Top Stories

Search here...

News

ସାବାଡ ହେବେ ଅପରାଧୀ; ରାଜ୍ୟ ସରକାର ଆଣିବାକୁ ଯାଉଛନ୍ତି ସ୍ୱତନ୍ତ୍ର ଆଇନ୍ 

Posted On - 25 minutes ago
Edited By Team BbsrReporters
LAST UPDATED Nov 06, 2021 06:27 PM

ଏହି ଆଇନ୍ ଜରିଆରେ ରାଜ୍ୟ ସରକାର ଅପରାଧୀ, ଡ୍ରଗ୍ସ ଓ ମାନବ ଚାଲାଣ, ସାଇବର ଅପରାଧ, ଦଲାଲି, ଅପହରଣ ଆଦି ବଢୁଥିବା ଅପରାଧକୁ ରୋକିବା ସହିତ ଅପରାଧୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯୋଜନା କରୁଛନ୍ତି ।

 

BBSR Reporters

 

ଭୁବନେଶ୍ୱର: ସାବାଡ ହେବେ ଅପରାଧୀ । ରାଜ୍ୟ ସରକାର ଆଣିବାକୁ ଯାଉଛନ୍ତି ସ୍ୱତନ୍ତ୍ର ଆଇନ୍ । ଏହି ଆଇନର ନାଁ ରହିଛି ଓଡିଶା ଗୁଣ୍ଡା ଓ ଅସାମାଜିକ କାର୍ଯ୍ୟକଳାପ ନିରୋଧୀ ବିଲ୍ । ଏଥିପାଇଁ ଡ୍ରାଫ୍ଟ ଚିଠା ପ୍ରସ୍ତୁତ ହୋଇସାରିଛି । ଏହି ଆଇନ୍ ଜରିଆରେ ରାଜ୍ୟ ସରକାର ଅପରାଧୀ, ଡ୍ରଗ୍ସ ଓ ମାନବ ଚାଲାଣ, ସାଇବର ଅପରାଧ, ଦଲାଲି, ଅପହରଣ ଆଦି ବଢୁଥିବା ଅପରାଧକୁ ରୋକିବା ସହିତ ଅପରାଧୀଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯୋଜନା କରୁଛନ୍ତି । 

 

 

ରାଜ୍ୟ ସରକାର ଆଣିବାକୁ ଥିବା ଏହି ଆଇନ୍ ପୂର୍ବରୁ ମହାରାଷ୍ଟ୍ର, ଉତର ପ୍ରଦେଶ, ଗୁଜରାଟ ସରକାରରେ ରହିଛି । ତିନି ରାଜ୍ୟର ଆଇନକୁ ଦେଖି ରାଜ୍ୟ ସରକାର ବିଲ୍ ପ୍ରସ୍ତୁତ କରିଛନ୍ତି । ଯଦି ଏହି ଆଇନ୍ ରାଜ୍ୟ ସରକାର ଆଣିବେ ତାହେଲେ ଏହି ସମ୍ପର୍କୀତ ମାମଲାର ତଦନ୍ତ ଅଧିକାରୀ ସବ୍ ଇନସପେକ୍ଟର ର୍ୟାଙ୍କର ଜଣେ ଅଧିକାରୀ ରହିପାରିବେ ।


 

Related News
satta king tw