dd dd

Top Stories

Search here...

News

ଏସିପି ସଞ୍ଜୀବ ଶତପଥୀଙ୍କ ନାମରେ ଫେକ୍ ଏଫବି ଆକାଉଣ୍ଟ, ପୋଷ୍ଟ ଜରିଆରେ କଲେ ସତର୍କ 

Posted On - 1 day ago

 

ଏସିପି କହିଛନ୍ତି ଯେ, ଏହି ଫେକ୍ ଆଇଡିରୁ ଯଦି ଫ୍ରେଣ୍ଡ ରିକ୍ୱେଷ୍ଟ ଯାଏ ତେବେ ଏହାକୁ ଗ୍ରହଣ କରିବେ ନାହିଁ । କାରଣ କେହି ଜଣେ ମୋ ନାମରେ ଏହି ଆକାଉଣ୍ଟ  ଖୋଲିଛି । ଏହିଭଳି ସବୁ ଫ୍ରଡ୍ ଆଇଡି ଠାରୁ ଦୂରେଇ ରହିବାକୁ ସେ ଲୋକଙ୍କୁ ଚେତେଇଛନ୍ତି ।

 

BBSR Reporters

 

ଭୁବନେଶ୍ୱର : ଏସିପି ସଞ୍ଜୀବ ଶତପଥୀଙ୍କ ନାମରେ ଫେକ୍ ଆକାଉଣ୍ଟ ଖୋଲାଯାଇଛି । ଏନେଇ ଖୋଦ୍ ଏସିପି ସତର୍କ କରାଇଛନ୍ତି । ସେ ଆଜି ତାଙ୍କ ପ୍ରକୃତ ଆକାଉଣ୍ଟରୁ ତାଙ୍କ ଫଲୋଅର୍ସଙ୍କୁ ଏକ ପୋଷ୍ଟ ଜରିଆରେ ସତର୍କ କରାଇଛନ୍ତି । ଆଉ ଲେଖିଛନ୍ତି ଯେ, ଏହି ଫେକ୍ ଆଇଡିରୁ ଯଦି ଫ୍ରେଣ୍ଡ ରିକ୍ୱେଷ୍ଟ ଯାଏ ତେବେ ଏହାକୁ ଗ୍ରହଣ କରିବେ ନାହିଁ । କାରଣ କେହି ଜଣେ ମୋ ନାମରେ ଏହି ଆକାଉଣ୍ଟ  ଖୋଲିଛି । ଏହିଭଳି ସବୁ ଫ୍ରଡ୍ ଆଇଡି ଠାରୁ ଦୁରେଇ ରହିବାକୁ ସେ ଲୋକଙ୍କୁ ଚେତେଇଛନ୍ତି । 

 

ଏସିପି ସଞ୍ଜୀବ ଶତପଥୀ ଫେସବୁକ୍ ରେ ଉକ୍ତ ଫେକ୍ ଆଇଡିର ଫୋଟ ଦେଇ ଲେଖିଛନ୍ତି ଯେ, “କେହି ଜଣେ ମୋ ନାମରେ ଏକ ଫେକ୍ କ୍ରିଏଟ୍ କରିଛି । ଦୟା କରି ଏହି ଆଇଟି ଆଇଡିରୁ କୌଣସି ଫ୍ରେଣ୍ଡ ରିକ୍ୱେଷ୍ଟ ଗ୍ରହଣ କରନ୍ତୁ ନାହିଁ । ମୁଁ ଦେଖୁଥିଲି ଯେ, କିଛି ଜଣ ଏହି ଆଇଡିରୁ ଫ୍ରେଣ୍ଡ ରିକ୍ୱେଷ୍ଟ ଗ୍ରହଣ କରିଛନ୍ତି । ସେମାନେ ଦୟା କରି ଏହି ଆଇଡିକୁ ଅନଫ୍ରେଣ୍ଡ କରିଦିଅନ୍ତୁ ଏବଂ ଆଇଡିକୁ ରିପୋର୍ଟ ମାରି ଦିଅନ୍ତୁ । ଆମେ ଏହି ଫେକ୍ ଆକାଉଣ୍ଟ କରୁଥିବା ଅପରାଧି ମାନଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରିଛୁ । ସେମାନେ ଏପରି କରି ଟଙ୍କା ମାଗନ୍ତି । ଏପରି ଫ୍ରଡ୍ ଲୋକଙ୍କ ଜାଲରେ ପଡନ୍ତୁ ନାହିଁ” । ଏପରି ଏକ ମେସେଜ୍ ଜରିଆରେ ସତର୍କ କରାଇଛନ୍ତି ଏସିପି । 
 

Edit By : ଜ୍ୟୋର୍ତିମୟୀ ପଟ୍ଟନାୟକ

Related News
satta king tw