Top Stories

Search here...

News

ମନ୍ତ୍ରୀଙ୍କୁ ବହିସ୍କାର କରନ୍ତୁ  ମୁଖ୍ୟମନ୍ତ୍ରୀ: ନିରଞ୍ଜନ ପଟ୍ଟନାୟକ

Posted On - 2 minutes ago
Edited By Prabir Kumar
LAST UPDATED Oct 21, 2021 10:10 AM

ମନ୍ତ୍ରୀଙ୍କୁ ବହିସ୍କାର ନକଲେ ସାଧାରଣ ଲୋକଙ୍କର ସନେ୍ଦହ ସୃଷ୍ଟି ହେବ ମୁଖ୍ୟମନ୍ତ୍ରୀଙ୍କର ଏ ଘଟଣାରେ ସଂପୃକ୍ତି ଅଛି ବୋଲି  ନିରଞ୍ଜନ କହିଛନ୍ତି ।

 

BBSR Reporters

 

ଭୁବନେଶ୍ୱର: ଆଜି ଏକ ଭିଡ଼ିଓ ବାର୍ତ୍ତା ମାଧତାମରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ରାଜ୍ୟ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ ମମିତା ମେହେର ଙ୍କ ହତ୍ୟାରେ ଭାଙ୍ଗିପଡ଼ିଥିବା ପିତାମାତା ଓ ପରିବାର ବର୍ଗଙ୍କୁ ଶାନ୍ତିକଲା ପରି ସଂସ୍ଥା ଦ୍ୱାରା ଅନୁସନ୍ଧାନ କରନ୍ତୁ  ।

 

ଉତରପ୍ରଦେଶ ଲକ୍ଷୀମ୍ପୁର ଖେରୀରେ କୃଷକ ଗଣହତ୍ୟାରେ ସଂପୃକ୍ତ କେନ୍ଦ୍ର ଗୃହ ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରଙ୍କୁ ଯେଭଳି ଭାବରେ ମୋଦି ସରକାର ଘୋଡେ଼ଇ ରଖିଛନ୍ତି ଏବଂ ଏପର୍ଯ୍ୟନ୍ତ ମନ୍ତ୍ରୀମଣ୍ଡଳରୁ ବାହାର କରୁନାହାନ୍ତି ଠିକ ସେହିଭଳି ମୁଖ୍ୟମନ୍ତ୍ରୀ ନିଜର ନିର୍ବୋଦ୍ଧତା ପ୍ରକାଶ ନକରି ହତ୍ୟା ଘଟଣାରେ ସଂପୃକ୍ତିର ଯଥେଷ୍ଟ ପ୍ରମାଣ ଥିବା ଗୃହରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ନିଦେ୍ର୍ଧଶ ଦିଅନ୍ତୁ ଇସ୍ତଫା ଦେବା ପାଇଁ ବା ତାଙ୍କୁ ମନ୍ତ୍ରୀମଣ୍ଡଳରୁ ବହିସ୍କାର କରି ଇତିହାସ ସୃଷ୍ଟି କରନ୍ତୁ  । 

 

 

ନହେଲେ ସାଧାରଣ ଲୋକଙ୍କର ସନେ୍ଦହ ସୃଷ୍ଟି ହେବ ମୁଖ୍ୟମନ୍ତ୍ରୀଙ୍କର ଏ ଘଟଣାରେ ସଂପୃକ୍ତି ଅଛି ବୋଲି  ନିରଞ୍ଜନ କହିଛନ୍ତି । ଶ୍ରୀ ପଟ୍ଟନାୟକଙ୍କ ଆଶା ଓ ବିଶ୍ୱାସ ମୁଖ୍ୟମନ୍ତ୍ରୀଙ୍କ ସଦ୍ବୃଦ୍ଧି ହେବ ଏବଂ ଶ୍ରୀ ମିଶ୍ରଙ୍କୁ ମନ୍ତ୍ରୀ ମଣ୍ଡଳରୁ ଇସ୍ତଫା ଦେବା ପାଇଁ କହିବା ସଂଗେ ସଂଗେ ତାଙ୍କ ପୀଡ଼ିତଙ୍କ ପରିବାରବର୍ଗଙ୍କୁ ଉଚିତ ନ୍ୟାୟ ପ୍ରଦାନ ପାଇଁ ବିହୀତ ପଦକ୍ଷେପ ଗ୍ରହଣ କରିବେ । ଜନସାଧାରଣଙ୍କୁ କିପରି ପ୍ରକୃତ ସତ୍ୟ ମିଳିବ ତାର ସୁବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି ଶ୍ରୀ ପଟ୍ଟନାୟକ  ।

Related News
satta king tw