Top Stories

Search here...

News

ଗାଈଙ୍କୁ  ଛାଡ଼ନ୍ତୁ ନାହିଁ ବାହାରକୁ

Posted On - 2 minutes ago
Edited By Team BbsrReporters
LAST UPDATED Jul 06, 2021 10:46 AM

ଇାହାରେ ବୁଲିଲେ ଉଠେଇ ନେବ ବିଏମ୍ସି 

BBSR Reporters


ଭୁବନେଶ୍ୱର: ଏଣିକି ରାଜଧାନୀ ରାସ୍ତାରେ ଗାଈଙ୍କୁ ଏଣେତେଣେ ବୁଲୁ ଥିବାର ଦେଖିବାକୁ ମିଳିବ ନାହିଁ ।  ରାଜଧାନୀର ଯେକୌଣସି ଅଞ୍ଚଳରେ ଗାଈ ବାହାରେ ବୁଲୁଥିବା ଦେଖିଲେ ନେଇଯିବ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) । ବାରମ୍ବାର ମାଲିକମାନେ ରାଜଧାନୀରେ ଗାଈମାନଙ୍କୁ ଅସୁରକ୍ଷିତ ଭାବେ ଚରିବାକୁ ଛାଡ଼ିଦେଉଥିବା ନଜରକୁ ଆସିଛି । ଏନେଇ ବିଏମ୍‌ସି ପକ୍ଷରୁ ବାରମ୍ବାର ସତର୍କ କରାଯିବା ସତ୍ତ୍ୱେ ମଧ୍ୟ ସେମାନଙ୍କ ମଧ୍ୟରେ ସଚେତନତା ପ୍ରକାଶ ପାଉନାହିଁ ।

 ଏଣୁ ଏବେ କଠୋର ମନୋବୃତ୍ତି ଆପଣାଇବାକୁ ନିଷ୍ପତ୍ତି ନେଇଛି ବିଏମ୍ସି । 
ବିଏମ୍‌ସି ପକ୍ଷରୁ ଉଦ୍ଧାର କରାଯିବ ଓ ପ୍ରଥମେ କାଞ୍ଜିଆହୁଦାରେ ଅସ୍ଥାୟୀ ଭାବେ ରଖାଯିବ ଏବଂ ପରେ ବିଏମ୍‌ସି ନକଟବର୍ତ୍ତି ଥିବା ଜିଲ୍ଲା ଯଥା ଖୋଦ୍ଧା, ପୁରୀ ଓ କଟକରେ ଥିବା ପୁରୁଷ ଏସ୍‌ଏଚ୍‌ଜିଙ୍କୁ ପ୍ରଦାନ କରାଯିବ । ଯେଉଁମାନେ କି ବିଶେଷ ଭାବେ କ୍ଷୀର ଉତ୍ପାଦନ କରୁଥିବେ, ସେମାନଙ୍କୁ ଉଦ୍ଧାର ହୋଇଥିବା ଗାଈମାନଙ୍କୁ ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ଗତ ୨୦୨୦ ମସିହା ନଭେମ୍ବର ମାସ ୧୦ ତାରିଖରେ ବିଏମ୍‌ସି ମୁଖ୍ୟାଳୟରେ ହୋଇଥିବା ବୈଠକ ମୂତାବକ ବିଏମ୍‌ସି ପକ୍ଷରୁ ଏହି ନିଷ୍ପତ୍ତି ନିଆଯାଇଛି । 
ମିଳିଥିବା ସୂଚନା ମୂତାବକ, ବିଏମ୍‌ସି ନିକଟବର୍ତ୍ତି ଥିବା ପୁରୀ, ଖୋର୍ଦ୍ଧା ଓ କଟକର ବିଭିନ୍ନ ବ୍ଲକ୍‌ରେ ଯେଉଁଠି ପୁରୁଷ ଏସ୍‌ଏଚ୍‌ଜି କ୍ଷୀର ଉତ୍ପାଦନ କରୁଥିବେ ସେମାନଙ୍କ ତାଲିକା ଦେବା ପାଇଁ ବିଏମ୍‌ସି ପକ୍ଷରୁ ସୋମବାର ଚିଠି ଲେଖିାଯାଇଛି । ପୁରୀ, ଖୋର୍ଦ୍ଧା ଓ କଟକ ଜିଲ୍ଲାର ଜିଲ୍ଲାପାଳ ଓ ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ବିଏମ୍‌ସି ଅତିରିକ୍ତ କମିଶନର ଲକ୍ଷ୍ମୀକାନ୍ତ ସେଠୀ ଚିଠି ଲେଖିଛନ୍ତି । 

Related News
satta king tw