Top Stories

Search here...

News

ମମିତା ଦୁଷ୍କର୍ମ ଓ ହତ୍ୟା ମାମଲାରେ ଅଭିଯୁକ୍ତଙ୍କୁ ଖସାଇବା ପାଇଁ ସରକାରୀ ବ୍ୟବସ୍ଥା : କଂଗ୍ରେସ

Posted On - 30 minutes ago
Edited By Team BbsrReporters
LAST UPDATED Nov 06, 2021 07:10 PM

“ଲିଡିଂ ଟୁ ଡିସ୍କଭରି କୁ ଆଭଏଡ କରିବା ଅର୍ଥାତ ଅପରାଧିକୁ ଆଇନର ଫାଙ୍କ ଦେଇ ଖସିବା ପାଇଁ ସୁଯୋଗଦେବା ଅର୍ଥାତ ଅପରାଧିକୁ ଖସାଇବା ପାଇଁ ସରକାରୀ ବ୍ୟବସ୍ଥା କରି ପୋଲିସ ୧୭ ତାରିଖରେ ଗୋବିନ୍ଦ ଖସିଯିବାର ନାଟକ ରଚିଥିଲା ପୋଲିସ ।”

 

BBSR Reporters

 

ଭୁବନେଶ୍ୱର ବହୁଚର୍ଚ୍ଚିତ ଶିକ୍ଷୟିତ୍ରୀ ମମିତା ମେହେର ଦୁଷ୍କର୍ମ ଏବଂ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତକୁ ଆଇନର ଫାଙ୍କ ଦେଇ ଖସାଇବା ପାଇଁ ଗୃହରାଷ୍ଟ୍ରମନ୍ତ୍ରୀ ଏବଂ ବରିଷ୍ଠ ପୋଲିସ୍ ଅଫିସରଙ୍କ ସଲାସୁତରାରେ ସମସ୍ତ ବ୍ୟବସ୍ଥା କରାଯାଇଛି ବୋଲି କଂଗ୍ରେସ ଅଭିଯୋଗ ଆଣିବା ସହିତ ଘଟଣା ଘଟିବାର ପ୍ରଥମ ଦିନରୁହିଁ ପୋଲିସ ନିଷ୍କ୍ରିୟତା ଜଳ ଜଳ ହୋଇ ଦେଖାଯାଉଛି ବୋଲି କଂଗ୍ରେସ ଭବନଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମୁଖପାତ୍ର ଶ୍ରୀ ନିଶିକାନ୍ତ ମିଶ୍ର ସିଧାସଳଖ ସରକାରଙ୍କୁ ଟାର୍ଗେଟ କରିଛନ୍ତି  । ଶିକ୍ଷୟିତ୍ରୀ ମମିତା ନିଖୋଜ ହେବା ପରଠାରୁ ପୋଲିସ୍ ପୀଡ଼ିତାଙ୍କ ପରିବାରର ନିଖୋଜ ସୂଚନା ଆଧାରରେ କେ ନୂଆଗାଁ ଏବଂ ସିନେ୍ଧକାଲା ପୋଲିସ୍ ଯେଭଳି ପଦକ୍ଷେପ ନେବା କଥା ତାହା ନେଇନଥିବା ସ୍ଥଳେ ଏତଲା ଦାୟର ସମୟରେ ପୋଲିସ ସର୍କୁଲାର ଅର୍ଡର ୩୪୩ / ୨୦୧୩କୁ ଖୋଲାଖୋଲି ଭାବରେ ଉଲ୍ଲଙ୍ଘନ କରାଯାଇଛି  ।

 

ମହିଳାଙ୍କ ବିରୋଧରେ ହେଉଥିବା ଅଭିଯୋଗ ସଂପୃକ୍ତ ମହିଳା କିମ୍ବା ତାଙ୍କ ପରିବାର ରାଜ୍ୟର ଯେକୌଣସି ଥାନାରେ ଅଭିଯୋଗ କରିପାରିବେ ଏବଂ ସଂପୃକ୍ତ ଥାନାଅଧିକାରୀ ଉକ୍ତ ଏତଲାକୁ ପଞ୍ଜିକରଣ କରିବା ସହିତ ଯେଉଁ ଥାନା ଅଂଚଳରେ ଘଟଣା ଘଟିଛି ସେହି ଥାନାକୁ ସ୍ଥାନାନ୍ତର କରିବେ  । ଏହି ଘଟଣାରେ ସଂପୃକ୍ତ ଦୁଇଥାନା ଏହି ପରିବାରର ମୌଖିକ ସୂଚନାକୁ ଆମ ଥାନା ଅଂଚଳର ନୁହେଁ କହି ଏଡ଼ାଇ ଦେଇଥିଲେ  । ଏବଂ ସବୁଠୁ ଗୁରୁତ୍ୱପୂର୍ଣ୍ଣ ଘଟଣା ୧୩ ତାରିଖରେ ଏଫଆଇଆର ପଂଜିକରଣ ପରେ ୧୪ ତାରିଖରେ ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ପୋଲିସ୍ ଅଟକ ରଖିଥିଲା  । ଲିଡିଂ ଟୁ ଡିସ୍କଭରି କୁ ଆଭଏଡ କରିବା ଅର୍ଥାତ ଅପରାଧିକୁ ଆଇନର ଫାଙ୍କ ଦେଇ ଖସିବା ପାଇଁ ସୁଯୋଗଦେବା ଅର୍ଥାତ ଅପରାଧିକୁ ଖସାଇବା ପାଇଁ ସରକାରୀ ବ୍ୟବସ୍ଥା କରି ପୋଲିସ ୧୭ ତାରିଖରେ ଗୋବିନ୍ଦ ଖସିଯିବାର ନାଟକ ରଚିଥିଲା ଏବଂ ୧୯ ତାରିଖରେ ମମିତାଙ୍କ ମୃତଦେହ ମିଳିବାପରେ ପୁଣିଥରେ ପୋଲିସ୍ ଗୋବିନ୍ଦ ସାହୁଙ୍କୁ ଆରେଷ୍ଟ କରିଥିଲା  । 

 


ଏହି ସମସ୍ତ ଘଟଣା ରାଜ୍ୟ ଗୃହରାଷ୍ଟ୍ର ମନ୍ତ୍ରୀ, ରାଜ୍ୟ ପୋଲିସ୍ ମୁଖ୍ୟ ଏବଂ ଡିଆଇଜି (ତଦନ୍ତକାରୀ ଅଫିସର) ଏବଂ ଦୁଇ ଜିଲ୍ଲାର ଏସ୍ପି ଅପରାଧି ମୁହଁରେ ଯେଭଳି ଗୃହମନ୍ତ୍ରୀଙ୍କ ସଂପୃକ୍ତିର ବୟାନ ନଆସେ ସେଥିପାଇଁ ଏଭଳି ଖସେଇବାର ନାଟକ କରିଛନ୍ତି ବୋଲି ଶ୍ରୀ ମିଶ୍ର ଦୃଢେ଼ାକ୍ତି ପ୍ରକାଶ କରିବା ସହିତ ତଦନ୍ତର ସ୍ୱଚ୍ଛତା ପାଇଁ ଗୃହରାଷ୍ଟ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ନିଜ ପଦରୁ ଇସ୍ତଫା ଦିଅନ୍ତୁ ନଚେତ ମୁଖ୍ୟମନ୍ତ୍ରୀ ଏହି ଘଟଣାରେ ସାମନାକୁ ଆସି ତାଙ୍କ କ୍ୟାବିନେଟ ସହଯୋଗୀ ମନ୍ତ୍ରୀ ଦିବ୍ୟଶଙ୍କରୁ ବହିସ୍କାର କରନ୍ତୁ ବୋଲି ଶ୍ରୀ ମିଶ୍ର ଦାବି କରିଛନ୍ତି  । ଆଜିର ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ଶୁଭ୍ରଶ୍ରୀ ପଣ୍ଡା, ରଶ୍ମି ମହାପାତ୍ର ଉପସ୍ଥିତ ଥିଲେ  ।


 

Related News
satta king tw