନଟି ମଦୁରାଇର ପ୍ରସିଦ୍ଧ ମିନାକ୍ଷୀ ମନ୍ଦିର ଉପରେ ଉଡୁଥିବାବେଳେ ବରକନ୍ୟା ପରସ୍ପରକୁ ବରଣମାଳା ପିନ୍ଧାଇଥିଲେ । 

 

BBSR Reporters


ନୂଆଦିଲ୍ଲୀ: କୋଭିଡ୍ ନିୟମ ଉଲ୍ଲଘଂନ କରି ବିମାନରେ ବିବାହ ଉତ୍ସବ ସମ୍ପନ୍ନ ହୋଇଥିବାବେଳେ ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ (ଡିଜିସିଏ) କର୍ତ୍ତୃପକ୍ଷ ଏହାକୁ ଗୁରୁତ୍ୱର ସହ ଗ୍ରହଣ କରି ତଦନ୍ତ ନିର୍ଦେଶ  ଦେଇଛନ୍ତି । ତାମିଲନାଡୁର ମଦୁରାଇ ସହର ବାସିନ୍ଦା ବର-କନ୍ୟା ମଝି ଆକାଶରେ ବିବାହ ସମ୍ପନ୍ନ କରିବାକୁ ନିମନ୍ତ୍ରିତ ଅତିଥିଙ୍କ ସହ ସ୍ପାଇସ ଜେଟ୍ ଏୟାରଲାଇନ୍ସର ଏକ ବିମାନକୁ ଭଡାରେ ନେଇଥିଲେ । ତଦନୁଯାୟୀ ବିମାନଟି ରବିବାର ମଦୁରାଇ ଆକାଶରେ ଦୁଇଘଣ୍ଟା ପର୍ଯ୍ୟନ୍ତ ଉଡିଥିଲା । ବିମାନଟି ମଦୁରାଇର ପ୍ରସିଦ୍ଧ ମିନାକ୍ଷୀ ମନ୍ଦିର ଉପରେ ଉଡୁଥିବାବେଳେ ବରକନ୍ୟା ପରସ୍ପରକୁ ବରଣମାଳା ପିନ୍ଧାଇଥିଲେ ।

 

 

ତେବେ ଏହାର ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାପରେ ସଂପୃକ୍ତ ବିମାନର ପାଇଲଟ୍ ଓ ବିମାନ ପରିଚାରିକାଙ୍କୁ ସାମୟିକ ନିଲମ୍ବନ କରାଯାଇଛି । ଭିଡିଓରେ ଉପସ୍ଥିତ ଅତିଥିମାନେ ସାମାଜିକ ଦୂରତା ବଜାୟ ରଖିନଥିବାବେଳେ କେତେକ ମାସ୍କ୍ ମଧ୍ୟ ପିନ୍ଧିିନଥିବା ଲକ୍ଷ୍ୟ କରାଯାଇଛି । ତେବେ  ବୁକିଂ ପୂର୍ବରୁ ସଂପୃକ୍ତ ପକ୍ଷଙ୍କୁ ସ୍ପାଇସ ଜେଟ୍ ପକ୍ଷରୁ କୋଭିଡ୍ ନିୟମାବଳୀ ସମ୍ପର୍କରେ ସଚେତନ ରହିବାକୁ ଅବଗତ କରାଯାଇଥିଲା ।

Related News
satta king tw