Top Stories

Search here...

News

ଅପହୃତା ଶିଶୁଙ୍କୁ ଖୋଜିବା ପାଇଁ କମିଶନରେଟ ପୁଲିସ ପକ୍ଷରୁ ଆରମ୍ଭ ହେଲା "ପ୍ରାରମ୍ଭ’ ଯୋଜନା

Posted On - 2 minutes ago
Edited By Team BbsrReporters
LAST UPDATED Oct 19, 2021 11:43 AM

ଲୋକେ ଟୋଲ ଫ୍ରି ସହାୟତା ନମ୍ବର ୨୫୪୫୪୪୫ରେ ଯୋଗାଯୋଗ କରି ପାରିବେ । ଯାହା ଦିନ ୧୦ ଟାରୁ ସନ୍ଧ୍ୟା ୫ ଟା ଯାଏ ଖୋଲା ରହିବ।

 

 

BBSR Reporters

 

 


ଭୁବନେଶ୍ବର: କମିଶନରେଟ ପୁଲିସ ପକ୍ଷରୁ "ପ୍ରାରମ୍ଭ’ ଯୋଜନା ଆରମ୍ଭ ହୋଇଛି । ଅପହରଣ ହୋଇଥିବା ନାବାଳିକାଙ୍କୁ ଉଦ୍ଧାର କରିବା HB ଦିଗରେ ଏହା କାମ କରିବ । ପ୍ରତିବର୍ଷ ବର୍ଷ ଭୁବନେଶ୍ୱରରେ ୩୦୦ରୁ ୩୫୦ ଅପହରଣ ମାମଲା ରୁଜୁ ହେଉଛି । ଅଧିକାଂଶ ଘଟଣାରେ ବିବାହ ପ୍ରଲୋଭନ ଦେଖାଇ ନାବାଳିକାମାନଙ୍କୁ ଅପହରଣ କରାଯାଉଥିବାର ଦେଖିବାକୁ ମିଳୁଛି, ଯାହା ପୁଲିସ ପାଇଁ ଚାଲେଞ୍ଜ ସୃଷ୍ଟି କରିଛି । ଏନେଇ ପୁଲିସ କମିସନର ସୌମେନ୍ଦ୍ର ପ୍ରିୟଦର୍ଶି କହିଛନ୍ତି, ଗତ ଛଅ ମାସ ତଳେ ଆରମ୍ଭ ହୋଇଥିବା କିଡନାପିଂ ସେଲ ଦ୍ୱାରା ଟ୍ୱିନସିଟିରୁ ୨୪୧ ଜଣ ନାବାଳିକାଙ୍କୁ ଉଦ୍ଧାର କରାଯାଇଥିଲା । ୨୯୫ଟି ଅପହରଣ ଅଭିଯୋଗର ତଦନ୍ତ ଶେଷ ହୋଇଥିଲା ।  

 


ସୋସିଆଲ ମିଡିଆ ମାଧ୍ୟମରେ ଆମେ(ପୁଲିସ)ସଚେତନ କରିବୁ । ସ୍କୁଲ ଓ କଲେଜମାନଙ୍କରେ କର୍ମଶାଳା କରାଯିବ । ପ୍ରାରମ୍ଭ’ ଯୋଜନାରେ ଅଭିଯୋଗ କରିବା ପାଇଁ ପୁଲିସ ପକ୍ଷରୁ ହେଳ୍ପ ଲାଇନ ନମ୍ବର ଜାରି କରାଯାଇଛି । ଲୋକେ ଟୋଲ ଫ୍ରି ନମ୍ବର ୨୫୪୫୪୪୫ରେ ଯୋଗାଯୋଗ କରି ପାରିବେ ।

 

କେବଳ ଭୁବନେଶ୍‍ୱର ପାଇଁ ଏହି ନମ୍ବରଟି ଉପଲବ୍ଧ ହେବ । ଯାହା ଦିନ ୧୦ ଟାରୁ ସନ୍ଧ୍ୟା ୫ ଟା ଯାଏ ଖୋଲା ରହିବ ଏହି ସହାୟତା କେନ୍ଦ୍ର । ବସ୍ତିକୁ ଯାଇ ସୋସିଆଲ ମିଡିଆ କ୍ୟାମ୍ପନ ସହ ପରିବାର ଲୋକଙ୍କୁ କାଉନସିଲ ମଧ୍ୟ କରାଯିବ । ଯାହା ଦ୍ୱାରା ସେମାନେ ନିଜ ପିଲାଙ୍କୁ ଆକଟ କରିପାରିବେ । ପ୍ରତି ସ୍କୁଲ କଲେଜ ଯାଇ ପିଲାଙ୍କୁ ବୁଝାଯିବ । ଏହା ସହିତ ଚକ୍ରବ୍ୟୁହରେ ଫସି ଯାଇଥିବା ଝିଅମାନଙ୍କୁ କାଉନସେଲିଂ କରି ତାଙ୍କ ସହିତ ଶକ୍ତ ଚଟାଣ ଭଳି କମିସନରେଟ ପୁଲିସ ଠିଆ ହେବ । ଏହି ସେଲକୁ ଅଧିକ ଶକ୍ତ କରିବା ପାଇଁ ଲକ୍ଷ ରଖିଛି କମିସନରେଟ ପୁଲିସ । କିସ୍‍ ଏବଂ ଏସଏନ ମହାନ୍ତି ଫାଉଣ୍ଡେସନ ସହଯୋଗରେ ଏହି ଆପ୍‍ ଲଞ୍ଚ କରାଯାଇଛି ।

 

 

ଏହି କାର୍ଯ୍ୟକ୍ରମରେ ୟୁଥ ଆଇକନ୍‍ ତଥା ବଲିଉଡ ଷ୍ଠାର ରାହୁଲ ବୋଷ ଓ କିସ୍‍ ଓ କିଟ୍‍ ର ପ୍ରତିଷ୍ଠାତା ତଥା କନ୍ଧମାଳ ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ ଯୋଗ ଦେଇ କହିଛନ୍ତି, ସୋସିଆଲ ମିଡିଆ ବ୍ୟବହାର କରି ବହୁତ ଛାତ୍ରୀ ଏଥିରେ ଲିପ୍ତ ରହୁଥିବାରୁ ସାଇବର ଠକମାନେ ସୋସିଆଲ ମିଡିଆରେ ସେମାନଙ୍କୁ ଟାର୍ଗେଟ କରନ୍ତି । ସେମାନଙ୍କ ଗତିବିଧି ଉପରେ ନଜର ରଖନ୍ତି ଏବଂ ଅସଦାଚରଣ ମଧ୍ୟ କରିଥାନ୍ତି । ଝିଅମାନେ ବିଶେଷ କରି ସୋସିଆଲ ମିଡିଆ ବ୍ୟବହାର ସମୟରେ ଭଦ୍ରମୁଖା ପିନ୍ଧା ସାଇବର ଠକମାନଙ୍କ ଠାରୁ ବଞ୍ôଚବା ପାଇଁ ନିଜ ଆଖି ଖୋଲା ରଖିବାର ଆବଶ୍ୟକ ରହିଛି । ଏଥିପାଇଁ ସେମାନେ ସଚେତନ ରହିବା ଆବଶ୍ୟକ ।

Related News
satta king tw