Top Stories

Search here...

News

କେଦାରନାଥରେ ସ୍ଥାପିତ ହେବ ଆଦି ଶଙ୍କରାଚାର୍ଯ୍ୟଙ୍କ ପ୍ରତିମୂର୍ତ୍ତି

Posted On - 2 minutes ago
Edited By Team BbsrReporters
LAST UPDATED Jun 15, 2021 01:09 PM

ମହୀଶୂର ସହରର ସ୍ଥପତି ଅର୍ଜୁନ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ଏହି ପ୍ରତିମୂର୍ତ୍ତିର ଉଚ୍ଚତା ୧୨ ଫୁଟ ଓ ଓଜନ ୩୫ ଟନ୍ ବୋଲି ସୂଚନା ମିଳିଛି ।

 

BBSR Reporters


ଡେରାଡୁନ: ଉତ୍ତରାଖଣ୍ଡସ୍ଥିତ କେଦାରନାଥ ମନ୍ଦିର ପରିସରରେ ଖୁବଶୀଘ୍ର ଆଦି ଶଙ୍କରାଚାର୍ଯ୍ୟଙ୍କ ଏକ ପୂର୍ଣ୍ଣାୟବ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ବୋଲି ଜଣାପଡିଛି । ମହୀଶୂର ସହରର ସ୍ଥପତି ଅର୍ଜୁନ ଯୋଗୀରାଜଙ୍କ ଦ୍ୱାରା ନିର୍ମିତ ଏହି ପ୍ରତିମୂର୍ତ୍ତିର ଉଚ୍ଚତା ୧୨ ଫୁଟ ଓ ଓଜନ ୩୫ ଟନ୍ ବୋଲି ସୂଚନା ମିଳିଛି । ଜୁନ୍ ୨୫ ସୁଦ୍ଧା ପ୍ରତିମୂର୍ତ୍ତି ଚାମୋଲି ଜିଲ୍ଲାରେ ପହଞ୍ଚିବ ବୋଲି ମୁଖ୍ୟମନ୍ତ୍ରୀ ତୀରଥ୍ ସିଂହ ରାୱତ ଜଣାଇଛନ୍ତି ।

 

 

ସୂଚନାଯୋଗ୍ୟ ଆଦି ଶଙ୍କରାଚାର୍ଯ୍ୟଙ୍କୁ କେଦାରନାଥରେ ସମାଧି ଦିଆଯାଇଥିଲା । ତେବେ ୨୦୧୩ରେ କେଦାରନାଥରେ ଘଟିଥିବା ପ୍ରଳୟଙ୍କରୀ ବର୍ଷାରେ ସମାଧିସ୍ଥଳ ବ୍ୟାପକ କ୍ଷତିଗ୍ରସ୍ତ ହୋଇଥିଲା । ଏହାକୁ ଯଥାଶୀଘ୍ର ପୁନରୁଦ୍ଧାର କରିବାକୁ ଉତ୍ତରାଖଣ୍ଡ ହାଇକୋର୍ଟ ଚଳିତବର୍ଷ ଜାନୁଆରୀରେ ରାଜ୍ୟ ସରକାରଙ୍କୁ ନିଦେ୍ର୍ଧଶ ଦେଇଥିଲେ ।

 

କେରଳରେ ଜନ୍ମଗ୍ରହଣ କରିଥିବା ଆଦି ଶଙ୍କରରାଚାର୍ଯ୍ୟ ହେଉଛନ୍ତି ହିନ୍ଦୁ ଧର୍ମାବଲମ୍ବୀଙ୍କ ପ୍ରଥମ ଧର୍ମଗୁରୁ । ତାଙ୍କରି ଦ୍ୱାରା ଭାରତର ୪ଟି ଧର୍ମସ୍ଥଳୀ ଯଥା ବଦ୍ରିନାଥ, ଦ୍ୱାରକା, ରାମେଶ୍ୱରମ ଓ ପୁରୀରେ ମଠ ପ୍ରତିଷ୍ଠା କରାଯାଇଥିଲା । ଏହି ସ୍ଥାନଗୁଡିକ ଦେଶର ଚାରିଧାମ ଭାବେ ଖ୍ୟାତିଲାଭ କରିଥିବାବେଳେ ସେଠାରେ ଜଣେ ଲେଖାଏଁ ଶଙ୍କରାଚାର୍ଯ୍ୟ ଅବସ୍ଥାନ କରୁଛନ୍ତି ।
 

Related News
satta king tw