Top Stories

Search here...

News

ସଜା ଅବଧି ପୂର୍ବରୁ ମୁକ୍ତ ହେବେ ଓଡ଼ିଶାର ୧୬ କଏଦୀ

Posted On - 1 minute ago
Edited By Team BbsrReporters
LAST UPDATED Jun 22, 2021 11:28 AM

ସଜା କାଟିବା ବେଳେ ବ୍ୟବହାରରେ ପରିର୍ବନ, ଉତ୍ତମ କାର୍ଯ୍ୟ ଏବଂ ଜେଲ ବିଭାଗର ନିତିନିୟମକୁ ସମ୍ମାନ ଦେଉଥିବା କଏଦୀମାନଙ୍କୁ ମୁକ୍ତ କରିବାକୁ ଚୟନ କରାଯାଇଛି ।

 

BBSR Reporters

 

ଭୁବନେଶ୍ୱର: ସଜା ଅବଧି ପୂର୍ବରୁ ରାଜ୍ୟର ୧୧ଜେଲ ସମେତ ବିଶାଖାପାଟଣା ଜେଲରୁ ମୁକ୍ତ ହେବେ ୧୬ କଏଦୀ । ଜେଲରେ ଆଜୀବନ ସଜା କାଟିବା ବେଳେ ବ୍ୟବହାରରେ ପରିବର୍ତ୍ତନ , ଉତ୍ତମ କାର୍ଯ୍ୟ ଏବଂ ଜେଲ ବିଭାଗର ନିତିନିୟମକୁ ସମ୍ମାନ ଦେଉଥିବା କଏଦୀମାନଙ୍କୁ ମୁକ୍ତ କରିବାକୁ ଚୟନ କରାଯାଇଛି ।

 

ଚୌଦ୍ୱାର ଜେଲରୁ ଜଣେ କଏଦୀ ମୁକ୍ତ ହେବାକୁ ରହିଥିବା ବେଳେ ବାଣପୁର ଜେଲରୁ ଜଣେ କଏଦୀ, ବାରିପଦା ଜେଲରୁ ୨ ଜଣ, ସମ୍ବଲପୁର ଜେଲରୁ ଜଣେ, ପୁରୀ ଜେଲରୁ ଜଣେ, କୋରାପୁଟ ଜେଲରୁ ଜଣେ, ବଲାଙ୍ଗିରି ଜେଲରୁ ଜଣେ, କୋଟପାଡ ଜେଲର ଜଣେ, ବିଜୁ ପଟ୍ଟନାୟକ ମୁକ୍ତାକାଶ  ଜେଲରୁ ଜଣେ, ଢେଙ୍କାନାଳ ଜେଲରୁ ଜଣେ କଏଦୀ  ତାଲିକାରେ ରହିଥିବା ବେଳେ ବାଲେଶ୍ୱର ଜେଲରୁ ୨ ଜଣ ଏବଂ ବିଶାଖାପାଟଣା ଭାଇଜାଗ ଜେଲରୁ ୩ ଜଣ କଏଦୀ ଅଛନ୍ତି । ଏହି ୩ କଏଦୀ ଲୁଟ ଏବଂ ହତ୍ୟା ମାମଲାରେ ପାରେଳାଖେମୁଣ୍ଡି ଜେଲରେ ସଜା କାଟୁଥିଲେ । ଅଭିଯୁକ୍ତଙ୍କ ଘର ବିଶାଖାପାଟଣା ହୋଇଥିବାରୁ ସେ ପର ର୍ୀ ସମୟରେ ଭାଇଜାଗ ଜେଲକୁ ସ୍ଥାନାନ୍ତର ହୋଇଥିଲେ ।

 


୧୬ ଜଣ କଏଦୀଙ୍କୁ ବ୍ୟବହାରରେ ପରିବର୍ତ୍ତନ  ହୋଇଥିବା ବେଳେ ଜେଲରେ ସେମାନେ ଭଲ କାଯର୍ୟ ଓ ବ୍ୟବହାର ପଦର୍ଶନ କରିଥିଲେ । ଯେଉଁଥି ପାଇଁ ଜେଲ ବିଭାଗ ସେମାନଙ୍କ ନାମ ଗୃହ ବିଭାଗକୁ ଜଣାଇଥିଲେ ।   ଗୃହ ବିଭାଗ ଏହି କଏଦୀଙ୍କ ମୁକ୍ତି ପାଇଁ ଷ୍ଟେଟ୍ ସେେ ନ୍ସ ରିଭୁ୍ୟ କମିଟି ନିକଟକୁ ପଠାଯାଇଥିଲା । ଏହି କମିଟିର ବୈଠକ ବସିବା ପରେ ୧୬ ଜଣ କଏଦୀଙ୍କ ମୁକ୍ତି ପାଇଁ ଜିଲ୍ଲାପାଳ ଏବଂ ସ୍ଥାନୀୟ ଏସ୍ପିଙ୍କ ମତ ନିଆଯାଇଥିଲା ।

 

ପରେ ମୁକ୍ତି ପାଇବାକୁ ଥିବା କଏଦୀଙ୍କ ନାମ ରାଜ୍ୟପାଳଙ୍କ ନିକଟକୁ ପଠା ଯାଇଥିଲା । ଶେଷରେ ରାଜ୍ୟପାଳଙ୍କ ମୋହର ପରେ ମୁକ୍ତି ପାଇବେ ୧୬  ଜଣ କଏଦୀ । ଆଜୀବନ ସଜା ପାଇଥିବା କଏଦୀ ନିଜ ବ୍ୟବହାରରେ ପରିବ ର୍ନ ହେଲେ ସଜା ପୂର୍ବରୁ ତାଙ୍କୁ ମୁକ୍ତ କରିବା ପାଇଁ ସକ୍ଷମ ହେବେ ବୋଲି ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ କହିଛନ୍ତି ।

Related News
satta king tw