Top Stories

Search here...

News

ମମିତା ହତ୍ୟା ମାମଲା: ଗୃହ ରାଷ୍ଟ୍ରମନ୍ତ୍ରୀଙ୍କ ଇସ୍ତଫା ଦାବିରେ ଆଜି କଳାହାଣ୍ଡି ବନ୍ଦ

Posted On - 2 minutes ago
Edited By Prabir Kumar
LAST UPDATED Oct 20, 2021 11:17 AM

ମମିତା ନିଖୋଜ ମାମଲା ପଛରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କର ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହ ଘନିଷ୍ଠ ସମ୍ପର୍କ ଥିବା ଅଭିଯୋଗ ଆଣିଛି ବିଜେପି ।

 

 

BBSR Reporters

 

 

ଭବାନୀପାଟଣା : ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନ୍ସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହର ହତ୍ୟା ମାମଲାରେ ଆଜି ୧୨ ଘଣ୍ଟିଆ କଳାହାଣ୍ଡି ବନ୍ଦ ଡାକରା ଦେଇଛି ବିଜେପି  । ସକାଳ ୬ରୁ ସଂଧ୍ୟା ୬ଟା ଯାଏଁ ଏହି ବନ୍ଦ ଡାକରା ଦିଆଯାଇଛି ।

 


ମମିତା ନିଖୋଜ ମାମଲା ପଛରେ ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସ୍କୁଲ ମାଲିକ ଗୋବିନ୍ଦ ସାହୁଙ୍କର ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସହ ଘନିଷ୍ଠ ସମ୍ପର୍କ ଥିବା ଅଭିଯୋଗ ଆଣିଛି ବିଜେପି । ତେଣୁ ତାଙ୍କ ଇସ୍ତଫା ଦାବିକୁ ଜୋରଦାର୍ କରି ବନ୍ଦ ଡାକରା ଦେଇଛି ଜିଲ୍ଲା ବିଜେପି  । ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ଶିକ୍ଷା ଅନୁଷ୍ଠାନ ଓ କାର୍ଯ୍ୟାଳୟ ସହିତ ଦୋକାନ ବଜାର ଏବଂ ଗାଡ଼ି ଚଳାଚଳ ବନ୍ଦ କରିବାକୁ ଦଳ ନିବେଦନ କରିଛି ।

 


ଏହି ଘଟଣାର ସିବିଆଇ ତଦନ୍ତ କରି ଦୋଷୀକୁ ଧରିବାକୁ ଦାବି ଜଣାଇଛନ୍ତି ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ । ଏ ନେଇ ସେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି  । ସମ୍ପୃକ୍ତ ବିଦ୍ୟାଳୟରେ ସେକ୍ସ ରାକେଟ ଚାଲୁଥିବା ନେଇ ହୋଇଥିବା ଅଭିଯୋଗର ତଦନ୍ତ ଦାବି ସହ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ଉଚିତ୍ ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି ବିରୋଧୀ ଦଳ ନେତା । ଏହାସହ ମନ୍ତ୍ରୀ ଗୃହ ବିଭାଗ ଦାୟିତ୍ୱରେ ଥିବାରୁ ତଦନ୍ତ ଠିକ୍ ଚାଲିପାରିବନି ବୋଲି ଲେଖିଛନ୍ତି ପ୍ରଦୀପ୍ତ  ।

 

 

ଗତ ୮ ତାରିଖରେ ମହାଲିଙ୍ଗ ସନ୍ସାଇନ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ନିଖୋଜ ହୋଇଯାଇଥିଲେ । ଏନେଇ ପରିବାର ଲୋକେ କେ.ଗାଁ ଥାନାରେ ଲିଖିତ ଅଭିଯୋଗ କରିବାକୁ ଯାଇଥିଲେ । ମାତ୍ର ପୁଲିସ ଅଭିଯୋଗକୁ ଗ୍ରହଣ କରିନଥିଲା । ସିନେ୍ଧଇକେଲା ଥାନାରେ ଲିଖିତ ଅଭିଯୋଗ କରିବାକୁ ପୁଲିସ ପରାମର୍ଶ ଦେଇଥିଲା । ଏହା ପରେ ୧୩ ତାରିଖରେ ସିନେ୍ଧଇକେଲା ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକେ । ସନ୍ସାଇନ ପବ୍ଲିକ୍ ସ୍କୁଲ ପରିଚାଳନା କମିଟି ସଭାପତି ଗୋବିନ୍ଦ ସାହୁ ସେମାନ ଝିଅକୁ ଅପହରଣ କରିଥିବା ଅଭିଯୋଗ କରିଥିଲେ । ଏହା ପରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା ।

 

 

ପୁଲିସ ୧୪ ତାରିଖରେ ଗୋବିନ୍ଦ ସାହୁକୁ ଉଠାଇ ଆଣିଥିଲା । ମାତ୍ର ସୋମବାର ହାତ ଧୋଇବାକୁ ଯାଇ ପୁଲିସକୁ ଚକ୍ମା ଦେଇ ଖସି ଯାଇଥିଲା ଗୋବିନ୍ଦ । ଏହା ପରେ ପୁଲିସର ପାରିବା ପଣିଆକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିଲା । ପୁଲିସ ନାନା ସମାଲୋଚନାର ଶିକାର ହୋଇଥିଲା । ଶେଷରେ ପୁଲିସ ସନ୍ସାଇନ୍ ସ୍କୁଲର ପ୍ରିନ୍ସିପାଲ୍ ଓ ଅନ୍ୟ ଦୁଇ କର୍ମଚାରୀଙ୍କୁ ଜେରା କରିଥିଲା ।

 

 

ଜେରା ପରେ ପୁଲିସକୁ ମିଳିଥିଲା ବହୁ ତଥ୍ୟ । ସେହି ତଥ୍ୟ ଆଧାରରେ ପୁଲିସ ମହାଲିଙ୍ଗର ନିର୍ମାଣାଧୀନ ଷ୍ଟାଡିୟମରେ ଖୋଳିଥିଲା । ଆଉ ପାଇଥିଲେ ଏକ ପୋଡ଼ା ମୃତଦେହ । ଏଥିସହ ପାଉଁଜି, ସୁନା ଚେନ୍ ଓ ବ୍ୟାଗ ମିଳିଥିଲା । ଏ ସବୁ ସାମଗ୍ରୀ ମମିତାର ବୋଲି ପରିବାର ଲୋକେ ଚିହ୍ନିଛନ୍ତି । ହେଲେ ଏନେଇ ପୁଲିସ୍ ପକ୍ଷରୁ ବିଧିବଦ୍ଧ ଭାବେ କିଛି ଘୋଷଣା କରାଯାଇ ନାହିଁ । ମୃତଦେହକୁ ଚିହ୍ନଟ କରିବା କଷ୍ଟକର ହେଉଥିବାରୁ ଡିଏନଏ ଟେଷ୍ଟ କରାଯିବ ବୋଲି ପୁଲିସ୍ ପକ୍ଷରୁ କୁହାଯାଇଛି ।

Related News
satta king tw