Top Stories

Search here...

News

ଡିଆରଡିଓ ଗୁପ୍ତ ତଥ୍ୟ ଚୋରୀ ମାମଲା: ଚାନ୍ଦିପୁର ବ୍ରାଞ୍ଚରେ ଟଙ୍କା କିଏ ଜମା କରିଛି ?

Posted On - 26 minutes ago
Edited By Team BbsrReporters
LAST UPDATED Nov 06, 2021 06:46 PM

ଏହି ମାମଲାରେ ଆଉ ଜଣେ ମହିଳାଙ୍କ ସମ୍ପୃକ୍ତି ନେଇ ସୂଚନା ମିଳିଛି । ଆଉ ଗୋଟିଏ ଆଡିର ତଥ୍ୟ ମଧ୍ୟ ମିଳିଛି ।

 

BBSR Reporters


ଡିଆରଡିଓ ଗୁପ୍ତ ତଥ୍ୟ ଚୋରୀ ମାମଲାରେ ନୂଆ ତଥ୍ୟ ସାମ୍ନାକୁ ଆସିଛି । ଏହି ମାମଲାରେ ଆଉ ଜଣେ ମହିଳାଙ୍କ ସମ୍ପୃକ୍ତି ନେଇ ସୂଚନା ମିଳିଛି । ଆଉ ଗୋଟିଏ ଆଡିର ତଥ୍ୟ ମିଳିଛି । ତେବେ ଏହି ଆଇଡି ଚଳାଉଥିବା ମହିଳା ଜଣଙ୍କ ପୂର୍ବରୁ ଚିହ୍ନଟ ହୋଇଥିବା ସେହି ରହସ୍ୟମୟୀ ମହିଳା କି ଅନ୍ୟ ଜଣେ ମହିଳା ତାହା  ଉପରେ କ୍ରାଇମ ବ୍ରାଂଚ ଅଧିକ ତଦନ୍ତ ଚଳାଇଛି । 

 

ଏନେଇ ସୂଚନା ଦେଇ କ୍ରାଇମ ବ୍ରାଂଚ ଏଡିଜି ସଞ୍ଜୀବ ପଣ୍ଡା କହିଛନ୍ତି, ଗିରଫ ୫ ଅଭିଯୁକ୍ତଙ୍କ ମଧ୍ୟରୁ ଜଣଙ୍କୁ ୪୦ ହଜାର ଟଙ୍କା ପଠାଇବାକୁ କହିଥିଲେ ଉକ୍ତ ମହିଳା । ଫୋନ ପେ ଏବଂ ଗୁୁଗୁଲ ପେ ମାଧ୍ୟମରେ ୪୦ ହଜାର ଟଙ୍କା ପଠାଇଥିଲେ ଅଭିଯୁକ୍ତ । ଉକ୍ତ ମହିଳାଙ୍କୁ ଗତ ଏପ୍ରିଲ ୧୮ ତାରିଖରେ ଥରେ ୩୦ ହଜାର ଅନ୍ୟ ଥରେ ୧୦ ହଜାର ଟଙ୍କା ପଠାଇଥିଲେ ଅଭିଯୁକ୍ତ । ଏହି ଦୁଇଟି ଆକାଉଂଟ ଦୁଇ ଜଣ ଯୁବକଙ୍କ ନାଁରେ ଅଛି । ଏହି ଦୁଇଟି ଆକାଉଂଟ ଆକି୍ସସ ଏବଂ ଇଣ୍ଡିଆନ ବ୍ୟାଙ୍କରେ ଥିବା ସୂଚନା ମିଳିଛି । 

 


ତେବେ ମହିଳା ଏପ୍ରିଲ ୧୯ ତାରିଖରେ ଅଭିଯୁକ୍ତଙ୍କୁ ଉକ୍ତ ୪୦ ହଜାର ଟଙ୍କା ଫେରାଇ ଦେଇଥିଲେ । ଚାନ୍ଦିପୁର ଏସବିଆଇ ବ୍ରାଂଚରେ ଥିବା ଏକ ଆକାଉଂଟରେ ଏହିି ଟଙ୍କା ଜମା ହୋଇଥିବା ସୂଚନା ମିଳିଛି । ତେବେ କିଏ ସେ ଟଙ୍କା ଜମା କରିଛି ତାହା ଉପରେ କ୍ରାଇମ ବ୍ରାଞ୍ଚ ତଦନ୍ତ ଆରମ୍ଭ କରିଛି । ସିସିଟିଭି ଫୁଟେଜ୍ ଯାଞ୍ଚ ପରେ କିଏ ଟଙ୍କା ଜମା କରିଛି ଜଣାପଡିବା ପରେ ତଦନ୍ତ ଆଗକୁ ବଢିବ ବୋଲି କୁହାଯାଉଛି । ଏହି ମାମଲାର ଅଧିକ ତଦନ୍ତ ପାଇଁ କ୍ରାଇମ ବ୍ରାଂଚ ମୁମ୍ବାଇ ଯିବ ବୋଲି ଏଡିଜି କହିଛନ୍ତିି ।

Related News
satta king tw