dd dd

Top Stories

Search here...

News

ରାଜ୍ୟରେ ପୁଣି ଅନୁଭୂତ ହେଉଛି ଶୀତ 

Posted On - 2 hours ago

 

 

୨୪ ପରଠାରୁ ୩ରୁ ୪ଦିନ ପର୍ଯ୍ୟନ୍ତ ତାପମାତ୍ରା ପ୍ରାୟ ୫ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଫଳରେ ଶୀତ ପ୍ରକୋପ କମିବ

 

BBSR Reporters

 

ଭୁବନେଶ୍ବର  : ଓଡ଼ିଶାର ଦକ୍ଷିଣ ଆଭ୍ୟନ୍ତରୀଣ ଓ ଉପକୂଳବର୍ତ୍ତୀ ଅଞ୍ଚଳ‌ରେ ପାରଦ ହ୍ରାସ ପାଇବାରେ ଲାଗିଛି । ଦିନକରେ ତାପମାତ୍ରା ପାଖାପାଖି ୭ ଡିଗ୍ରି ପର୍ଯ୍ୟନ୍ତ ଖସି ଯାଇଛି। ବଲାଙ୍ଗୀରରେ ରାତି ତାପମାତ୍ରା ସର୍ବାଧିକ ୭.୪ଡିଗ୍ରି ଖସି ଯାଇଥିବା ବେଳେ ସୋନପୁରଠାରେ ୬.୬ ଡିଗ୍ରି ତଳକୁ ଖସିଛି। ସେହିଭଳି ଭୁବନେଶ୍ବରରେ ରାତ୍ରି ତାପମାତ୍ରା ୫.୨ଡିଗ୍ରି ଖସିଥିବା ବେଳେ କଟକରେ ୪.୪ ଡିଗ୍ରି ଖସିଛି। ଫଳରେ ପୂରା ରାଜ୍ୟରେ ପୁଣିଥରେ ଶୀତ ଅନୁଭୂତ ହୋଇଛି । 

 

୨୪ ତାରିଖରୁ ରାଜ୍ୟର ସର୍ବନିମ୍ନ ତାପମାତ୍ରା ପୁଣି ବଢ଼ିବା ଆରମ୍ଭ କରିବ। ୨୪ ପରଠାରୁ ୩ରୁ ୪ଦିନ ପର୍ଯ୍ୟନ୍ତ ତାପମାତ୍ରା ପ୍ରାୟ ୫ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଫଳରେ ଶୀତ ପ୍ରକୋପ କମିବ। ବର୍ତ୍ତମାନ ରାଜ୍ୟରେ କୁହୁଡ଼ି ପାଇଁ ଅନୁକୂଳ ବାତାବରଣ ସୃଷ୍ଟି ହୋଇଛି। 

 

କେନ୍ଦ୍ରର ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟାରେ ଓଡ଼ିଶାର ପାଗ ମୁଖ୍ୟତଃ ଶୁଖିଲା ଥିଲା। ସର୍ବନିମ୍ନ ରାତ୍ରି ତାପମାତ୍ରା ଫୁଲବାଣୀଠାରେ ୭ ଡିଗ୍ରି ସେଲ୍‌ସିୟସ୍‌ ରେକର୍ଡ ହୋଇଛି। ଏହାଛଡ଼ା ରାଜ୍ୟର ଆଉ ଦୁଇଟି ସ୍ଥାନର ତାପମାତ୍ରା ୧୦ ଡିଗ୍ରି ତଳେ ରେକର୍ଡ ହୋଇଛି। ଝାରସୁଗୁଡ଼ାଠାରେ ୮.୬ ଡିଗ୍ରି ଓ ଦାରିଂବାଡ଼ିଠାରେ ୧୦ଡିଗ୍ରି ରେକର୍ଡ ହୋଇଛି। ରାତ୍ରି ତାପମାତ୍ରାରେ ଆସନ୍ତା ୨୪ ଘଣ୍ଟାରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ। 

 

 

Edit by: ବର୍ଷା ମଲ୍ଲିକ

Related News
satta king tw