Top Stories

Search here...

News

ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ।ରି ହୋଇଛି ୟେଲୋ ୱାର୍ଣ୍ଣିଂ ଜାରି 

Posted On - 3 minutes ago
Edited By Team BbsrReporters
LAST UPDATED Oct 17, 2021 07:09 PM

ସେହିପରି ଘଡ଼ଘଡ଼ି ଓ ବଜ୍ରପାତ ନେଇ ୧୭ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି ।

 

BBSR Reporters


ଭୁବନେଶ୍ୱର: ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଘନୀଭୂତ ଲଘୁଚାପ ବଳୟରେ ଶନିବାର ଠାରୁ ଉପକୂଳ ସମେତ ରାଜ୍ୟର ଅଧିକାଂଶ ଜିଲ୍ଲାରେ  ବର୍ଷା ଲାଗି ରହିଛି  । ଏହା ପ୍ରଭାବରେ ଆସନ୍ତା ୨୪ ଘଣ୍ଟା ମଧ୍ୟରେ  ପ୍ରବଳ ବର୍ଷା ନେଇ ୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ୟେଲୋ ୱାର୍ଣ୍ଣିଂ ପାଇଥିବା ୭ ଜିଲ୍ଲା ଗୁଡ଼ିକ ହେଲେ ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଓ ଜଗତସିଂହପୁର । ଏହି ଜିଲ୍ଲା ଗୁଡ଼ିକରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।


ସେହିପରି ଘଡ଼ଘଡ଼ି ଓ ବଜ୍ରପାତ ନେଇ ୧୭ ଜିଲ୍ଲାକୁ ସତର୍କ ସୂଚନା ଜାରି କରାଯାଇଛି । ଏହି ୧୭ ଜିଲ୍ଲା ଗୁଡ଼ିକ ହେଲେ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର, ଅନୁଗୁଳ, ମୟୂରଭଞ୍ଜ ଓ ଢେଙ୍କାନାଳ । ଏହି ସବୁ ଜିଲ୍ଲା ଗୁଡ଼ିକରେ ବଜ୍ରପାତ ନେଇ ସତର୍କ ସୂଚନା ଦିଆଯାଇଛି । ତେବେ ଲଘୁଚାପ ପ୍ରଭାବରେ ଆସନ୍ତା ୧୯ ତାରିଖ ଯାଏ ବର୍ଷା ଜାରି ରହିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି ।

 

ଭୁବନେଶ୍ୱର ପାଣିପାଗ ନିଦେ୍ର୍ଧଶକ ଉମାଶଙ୍କର ଦାସ କହିଛନ୍ତି, ଓଡ଼ିଶା ମଧ୍ୟକୁ ବଙ୍ଗୋପସାଗରରୁ ପୂର୍ବଦିଗରୁ କ୍ରମାଗତ ଭାବେ ପୂର୍ବାଳୁ ବାୟୁ ପ୍ରବେଶ କରୁଛି । ଯାହାର ପ୍ରଭାବରେ ଉପକୂଳବର୍ତ୍ତୀ ଓଡ଼ିଶା ତତ ସଂଲଗ୍ନ ଆଭ୍ୟନ୍ତରୀଣ ଅଞ୍ଚଳର କିଛି ଜାଗାରେ ବର୍ଷା ଲାଗି ରହିଛି । ବିଶେଷକରି ଏହାର ପ୍ରଭାବରେ ୭ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

 

ଲଘୁଚାପ ପ୍ରଭାବ ଆସନ୍ତାକାଲି ମଧ୍ୟ ରହିବାକୁ ଥିବାରୁ ଉତ୍ତର ଓଡ଼ିଶାର ଚାରି ଜିଲ୍ଲା ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ ଓ ବାଲେଶ୍ୱର ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି । ମଙ୍ଗଳବାର ମଧ୍ୟ କିଛି ଜିଲ୍ଲା ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । 
 

Related News
satta king tw