dd dd

Top Stories

Search here...

News

ସୋସିଆଲ ମିଡିଆରେ ଝିଅ ସହ ବିତାଉଥିବାର କିଛି ମୁହୂର୍ତ୍ତର ଫଟୋ ସେୟାର କଲେ ଯୁବ ବିଧାୟକ 

Posted On - 1 day ago

ବିଧାୟକ ବ୍ୟୋମକେଶ ରାୟ ପତ୍ନୀଙ୍କୁ ହରାଇବା ପରେ ରାଜନୀତି ସହିତ ଝିଅର ମଧ୍ୟ ବେଶ ଭଲ ଯତ୍ନ ନେଉଥିବା ଦେଖିବାକୁ ମିଳିଛି ।


BBSR Reporters


ଭଦ୍ରକ:ଚାନ୍ଦବାଲି ବିଧାୟକ ବ୍ୟୋମକେଶ(ବାପି) ରାୟ ବର୍ତ୍ତମାନ ବିଜୁ ଯୁବ ଜନତା ଦଳର ସଭାପତି ।ନିକଟରେ ତାଙ୍କ ସ୍ତ୍ରୀଙ୍କ  ମୃତୁ ଘଟିଥିଲା । ସ୍ତ୍ରୀଙ୍କ ମୃତୁ ପରେ ପରିବାରରେ ଶୋକର ଛାୟା ଖେଳିଯାଇଥିଲା । ଛୋଟ ଶିଶୁକନ୍ୟାଟି ମା' ଛେଉଣ୍ଡ ହୋଇଯାଇଥିଲା ।  ଆଜି ସୋସିଆଲ ମିଡିଆରେ ବାପି ରାୟ ତାଙ୍କ ଝିଅକୁ ସକାଳେ ଖାଦ୍ୟ ଖୁଆଇଦେବାର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଏହି ଫଟୋରେ ଦେଖିବାକୁ ମିଳିଛି ବାପି ରାୟ ତାଙ୍କ ଝିଅର ଯତ୍ନ ନେବା ସହିତ ଅନେକ ଭଲପାଇବା ମଧ୍ୟ ଦେଉଛନ୍ତି ।

 

 

ବାପି ରାୟ ପୂର୍ବରୁ ଛାତ୍ର ବିଜେଡ଼ିର ସଭାପତି ଥିଲେ । ସେ ଜଣେ ଦକ୍ଷ ସଂଗଠକ ଭାବେ ତାଙ୍କର ସୁନାମ ରହିଛି । ରାଜନୀତିରେ ବପିଙ୍କର ଅନେକ ଉଲ୍ଲେଖନୀୟ ମୂଳକ ପ୍ରଦର୍ଶନ ରହିଛି । ବାପି ରାୟ ସ୍ତ୍ରୀଙ୍କ ହରାଇବା ପରେ ରାଜନୀତି ସହିତ ଝିଅର ମଧ୍ୟ ବେଶ ଭଲ ଯତ୍ନ ନେଉଥିବା ଦେଖିବାକୁ ମିଳିଛି ।

 

Edit by:ଅର୍ଚ୍ଚନା ଆଳୁକ

Related News
satta king tw