Top Stories

Search here...

News

୩୧ ହଜାର ନଖରେ ସୁଶାନ୍ତ ସିଂଙ୍କ ପଟ୍ଟଚିତ୍ର

Posted On - 5 minutes ago
Edited By Team BbsrReporters
LAST UPDATED Jun 15, 2021 02:12 PM

ଉକ୍ତ ପଟ୍ଟଚିତ୍ରକୁ ଚିତ୍ରଶିଳ୍ପୀ ସୌରଭ ମଣ୍ଡଳ ଦୈନିକ ୫ ଘଣ୍ଟା କାମ କରି  ୮ ଦିନ ମଧ୍ୟରେ ପୁରା କରିଛନ୍ତି । 

 

BBSR Reporters


ଗୁଆହାଟୀ: ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ  ପ୍ରଥମ ଶ୍ରାଦ୍ଧବାର୍ଷିକୀରେ ଆସାମର ଚିରାଙ୍ଗ ଜିଲ୍ଲାର ଜଣେ ଚିତ୍ରଶିଳ୍ପୀ ୩୧ ହଜାର ନଖରେ ସୁଶାନ୍ତଙ୍କ ପଟ୍ଟଚିତ୍ର ଆଙ୍କି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ଉକ୍ତ ପଟ୍ଟଚିତ୍ରକୁ ସମ୍ପୃକ୍ତ ଚିତ୍ରଶିଳ୍ପୀ ସୌରଭ ମଣ୍ଡଳ ଦୈନିକ ୫ ଘଣ୍ଟା କାମ କରିଥିବାବେଳେ ୮ ଦିନ ସମୟ ଲାଗିଥିବା କହିଛନ୍ତି ।

 

ପୂର୍ବରୁ ସୌରଭ ନେତାଜୀ ସୁବାସ ବୋଷ ଓ ପ୍ରସିଦ୍ଧ ଗାୟକ ଭୁପେନ୍ ହଜାରିକାଙ୍କ ଚିତ୍ର  ୭ ମିନିଟ୍ ୫୫ ସେକେଣ୍ଡରେ ଆଙ୍କି ପ୍ରଶଂସିତ ହୋଇଛନ୍ତି ।  ସୌରଭ ଜଣେ ଭଲ ଚିତ୍ରଶିଳ୍ପୀ ହେବାକୁ ଲକ୍ଷ୍ୟ ରଖିଥିବାବେଳେ ତାଙ୍କ ନାମ ଇଣ୍ଡିଆନ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇଛି ।      
 

Related News
satta king tw