Top Stories

Search here...

News

ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୨୯ ଜଣ କରୋନା ପଜିଟିଭ୍ ଚିହ୍ନଟ, ୬୨ ଶିଶୁ

Posted On - 2 minutes ago
Edited By Team BbsrReporters
LAST UPDATED Oct 12, 2021 11:51 AM

ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୦ ଲକ୍ଷ ୩୨ ହଜାର ୬୩୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୧୦ ଲକ୍ଷ ୧୯ ହଜାର ୨୧୮ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୫ ହଜାର ୧୪୧ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି ।

 

 

BBSR Reporters

 

 

ଭୁବନେଶ୍ବର: ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୫୨୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୦୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ସଂକ୍ରମଣରୁ ୨୨୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିଭିତରେ ୧୮ ବର୍ଷରୁ କମ୍ ବୟସ୍କ ୬୨ ଜଣ ଶିଶୁ ଓ କିଶୋର କରୋନା ପଜିଟିଭ ଅଛନ୍ତି।

 

 

ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି ଯେ, ଭୁବନେଶ୍ୱରରେ ପ୍ରତେକ ଦିନ 200 ରୁ 300 ଭିତରେ ସଂକ୍ରମଣ ରହିଆସୁଛି । ଏମିତି କି କିଛି ମାତ୍ରାରେ ଆର ଭ୍ୟାଲୁ ବଢିଛି। ହେଲେ ହସ୍ପିଟାଲ ଆଡ଼ମିଶନ ଗୁରୁତର ରୋଗୀ ସଂଖ୍ୟା  କମିଛି। ଏହାସହ   ଭେଣ୍ଟିଲେଟରରେ ଆଡ଼ମିଟ ସଂଖ୍ୟା 10 ପ୍ରତିଶତରୁ କମ୍ ଅଛି । ଆସିୟୁରେ ଛୋଟ ପିଲା  ଆଡ଼ମିଶନ ସଂଖ୍ୟା ୧ ପ୍ରତିଶତରୁ କମ୍ ଅଛି । ତେଣୁ ଆମେ ଏବେ ଭଲ ସ୍ଥିତିରେ ଅଛନ୍ତି।  

 


ରାଜ୍ୟରେ 3 ମାସ ହେଲାଣି ଦେଖା ଯାଉଛି ସଂକ୍ରମଣ ତଳ ଉପର ହେଉଛି।  ଏଭଳି ସ୍ଥିତିରେ  କିଭଳି ଟ୍ରାନ୍ସମିଶନ କୁ କମାଯାଇ ପାରିବ ତାହା ହିଁ  ଗୁରୁତ୍ୱପୂର୍ଣ୍ଣ   । ପାର୍ବଣ ପାଇଁ କିଛି ଦିନ ହେଲା ଭିଡ଼ ଲାଗି ରହିଛି ଯାହାକି ବହୁତ ଉଦ୍ବେଗଜନକ  । ତେବେ ବର୍ତ୍ତମାନ ସମୟରେ 100 ରୁ 80 ଜଣ ଲକ୍ଷଣ ବିହୀନ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ ବିଜୟ ମହାପାତ୍ର କହିଛନ୍ତି   l

 

 

ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୭୪ ଜଣ ଆକ୍ରାନ୍ତ ଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।

ଅନୁଗୁଳରୁ ୩ ଜଣ, ବାଲେଶ୍ୱରରୁ ୨୦ ଜଣ, ଭଦ୍ରକରୁ ୩ ଜଣ, ବରଗଡ଼ରୁ ୧ ଜଣ, ବଲାଙ୍ଗୀରରୁ ୧ ଜଣ, କଟକରୁ ୩୭ ଜଣ, ଦେବଗଡ଼ରୁ ୧ ଜଣ, ଗଜପତିରୁ ୩ ଜଣ, ଗଞ୍ଜାମରୁ ୬ ଜଣ, ଜଗତସିଂହପୁରରୁ ୮ ଜଣ, ଯାଜପୁରରୁ ୧୫ ଜଣ, ଝାରସୁଗୁଡ଼ାରୁ ୨ ଜଣ, କେନ୍ଦ୍ରାପଡ଼ାରୁ ୧୧ ଜଣ, କେନ୍ଦୁଝରରୁ ୭ ଜଣ, ଖୋର୍ଦ୍ଧାରୁ ୨୭୪ ଜଣ, କୋରାପୁଟରୁ ୨ ଜଣ, ମୟୁରଭଞ୍ଜରୁ ୨୩ ଜଣ, ନୟାଗଡ଼ରୁ ୭ ଜଣ, ନୂଆପଡ଼ାରୁ ୬ ଜଣ ପୁରୀରୁ ୧୩ ଜଣ, ରାୟଗଡ଼ାରୁ ୧ ଜଣ, ସମ୍ୱଲପୁରରୁ ୧୧ ଜଣ, ସୁନ୍ଦରଗଡ଼ରୁ ୧୦ ଜଣ ଓ ଷ୍ଟେଟ ପୁଲରୁ ୬୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି।

 


ବର୍ତ୍ତମାନ ପର୍ଯ୍ୟନ୍ତ ରାଜ୍ୟରେ ୧୦ ଲକ୍ଷ ୩୨ ହଜାର ୬୩୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ୧୦ ଲକ୍ଷ ୧୯ ହଜାର ୨୧୮ ଜଣ ସୁସ୍ଥ ହୋଇଛନ୍ତି। ଏବେ ବି ୫ ହଜାର ୧୪୧ ଜଣ ସକ୍ରିୟ ସଂକ୍ରମିତ ଅଛନ୍ତି।

Related News
satta king tw