dd dd

Top Stories

Search here...

News

ଓଡିଆ ବଜାରସ୍ଥିତ ନେତାଜୀଙ୍କ   ବାସଭବନରେ ତାଙ୍କର ୧୨୫ତମ ଜୟନ୍ତୀ ପାଳନ କଲେ ଧର୍ମେନ୍ଦ୍ର

Posted On - 1 minute ago

 

ଧର୍ମେନ୍ଦ୍ର କହିଛନ୍ତି, ସୁଭାଷ ଚନ୍ଦ୍ର ବୋଷ ଦେଶକୁ ସ୍ୱାଧୀନତା ଆଣିବାରେ ଏକ ପ୍ରମୁଖ ଭୁମିକା ଗ୍ରହଣ କରିଛନ୍ତି ।
 

 

BBSR Reporters


 

କଟକ : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀକୁ ଆଜି ଦେଶବ୍ୟାପୀ ପରାକ୍ରମ ଦିବସ ରୁପେ ପାଳନ କରୁଛି । ତେବେ ନେତାଜୀଙ୍କ ଜୟନ୍ତୀ ଅବସରରେ ଆଜି କଟକ ଓଡିଆ ବଜାରସ୍ଥିତ ଜାନକୀନାଥ ଭବନରେ ନେତାଜୀଙ୍କ ମୁର୍ତ୍ତିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମାଲ୍ୟାର୍ପଣ କରି ତାଙ୍କୁ ଶ୍ରଦ୍ଧା ପୁର୍ବକ ଶ୍ରଦ୍ଧାଞ୍ଜଳୀ ଦେଇଛନ୍ତି । ନେତାଜୀଙ୍କ ମହତ କାର୍ଯ୍ୟକୁ ମନେପକାଇ ସେ କହିଛନ୍ତି ଯେ, ସୁଭାଷ ଚନ୍ଦ୍ର ବୋଷ ଦେଶକୁ ସ୍ୱାଧୀନତା ଆଣିବାରେ ଏକ ପ୍ରମୁଖ ଭୁମିକା ଗ୍ରହଣ କରିଛନ୍ତି । ସେ ଆମ ମାନଙ୍କ ସ୍ମୃତିରେ ସବୁଦିନ ପାଇଁ ଅମର ରହିବେ । ତାଙ୍କର ସ୍ୱାଧୀନତା ଆଣି ଦେବା ଡାକରା ‘ମୋତେ ରକ୍ତ ଦିଅ, ମୁଁ ତୁମକୁ ସ୍ୱାଧୀନତା ଦେବି’ ଡାକରା ଦେଶକୁ ପ୍ରେରଣା ଦେଇଥିଲା । 

 

 

ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିର ଏହି ଦିନକୁ ପରାକ୍ରମ ଦିବସ ଭାବେ ନାମିତ କରିଛନ୍ତି । ନେତାଜୀଙ୍କ ଜୟନ୍ତୀ ଅବସରରେ ଏହି ଦିନକୁ ଆସନ୍ତା ପିଢ଼ି ପରାକ୍ରମ ଦିବସ ଭାବେ ପାଳନ କରିବେ । ଏହା ଆଜିକାଲିକା ଯୁବପିଢ଼ିକୁ ପ୍ରେରଣା ପ୍ରଦାନ କରିବ ବୋଲି ମୋଦି ଆଶା ପ୍ରକାଶ କରିଛନ୍ତି । ମୋଦି, ବୀର ସୁରେନ୍ଦ୍ର ସାଏଙ୍କୁ ମଧ୍ୟ ତାଙ୍କ ଜୟନ୍ତୀରେ ମନେପକାଇ ତାଙ୍କ ବୀରତ୍ୱର କାହାଣୀ ବଖାଣିଛନ୍ତି । 
 

Edit By : ଜ୍ୟୋର୍ତିମୟୀ ପଟ୍ଟନାୟକ

Related News
satta king tw