Top Stories

Search here...

News

ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସିଧାସଳଖ ସମ୍ପୃକ୍ତିରହିଛି : ସମୀର ମହାନ୍ତି

Posted On - 1 minute ago
Edited By Prabir Kumar
LAST UPDATED Oct 21, 2021 10:15 AM

ଜବତ ଲ୍ୟାପଟପ, ପେନ ଡ୍ରାଇଭ, ମୋବାଇଲକୁ ପ୍ରକୃତ ଯାଂଚ କରାଗଲେ ସତ୍ୟାସତ୍ୟ ଏବଂ ସମସ୍ତ ଅସମାହିତ ପ୍ରଶ୍ନର ଉତର ସାମ୍ନାକୁ ଆସିପାରିବ ବୋଲି ବିଜେପି କହିଛି ।

 

 

BBSR Reporters

 

 

ଭୁବନେଶ୍ୱର:ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ଘଟଣାକୁ ସିବିଆଇ ଦ୍ୱାରା ତଦନ୍ତ କରାଯିବା ସହ ଏଭଳି ନାରକୀୟ ଘଟଣାରେ ସଂପୃକ୍ତିର ଅଭିଯୋଗ ଥିବା ରାଜ୍ୟର ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରାଯାଇ ଗିରଫ କରିବା ପାଇଁ ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ଦାବୀ କରିଛନ୍ତି ।

 

 

ରାଜ୍ୟ କାର୍ଯ୍ୟାଳୟରେ ଏହି ପ୍ରସଙ୍ଗରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ମହାନ୍ତି କହିଛନ୍ତି ଯେ, ସଂପୂର୍ଣ୍ଣ ଘଟଣାକ୍ରମ ସମସ୍ତଙ୍କୁ ବିସ୍ମୟ କରିଛି । ମୃତ ମମିତାଙ୍କ ପରିବାରବର୍ଗଙ୍କ ଅଭିଯୋଗ ଆଧାରରେ ଯେଉଁ ତଥ୍ୟ ସାମ୍ନାକୁ ଆସିଛି, ତାହା ଅତ୍ୟନ୍ତ ଦୁଃଖ ଓ ଲଜ୍ଜଦାୟକ । ମୁଖ୍ୟ ଅଭିଯୁକ୍ତ ତଥା ସନସାଇନ ପବ୍ଲିକ ସ୍କୁଲର ମୁଖ୍ୟ ସଂଚାଳକ ଗୋବିନ୍ଦ ସାହୁଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ସେଠାରେ ଯୈ÷ାନ ବ୍ୟଭିଚାର ଚାଲିଥିଲା । ଶ୍ରୀ ସାହୁଙ୍କ ଘନିଷ୍ଠ ସହଯୋଗୀ ତଥା ରାଜ୍ୟର ଗୃହ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଦିବ୍ୟଶଂକର ମିଶ୍ରଙ୍କ ସମେତ ମନ୍ତ୍ରୀ ପ୍ରତାପ ଜେନା, ନିରଂଜନ ପୁଜାରୀ, ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଭଳି ବହୁ ମନ୍ତ୍ରୀ, ନେତାମାନେ ବାରମ୍ବାର ସେ ସ୍କୁଲକୁ ଆସୁଥିଲେ । କିଏ ହେଲିକେପ୍ଟରରେ ଆସୁଥିଲା ତ, ଆଉ କିଏ ସ୍କୁଲକୁ ‘ମୋ ଜୀବନ’ ବୋଲି ସମ୍ବୋଧନ କରୁଥିଲେ । ସେହିପରି ଆଉ କିଛି ପ୍ରଭାବଶାଳୀ ମନ୍ତ୍ରୀ ଉକ୍ତ ସ୍କୁଲକୁ ରେଭେନ୍ସା କଲେଜ ସହ ତୁଳନା ମଧ୍ୟ କରୁଥିଲେ । ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ଅନୈତିକ କାର୍ଯ୍ୟକଳାପ ସଂପର୍କରେ ମୃତା ମମିତା ମେହେର ଖୁଲାସା କରିଦେବେ ବୋଲି କହିବାରୁ ତାଙ୍କୁ ହତ୍ୟା କରାଯାଇଛି ।

 

 

ନିଖୋଜ ହେବା ପରେ ବିଭିନ୍ନ ଆଳ ଦେଖାଇ ମୃତା ମମିତାର ବାପାଙ୍କ ଏତଲା ପୋଲିସ ରଖିନଥିଲା ।ପୋଲିସ୍ ଜବତ କରିଥିବା ମମିତାଙ୍କ ଲ୍ୟାପଟପ, ପେନ ଡ୍ରାଇଭ, ମୋବାଇଲକୁ ପ୍ରକୃତ ଯାଂଚ କରାଗଲେ ସତ୍ୟାସତ୍ୟ ଏବଂ ସମସ୍ତ ଅସମାହିତ ପ୍ରଶ୍ନର ଉତର ସାମ୍ନାକୁ ଆସିପାରିବ । ମମିତାଙ୍କ ପରିବାରବର୍ଗଙ୍କ ଅଭିଯୋଗ ଓ ଭାଇରାଲ ହୋଇଥିବା ବିଭିନ୍ନ ଅଡିଓକୁ ଅନୁଧ୍ୟାନ କଲେ, ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ସଂପୃକ୍ତିକୁ ସିଧାସଳଖ ଇସାରା କରୁଛି । ତେଣୁ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ତଦନ୍ତ ପରିସରଭୁକ୍ତ କରିବା ନିହାତି ଆବଶ୍ୟକ । ଅନ୍ୟପଟେ ମନ୍ତ୍ରୀ ଶ୍ରୀ ମିଶ୍ର ନିଜ କ୍ଷମତାକୁ ଅପବ୍ୟବହାର କରି ତଦନ୍ତ ପ୍ରକ୍ରିୟାକୁ ବିଭ୍ରାନ୍ତ କରିବାର ଷଡଯନ୍ତ୍ର କରୁଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ନିଜ ମନ୍ତ୍ରୀମଣ୍ଡଳରୁ ବହିଷ୍କାର କରନ୍ତୁ ବୋଲି ଶ୍ରୀ ମହାନ୍ତି ଦାବୀ କରିଛନ୍ତି ।

 

 

ସନସାଇନ ପବ୍ଲିକ ସ୍କୁଲ ଓ କଲେଜକୁ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ନିଦେ୍ର୍ଧଶରେ ବହୁ ପରିମାଣର ସରକାରୀ ଆର୍ଥିକ ଅନୁଦାନ ପ୍ରଦାନ କରାଯାଇଛି । ପଶ୍ଚିମ ଓଡିଶା ବିକାଶ ପରିଷଦ ପାଂଠିରୁ ୨୦୧୦ ମସିହାରୁ ୨୦୧୭ ମସିହା ଭିତରେ ଏହି ଶିକ୍ଷାନୁଷ୍ଠାନର ଲାଇବ୍ରେରୀ, କ୍ଲାସରୁମ, ହଲ୍, ଗାଲ୍ରସ୍ କମନ ରୁମ, ବୟେଜ ହଷ୍ଟେଲ ଆଦି ନିର୍ମାଣ ପାଇଁ ପର୍ଯ୍ୟାୟକ୍ରମେ ୩୧ ଲକ୍ଷରୁ ଉର୍ଦ୍ଧ ଟଙ୍କାର ଆର୍ଥିକ ଅନୁଦାନ ପ୍ରଦାନ କରାଯିବା ସଂପୂର୍ଣ୍ଣ ଜନବିରୋଧୀ କାର୍ଯ୍ୟ ଅଟେ ବୋଲି ଶ୍ରୀ ମହାନ୍ତି କହିଛନ୍ତି । 

 

 

ନ୍ୟାସନାଲ କ୍ରାଇମ ବୁ୍ୟରୋ ରେକର୍ଡ ତଥ୍ୟ ଅନୁସାରେ ଓଡିଶାରେ ନାରୀ ନିର୍ଯ୍ୟାତନା ପ୍ରତି ବର୍ଷ ବୃଦ୍ଧି ପାଇଚାଲିଥିବାବେଳେ ଅନ୍ୟପଟେ ଦଣ୍ଡବିଧାନ ହାର ମାତ୍ର ୧୧.୨୦ ପ୍ରତିଶତ,ଯାହାକି ଅତ୍ୟନ୍ତ ନିରୁତ୍ସାହଜନକ ଅଟେ । ଶାସକ ଦଳର ନେତା, ମନ୍ତ୍ରୀ, ବିଧାୟକ ଓ ସାଂସଦମାନେ କ୍ଷମତାର ଅପବ୍ୟବହାର କରି ଅଭିଯୁକ୍ତ ଅପରାଧୀଙ୍କୁ ସର୍ବଦା ସୁରକ୍ଷା ପ୍ରଦାନ କରିଆସୁଛନ୍ତି । ଏହି କାରଣରୁ ବିଗତ ଦିନରେ ରହସ୍ୟ ହୋଇ ରହିଯାଇଥିବା ମାଧବିଲତା, ବେବିନା, ଇତିଶ୍ରୀ, କୁନ୍ଦୁଲି, ପିପିଲି, ସ୍ମିତାରାଣୀ, ପରୀ, ମାହାଙ୍ଗା ଡବଲ ମର୍ଡର, ଏସସିଏଫ ସୈାମ୍ୟରଂଜନ ହତ୍ୟାକାଣ୍ଡ ଭଳି ଅନେକ କ୍ଷେତ୍ରରେ ତାଙ୍କ ପରିବାରବର୍ଗଙ୍କୁ ନ୍ୟାୟ ମିଳିପାରିନାହିଁ । ଏପରି ସ୍ଥିତିରେ ମନ୍ତ୍ରୀ ଶ୍ରୀ ମିଶ୍ରଙ୍କୁ ତୁରନ୍ତ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ସହ ଗିରଫ କରାଯିବା ନିହାତି ଆବଶ୍ୟକ ବୋଲି ଶ୍ରୀ ମହାନ୍ତି ଦାବୀ କରିଛନ୍ତି ।
ଏଭଳି କୁତ୍ସିତ ଓ ଜଘନ୍ୟ ଘଟଣାରେ ସଂପୃକ୍ତ ଥିବା ମନ୍ତ୍ରୀ ଶ୍ରୀ ମିଶ୍ରଙ୍କ ବହିଷ୍କାର ଓ ଗିରଫ ଦାବୀରେ ସାଧାରଣ ଜନତାଙ୍କ ସହ ମିଶି ବିଜେପିର ମହିଳା ଓ ଯୁବ କାର୍ଯ୍ୟକର୍ତାମାନେ ରାଜ୍ୟର ବିଭିନ୍ନ ସ୍ଥାନରେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ସାଧାରଣ ସଂପାଦକ ରବି ନାଏକ ଏବଂ ଡ.ଲେଖାଶ୍ରୀ ସାମନ୍ତସିଂହାର ଉପସ୍ଥିତ ଥିଲେ ।

Related News
satta king tw