Top Stories

Search here...

News

କମୁଛି କରୋନା ପ୍ରଭାବ; ରାଜ୍ୟରୁ ନୂଆ ୩୫୭୭ ସଂକ୍ରମିତ ଚିହ୍ନନ; ଆଉ ୪୦ ଜୀବନ ନେଲା କରୋନା

Posted On - 1 minute ago
Edited By Team BbsrReporters
LAST UPDATED Jun 20, 2021 10:42 AM

୪୦ ମୃତକଙ୍କ ମଧ୍ୟରେ ବରଗଡ଼ ଓ କଟକ ଜିଲ୍ଲାରୁ ସର୍ବାଧିକ ୫ ଜଣ ଲେଖାଏଁ ଅଛନ୍ତି ।

 

BBSR Reporters


 ଭୁବନେଶ୍ୱର: ରାଜ୍ୟରେ କରୋନା ପ୍ରଭାବ ଧିରେ ଧିରେ କମିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ରାଜ୍ୟରୁ ୩୫୭୭ ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଉ ୪୦ ଜଣ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି । ଏଥିସହିତ ରାଜ୍ୟରେ କରୋନ ଜନିତ ମୃତ୍ୟୁ ସଂଖ୍ୟା ୩୫୯୦କୁ ବୃଦ୍ଧି ପାଇଛି । ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୁ ୨୦୩୯ ଜଣ କ୍ୱାରେଣ୍ଟାଇନ୍ରେ ଥିଲେ । ବାକି ୧୫୩୮ଟି ହେଉଛି ଲୋକାଲ୍ କେସ୍ । 


ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୭୧ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୦୭, ଯାଜପୁରରୁ ୩୩୭ ଓ ପୁରୀରୁ ୨୩୭ ଜଣ ଅଛନ୍ତି । ସେହିପରି ଅନୁଗୋଳ ଜିଲ୍ଲାରୁ ୧୨୭ ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ବାଲେଶ୍ୱରରୁ ୨୦୫, ବରଗଡ଼ରୁ ୫୧, ଭଦ୍ରକରୁ ୧୮୬, ବଲାଙ୍ଗୀରରୁ ୩୬, ବୌଦ୍ଧରୁ ୫୯, ଦେବଗଡ଼ରୁ ୧୨, ଢେଙ୍କାନାଳରୁ ୯୬,ନବରଙ୍ଗପୁରରୁ ୫୭, ନୟାଗଡ଼ରୁ ୧୧୪, ନୂଆପଡ଼ାରୁ ୧୯, ରାୟଗଡ଼ାରୁ ୮୮, ସମ୍ବଲପୁରରୁ ୩୧, ସୋନପୁରରୁ ୨୯ , ଗଜପତିରୁ ୨୯, ଗଞ୍ଜାମରୁ ୨୭, ଜଗତସିଂହପୁରରୁ ୧୦୩, ଝାରସୁଗୁଡ଼ାରୁ ୧୩, କଳାହାଣ୍ଡିରୁ ୪୧, କନ୍ଧମାଳରୁ ୪୧, କେନ୍ଦ୍ରାପଡ଼ାରୁ ୧୪୧, କେନ୍ଦୁଝରରୁ ୬୧, କୋରାପୁଟରୁ ୫୯, ମାଲକାନଗିରିରୁ ୮୬, ମୟୂରଭଞ୍ଜରୁ ୧୮୭, ଓ ସୁନ୍ଦରଗଡ଼ ଜିଲ୍ଲାରୁ ୪୩ ଜଣ ଚିହ୍ନଟ ହୋଇଛନ୍ତି । 

 

୪୦ ମୃତକଙ୍କ ମଧ୍ୟରେ ବରଗଡ଼ ଓ କଟକ ଜିଲ୍ଲାରୁ ସର୍ବାଧିକ ୫ ଜଣ ଲେଖାଏଁ ଅଛନ୍ତି । କୋରାପୁଟ, ମୟୂରଭଞ୍ଜ ଓ ରାୟଗଡ଼ା ଜିଲ୍ଲାରୁ ୪ ଜଣ ଲେଖାଏଁଙ୍କ ମୃତ୍ୟୁ ଘଟିଥିବା ବେଳେ ଗଂଜାମ, ଝାରସୁଗୁଡ଼ା ଓ ଖୋର୍ଦ୍ଧାରୁ ୩ ଜଣ ଲେଖାଏଁ, ବଲାଙ୍ଗିର, ପୁରୀ ଓ ସୁନ୍ଦରଗଡ଼ ଜିଲ୍ଲାରୁ ୨ ଜଣ ଲେଖାଏଁ ଏବଂ ଅନୁଗୋଳ, ମାଲକାନଗିରି ଓ ନୟାଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତଙ୍କ ଜୀବନ ଯାଇଛି ।

 

ବରଗଡ଼ ଓ କଟକ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ଯଥାକ୍ରମେ ୯୦ ଓ ୨୩୭କୁ ବୃଦ୍ଧି ପାଇଥିବା ବେଳେ ଅନୁଗୋଳରେ ୧୬୦, ବଲାଙ୍ଗିରରେ ୭୮, ଗଞ୍ଜାମରେ ୩୧୨, ଝାରସୁଗୁଡ଼ାରେ ୧୦୯, ଖୋର୍ଦ୍ଧାରେ ୫୬୮, କୋରାପୁଟରେ ୫୧, ମାଲକାନଗିରିରେ ୩୯, ମୟୂରଭଞ୍ଜରେ ୧୧୮, ନୟାଗଡ଼ରେ ୬୨, ପୁରୀରେ ୧୯୬, ରାୟଗଡ଼ାରେ ୧୪୩ ଓ ସୁନ୍ଦରଗଡ଼ରେ ୩୨୮କୁ ବୃଦ୍ଧି ପାଇଛି । 

 

୩୫୭୭ଟି ନୂଆ ସଂକ୍ରମିତଙ୍କୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୭୭ ହଜାର ୫୦୨ରେ ପହଞ୍ଚିଛି । ସେମାନଙ୍କ ମଧ୍ୟରୁ ୮ ଲକ୍ଷ ୩୫ ହଜାର ୧୩୨ ଜଣ ସୁସ୍ଥ ହୋଇସାରିଥିବା ବେଳେ ଏବେ ୩୮ ହଜାର ୭୨୭ ଜଣ ଚିକିତ୍ସାଧୀନ ଅଛନ୍ତି । 
 

Related News
satta king tw