Top Stories

Search here...

News

ପୁରୀରେ ଏନକାଣ୍ଟର: ଦୁର୍ଦ୍ଧାନ୍ତ ଅପରାଧୀ ବିଜୁ ଆହତ

Posted On - 2 minutes ago
Edited By Prabir Kumar
LAST UPDATED Oct 21, 2021 10:46 AM

ବିଜୁକୁ ଆତ୍ମସମର୍ପଣ କରିବାକୁ ପୁଲିସ୍ କହିଥିଲେଳ ମଧ୍ୟ  ସେ ପୁଲିସ ଉପରକୁ ପ୍ରଥମେ ଗୁଳି ଚଳାଇ ଖସିଯିବାକୁ ଚେଷ୍ଟା କରୁଥିଲା ଫଳରେ  ପୁଲିସ ପାଲଟା ଗୁଳି ଚାଳନା କରିଥିଲା ।

 

BBSR Reporters

 

 

ପୁରୀ: ଦୁର୍ଦ୍ଧାନ୍ତ ଅପରାଧୀ ବିଜୁ ବେହେରାକୁ ଏନ୍କାଉଣ୍ଟର କରିଛି ପୁରୀ ପୁଲିସ୍ । ବିଜୁର ବାମ ଗୋଡ଼ରେ ବାଜିଛି ଗୁଳି ବାଜିଥିବା ବେଳେ ତାକୁ ମେଡ଼ିକାଲ୍ରେ ଭର୍ତ୍ତି କରାଯାଇଛି । ମଙ୍ଗଳବାର ରାତିରେ ନରେନ୍ଦ୍ରକୋଣରେ ଜଣେ ମହିଳାଙ୍କୁ ଗୁଳି କରିଥିଲା ବିଜୁ । ଗୁଳି ମାଡ଼ ପରେ ଅଭିଯୁକ୍ତ ବିଜୁ ବେହେରା ଚନ୍ଦନପୁର ଥାନା ଅଞ୍ଚଳରେ ଲୁଚି ରହିଥିଲା । 

 

 

ଏ ସମ୍ପର୍କରେ ଖବର ପାଇ ପୁଲିସ୍ ଅଚାନକ ଚଢ଼ଉ କରିଥିଲା । ବିଜୁକୁ ଆତ୍ମସମର୍ପଣ କରିବାକୁ ପୁଲିସ୍ କହିଥିଲା । କିନ୍ତୁ ସେ ପୁଲିସ ଉପରକୁ ପ୍ରଥମେ ଗୁଳି ଚଳାଇଥିଲା । ଏହାର ପ୍ରତି ଜବାବ ଦେଇଥିଲା ପୁଲିସ୍ । ବିଜୁ ଉପରକୁ ପୁଲିସ ପାଲଟା ଗୁଳି ଚାଳନା କରିଥିଲା । ଫଳରେ ବିଜୁର ବାମ ଗୋଡ଼ରେ ବାଜିଥିଲା ଗୁଳି । ପରେ ତାକୁ କାବୁ କରିବାରେ ସମ୍ଭବପର ହୋଇଥିଲା ପୁଲିସ । 

 

 

ଶ୍ରୀକ୍ଷେତ୍ର ପୁରୀ ନରେନ୍ଦ୍ରକୋଣରେ ଗୁଳିକାଣ୍ଡ ଘଟଣାର ମୁଖ୍ୟ ଅଭିଯୁକ୍ତ ହେଉଛି ବିଜୁ । ତା’ ପାଖରୁ ପୁଲିସ୍ ଏକ ପିସ୍ତଲ ଓ ୩ ରାଉଣ୍ଡ ଗୁଳି ଜବତ କରିଛି । ଏଥିରେ ପୁରୀ କୁମ୍ଭାରପଡ଼ା ଥାନାର ଏସ୍ଆଇ ଦିବ୍ୟରଂଜନ ପଣ୍ଡା ମଧ୍ୟ ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି । ଘଟଣାରେ ଆଉ କିଛି ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା ପୋଲିସ ଜାଣିବାକୁ ପାଇଥିବା ବେଳେ ସେମାନଙ୍କୁ ଧରିବା ପାଇଁ ପୋଲିସ ତଦନ୍ତ ଚଳାଇଛି ।

Related News
satta king tw