Top Stories

Search here...

News

କୃଷକ ମୃତ୍ୟୁ ଘଟଣା: ଗେଷ୍ଟ ହାଉସରେ ଝାଡ଼ୁ ମାରିଲେ ପ୍ରିୟଙ୍କା ଗାନ୍ଧୀ 

Posted On - 2 weeks ago
Edited By Team BbsrReporters
LAST UPDATED Oct 20, 2021 09:26 PM

ପ୍ରିୟଙ୍କାଙ୍କୁ ପୁଲିସ୍ ଗାଡ଼ିରେ ବସାଇବା ବେଳେ ସେ ୱାରେଣ୍ଟ ମାଗିଥିଲେ, କିନ୍ତୁ ପୁଲିସ୍ ତାଙ୍କୁ ଧକ୍କା ମାରିବା ସହ ବଳ ପୂର୍ବକ ନେଇ ଗେଷ୍ଟ ହାଉସରେ ଅଟକ ରଖିଥିବା ସେ କହିଛନ୍ତି ।

 

BBSR Reporters


ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ କୃଷକଙ୍କ ଆନେ୍ଦାଳନ ବେଳେ ଆନେ୍ଦାଳନକାରୀଙ୍କ ଉପରେ ଗାଡି ଚଢାଇ ହତ୍ୟା କରିଥିବା ନେଇ ବିରୋଧ ତେଜିବାରେ ଲାଗିଛି । ମୃତକଙ୍କ ପରିବାରକୁ ୪୫ ଲକ୍ଷ ଲେଖାଏ ସହାୟତା ରାଶି ପ୍ରଦାନ କରାଯାଇଥିଲେ ମଧ୍ୟ ବିରୋଧ କମୁନଥିବା ଦେଖିବାକୁ ମିଳିଛ । ଏପରି ସ୍ଥଳେ  କୃଷକଙ୍କୁ ଭେଟିବାକୁ ଲଖିମପୁର ଯାଉଥିବା ବେଳେ କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧିଙ୍କୁ ଅଟକ ରଖାଯାଇଛି । ଅଟକ ରଖାଯାଇଥିବା ଗେଷ୍ଟ ହାଉନରେ ପ୍ରିୟଙ୍କା ଝାଡ଼ୁ ମାରୁଥିବା ଭିଡିଓ ସାମ୍ନାକୁ ଆସିଛି । 

 

ସେ ଆଜି ନିଜ ସମର୍ଥକଙ୍କ ସହ ଭୋର ସମୟରେ ଲଖିମପୁର ଖେରି ଯାଉଥିଲେ । ହେଲେ ସୀତାପୁର ଠାରେ ତାଙ୍କୁ ପୁଲିସ ଅଟକାଇବା ସହ ଅନ୍ୟତ୍ର ନେଇ ଯାଇଥିଲା । ଏହାପରେ ଗୋଟିଏ ରୁମରେ ତାଙ୍କୁ ଅଟକ ରଖାଯାଇଥିଲା । ତେବେ ଏହି ସମୟରେ ପ୍ରିୟଙ୍କା ହାତରେ ଝାଡ଼ୁ ଧରି ଉକ୍ତ ପ୍ରକଷ୍ଠୋକୁ ଓଳାଇବା ଆରମ୍ଭ କରିଥିଲେ । ଏହାର ଭିଡିଓ ମଧ୍ୟ ସାମ୍ନାକୁ ଆସିଛି । ପ୍ରିୟଙ୍କା କହିଛନ୍ତି,  ମୁଁ ସବୁବେଳେ ମୋ ରୁମକୁ ସଫା ରଖିବାକୁ ଚାହେଁ । ଏଠାରେ ଅପରିସ୍କାର ଥିବାରୁ ମୁଁ ଝାଡୁ ମାରିଛି । 

 

ତାଙ୍କ ଟିମ୍ର ସଦସ୍ୟ କହିଛନ୍ତି, ପ୍ରିୟଙ୍କାଙ୍କୁ ଯେଉଁ ରୁମରେ ପୁଲିସ୍ ଅଟକ ରଖିଥିଲା, ତାହା ପ୍ରବଳ ଧୂଳି ହୋଇଥିଲା । ତେଣୁ ସେ ନିଜେ ଏହାକୁ ସଫା କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ପ୍ରିୟଙ୍କାଙ୍କୁ ଲକ୍ଷ୍ନୌ ଠାରୁ ୯୦ କିମି ଦୂର ସୀତାପୁର ଠାରେ ଅଟକାଇବା ପରେ ପୁଲିସ୍ ପିଏସି ଗେଷ୍ଟ ହାଉସକୁ ଆଣିଥିଲା । ଏହାପରେ ପିଏସିର ଗୋଟିଏ ରୁମରେ ତାଙ୍କୁ ରଖା ଯାଇଥିଲା । ଏହି ରୁମ ପ୍ରବଳ ଅଳିଆ ହୋଇଥିବାରୁ ପ୍ରିୟଙ୍କା ଏହାକୁ ଝାଡ଼ୁରେ ନିଜେ ସଫା କରିଥିଲେ ।


ଏପଟେ କଂଗ୍ରେସ କର୍ମୀମାନେ ପିଏସି ଗେଷ୍ଟ ହାଉସ ବାହାରେ ଏକାଠି ହୋଇ ପ୍ରିୟଙ୍କାଙ୍କ ଅଟକକୁ ବିରୋଧ କରିଛନ୍ତି । ସେହିପରି ପ୍ରିୟଙ୍କାଙ୍କୁ ପୁଲିସ୍ ଗାଡ଼ିରେ ବସାଇବା ବେଳେ ସେ ୱାରେଣ୍ଟ ମାଗିଥିଲେ । କିନ୍ତୁ ପୁଲିସ୍ ତାଙ୍କୁ ଧକ୍କା ମାରିବା ସହ ବଳ ପୂର୍ବକ କାଗଜ ନ ଦେଖାଇ ଗେଷ୍ଟ ହାଉସରେ ଅଟକ ରଖିଥିବା ସେ କହିଛନ୍ତି । ଚଣ୍ଡିଗଡ଼ରେ ମଧ୍ୟ ନବଜୋତ ସିଂହଙ୍କ ନେତୃତ୍ୱରେ କଂଗ୍ରେସ କର୍ମୀମାନେ ୟୁପି ହିଂସାକୁ ବିରୋଧ କରିଛନ୍ତି । ଏହି ସମୟରେ ପୁଲିସ୍ ସିଦ୍ଧୁଙ୍କୁ ଆନେ୍ଦାଳନ ସ୍ଥଳରୁ ଅନ୍ୟତ୍ର ନେଇ ଅଟକ ରଖିଛି ।


 

Related News
satta king tw