Top Stories

Search here...

News

ଦେଶର ପ୍ରଥମ ସହର ବିକାନେରରେ ଘରକୁ ଘର ବୁଲି ଦିଆଯିବ ଟିକା

Posted On - 44 minutes ago
Edited By Team BbsrReporters
LAST UPDATED Jun 14, 2021 01:18 PM

ତେବେ ଯେଉଁ ଘରେ ଅତିକମରେ ୧୦ ଜଣ ଲୋକ ଟିକା ନେବାକୁ ନାମ ପଞ୍ଜିକୃତ କରିଥିବେ, ସେହି ଘରକୁ ଯାଇ ଟିକା ଦିଆଯିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି ।

 

BBSR Reporters


ନୂଆଦିଲ୍ଲୀ: ରାଜସ୍ଥାନର ବିକାନେର ସହରରେ ଘରକୁ ଯାଇ ଲୋକଙ୍କୁ କୋଭିଡ୍ ଟିକାଦାନ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି । ଲୋକଙ୍କୁ ଏଭଳି ସୁବିଧା ଯୋଗାଇଦେବାରେ ବିକାନେର ଦେଶର ପ୍ରଥମ ସହର ଭାବେ ମାନ୍ୟତା ପାଇବାକୁ ଯାଉଛି । ବିଶେଷଜ୍ଞମାନେ ତୃତୀୟ ଲହର ଆସିବ ବୋଲି ପୂର୍ବାନୁମାନ କରିସାରିଥିବାରୁ ଘର ଘର ବୁଲି ଟିକାକରଣ ଅଭିଯାନ ଆରମ୍ଭ କରାଯିବ ବୋଲି ବିକାନେର ଜିଲ୍ଲାପାଳ ନମିତ୍ ମେହେଟ୍ଟା କହିଛନ୍ତି ।

 

୪୫ ବର୍ଷରୁ ଊଦ୍ଧ୍ୱର୍ ବୟସର ଲୋକଙ୍କୁ ଏହି ଅଭିଯାନରେ ସାମିଲ କରାଯାଇଛି । ଏଥିପାଇଁ ରାଜସ୍ଥାନ ସରକାରଙ୍କ ପକ୍ଷରୁ ଏକ ହେଲପ୍ ଲାଇନ ନମ୍ବର ଖୋଲାଯାଇଛି । ଆଗ୍ରହୀ ଓ ଯୋଗ୍ୟ ବ୍ୟକ୍ତି ହ୍ୱାଟସ୍ଆପ୍ ନମ୍ବରରେ ନିଜର ନାମ ପଞ୍ଜୀକୃତ କରିବା ସହ ବାସଗୃହ ଠିକଣା ସମେତ ଅନ୍ୟ ସୂଚନା ପ୍ରଦାନ କରିବାକୁ କୁହାଯାଇଛି । ଏଥିପାଇଁ ଦୁଇଟି ଆମ୍ବୁଲାନ୍ସ ଓ ୩ଟି ଭ୍ରାମ୍ୟମାଣ ଦଳକୁ ପ୍ରସ୍ତୁତ ରଖାଯାଇଛି ।

 

ତେବେ ଯେଉଁ ଘରେ ଅତିକମରେ ୧୦ ଜଣ ଲୋକ ଟିକା ନେବାକୁ ନାମ ପଞ୍ଜିକୃତ କରିଥିବେ, ସେହି ଘରକୁ ଯାଇ ଟିକା ଦିଆଯିବ ବୋଲି ପ୍ରଶାସନ ସ୍ପଷ୍ଟ କରିଛି । କାରଣ କୋଭିଡ୍ ଟିକାର ଗୋଟିଏ ଭାଏଲରେ ୧୦ଟି ଡୋଜ୍ ରହିଥାଏ । ତେଣୁ ୧୦ ଜଣ ଏକାଠି ହେଲେ ସମସ୍ତଙ୍କୁ ଟିକା ଦେଇହେବ ଏବଂ କୌଣସି ଡୋଜ୍ ନଷ୍ଟ ହେବନାହିଁ ବୋଲି ଜଣାପଡିଛି । ଗୋଟିଏ ଠିକଣାରେ ୧୦ ଲୋକଙ୍କୁ ଟିକା ଦେବାପରେ ଟିକା ରଖାଯାଇଥିବା ଆମ୍ବୁଲାନ୍ସ ଅନ୍ୟ ଠିକଣା ଅଭିମୁଖେ ଯାତ୍ରା କରିବ । ତେବେ ଟିକା ନେଇସାରିଥିବା ଲୋକଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିବାକୁ ଭ୍ରାମ୍ୟମାଣ ଦଳ  କିଛି ସମୟ ସେଠାରେ ଅପେକ୍ଷା କରିବେ ।
 

Related News
satta king tw