Top Stories

Search here...

News

ବାଗଚୀ-ଶ୍ରୀଶଙ୍କର କ୍ୟାନସର କେନ୍ଦ୍ର ଓ ଗବେଷଣା ପ୍ରତିଷ୍ଠାନର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ 

Posted On - 5 minutes ago
Edited By Team BbsrReporters
LAST UPDATED Jul 13, 2021 11:33 AM

ଯେଉଁଦିନ ପ୍ରଥମ କ୍ୟାନସର ରୋଗୀ ଚିକିତ୍ସା ହୋଇ ସୁସ୍ଥ ହେବ ସେହିଦିନ ସ୍ୱପ୍ନ ସାକାର ହେବ ବୋଲି କହିଛନ୍ତି ବାଗଚୀ ଦମ୍ପତି  ।

 

BBSR Reporters


ଭୁବନେଶ୍ୱର: ବାଗଚୀ-ଶ୍ରୀଶଙ୍କର କ୍ୟାନସର କେନ୍ଦ୍ର ଓ ଗବେଷଣା ପ୍ରତିଷ୍ଠାନର ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  । ଏଥିସହିତ ବାଗଚୀ କରୁଣାଶ୍ରୟ କେନ୍ଦ୍ରର ମଧ୍ୟ ଶିଳାନ୍ୟାସ କରିଛନ୍ତି ମୁଖ୍ୟମନ୍ତ୍ରୀ  ।  ଭୁବନେଶ୍ୱର ଇନଫୋସିଟି-୨ରେ ୪୦ ଏକର ଜାଗାରେ ନିର୍ମାଣ ହେବ ୭୫୦ ଶଯ୍ୟା ବିଶିଷ୍ଟ ଶ୍ରୀଶଙ୍କର କ୍ୟାନସର ଆଣ୍ଡ ରିସର୍ଚ୍ଚ ସେଣ୍ଟର ଏବଂ ବାଗଚୀ କରୁଣାଶ୍ରୟ କେନ୍ଦ୍ର  । ୨ ବର୍ଷ ଭିତରେ ଏହା ନିର୍ମାଣ ପାଇଁ ଲକ୍ଷ୍ୟ ରାଜ୍ୟ ସରକାର ରଖିଛନ୍ତି  ।

 

ଘୋଷଯାତ୍ରା ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଉପହାରରେ ଦେଇଛନ୍ତି ବିଶ୍ୱସ୍ତରୀୟ କର୍କଟ ହସ୍ପିଟାଲ ଓ ପାଲିଏଟିଭ କେୟାର ସେଣ୍ଟର  । ଖୋର୍ଦ୍ଧା ଜଟଣୀ ନିକଟ ଇନଫୋଭ୍ୟାଲି ମୌଜାରେ କ୍ୟାନସର ହସ୍ପିଟାଲର ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି  । ଏହା ଦ୍ୱରା ରାଜ୍ୟକୁ ଆଉ ଏକ ବିଶାଳ ସ୍ୱାସ୍ଥ୍ୟ ଭିତ୍ତିଭୂମି  ମିଳିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । 

 

ଦକ୍ଷତା ବିକାଶ ପ୍ରାଧିକରଣର ଅଧ୍ୟକ୍ଷ ସୁବ୍ରତ ବାଗଚୀ ଗତ ମାସରେ ଏହି ହସ୍ପିଟାଲ ନିର୍ମାଣ ପାଇଁ ୩୪୦ କୋଟି ଟଙ୍କା ଦେବାକୁ ଘୋଷଣା କରିଥିଲେ  । ଏଥିପାଇଁ ଦରକାରୀ ଜମି ଏବଂ ଆନୁଷଙ୍ଗିକ ସୁବିଧା ଯୋଗାଇ ଦେଇଛନ୍ତି ରାଜ୍ୟ ସରକାର  । ଏଠାରେ ଯେଉଁଦିନ ପ୍ରଥମ କ୍ୟାନସର ରୋଗୀ ଚିକିତ୍ସା ହୋଇ ସୁସ୍ଥ ହେବ ସେହିଦିନ ସ୍ୱପ୍ନ ସାକାର ହେବ ବୋଲି କହିଛନ୍ତି ବାଗଚୀ ଦମ୍ପତି  ।

 

ଏହା ଦ୍ୱାରା ଓଡ଼ିଶାର କ୍ୟାନସର ରୋଗୀଙ୍କୁ ଆଉ ରାଜ୍ୟ ବାହାରକୁ ଯିବାକୁ ପଡ଼ିବ ନାହିଁ  । ୪୦ ଏକର ଜାଗାରେ ବାଗଚୀ- ଶ୍ରୀଶଙ୍କର କ୍ୟାନସର ହସ୍ପିଟାଲ ଆଣ୍ଡ ରିସର୍ଚ୍ଚ ସେଣ୍ଟର ଏବଂ ବାଗଚୀ କରୁଣାଶ୍ରୟ କେୟାର ସେଣ୍ଟର ନାମରେ ଦୁଇଟି ଅନୁଷ୍ଠାନ ଏଠି କାର୍ଯ୍ୟ କରିବ  । ବାଗଚୀ କରୁଣାଶ୍ରୟ କେୟାର ସେଣ୍ଟରରେ ୧୧୦ଟି ବେଡ୍ ରହିବ  । ଶ୍ରୀଶଙ୍କର ହସ୍ପିଟାଲର ମୁଖ୍ୟ ଡାକ୍ତର କରୁଣାନାଥ, କରୁଣାଶ୍ରୟ ଟ୍ରଷ୍ଟର ମୁଖ୍ୟ ଗୌମିତ୍ର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟ ସରକାରଙ୍କ ଏଭଳି ଉଦ୍ୟମକୁ ପ୍ରଶଂସା କରିବା ସହ ସମସ୍ତ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି  ।
 

Related News
satta king tw