Top Stories

Search here...

News

ଆଜି ଟିକାକରଣ ନେଇ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

Posted On - 7 minutes ago
Edited By Team BbsrReporters
LAST UPDATED Nov 03, 2021 11:49 AM

୧୧ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ୪୦ ଜିଲ୍ଲାପାଳଙ୍କ ସହ ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ପ୍ରମୁଖ ଉପସ୍ଥିତ ରହିବେ ।

 

 

BBSR Reporters

 

 

ଭୁବନେଶ୍ୱର:ଆଜି ଟିକାକରଣ ନେଇ ସମୀକ୍ଷା କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଜାତୀୟ ହାରଠାରୁ କମ୍ କରୋନା ଟିକାକରଣକୁ ନେଇ ସମୀକ୍ଷା କରିବେ ମୋଦୀ । ୧୧ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ୪୦ ଜିଲ୍ଲାପାଳଙ୍କ ସହ ପ୍ରଧାନମନ୍ତ୍ରୀ କଥା ହେବେ । ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ ଓ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭୀୟ ପ୍ରମୁଖ ଉପସ୍ଥିତ ରହିବେ ।

 

 

ଜାତୀୟ ଟିକାକରଣ ହାର ଠାରୁ ବିହାର, ଝାଡଖଣ୍ଡ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ନାଗାଲାଣ୍ଡ, ପଞ୍ଜାବ, ତାମିଲନାଡୁ, ଉତରପ୍ରଦେଶ ଓ ପଶ୍ଚିମବଙ୍ଗରେ ଟିକାକରଣ କମ୍ ହୋଇଛି । ଉତରପ୍ରଦେଶରେ ୧ କୋଟି ୬୦ ଲକ୍ଷ ଲୋକ ଦ୍ୱିତୀୟ ଡୋଜ୍ ଟିକା ନେଇନାହାନ୍ତି । ସେହିପରି ୧୮ ରାଜ୍ୟର ୪୯ଟି ଜିଲ୍ଲାରେ ୫୦ ପ୍ରତିଶତରୁ କମ୍ ଲୋକ ପ୍ରଥମ ଡୋଜ୍ ଟିକା ନେଇନାହାନ୍ତି ।

Related News
satta king tw