Top Stories

Search here...

News

ମମିତା ହତ୍ୟାକାଣ୍ଡର ନିରପେକ୍ଷ ତଦନ୍ତ ପାଇଁ ଗୃହରାଷ୍ଟ୍ର ମନ୍ତ୍ରୀଙ୍କୁ ବରଖାସ୍ତ କର : ଏ.ଆଇ.ଏସ୍.ଏଫ୍

Posted On - 2 minutes ago
Edited By Prabir Kumar
LAST UPDATED Oct 21, 2021 10:36 AM

ଘଣାର ନୀରପେକ୍ଷ ତଦନ୍ତ ପାଇଁ ଗୃହ ରାଷ୍ଟ୍ର ମନ୍ତ୍ରୀ ପଦରୁ କ୍ଯାପ୍ଟେନ ଦିବ୍ୟ ଶଂକର ମିଶ୍ରଙ୍କୁ ଅବିଳମ୍ଵେ ବରଖାସ୍ତ ପାଇଁ ଏଆଇଏସ୍ଏଫ୍ ଓଡିଶା ରାଜ୍ଯ ପରିଷଦ ପକ୍ଷରୁ ମାଷ୍ଟରକ୍ଯାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀ ଓ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। 

 

 

BBSR Reporters

 

 

ଭୁବନେଶ୍ଵର: : କଳାହାଣ୍ଡି ଜିଲ୍ଲା ସନସାଇନ୍ ସ୍କୁଲ୍ ଅଧ୍ୟକ୍ଷା ମମିତା ମେହେର ନିଖୋଜ, ଉକ୍ତ ଘରୋଇ ଶିକ୍ଷାନୁଷ୍ଠାନରେ ଅନେକ କେଲେଙ୍କାରୀ, ପରିବାରବର୍ଗଙ୍କ ଏତଲାକୁ ପୋଲିସ ଗୁରୁତ୍ଵ ନଦେବା, ହତ୍ଯାକାରୀ ସହ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ଯାପ୍ଟେନ ଦିବ୍ୟ ଶଂକର ମିଶ୍ରଙ୍କ ଘନିଷ୍ଟତା ଦେଖିବାକୁ ମିଳିଛି। ଘଣାର ନୀରପେକ୍ଷ ତଦନ୍ତ ପାଇଁ ଗୃହ ରାଷ୍ଟ୍ର ମନ୍ତ୍ରୀ ପଦରୁ କ୍ଯାପ୍ଟେନ ଦିବ୍ୟ ଶଂକର ମିଶ୍ରଙ୍କୁ ଅବିଳମ୍ଵେ ବରଖାସ୍ତ ପାଇଁ ଏଆଇଏସ୍ଏଫ୍ ଓଡିଶା ରାଜ୍ଯ ପରିଷଦ ପକ୍ଷରୁ ମାଷ୍ଟରକ୍ଯାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀ ଓ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। 

 

 

ସହ ଗୃହ ରାଷ୍ଟ୍ର ମନ୍ତ୍ରୀ କ୍ଯାପ୍ଟେନ ଦିବ୍ୟ ଶଂକର ମିଶ୍ରଙ୍କ ଘନିଷ୍ଟତା ଦେଖିବାକୁ ମିଳିଛି। ଘଣାର ନୀରପେକ୍ଷ ତଦନ୍ତ ପାଇଁ ଗୃହ ରାଷ୍ଟ୍ର ମନ୍ତ୍ରୀ ପଦରୁ କ୍ଯାପ୍ଟେନ ଦିବ୍ୟ ଶଂକର ମିଶ୍ରଙ୍କୁ ଅବିଳମ୍ଵେ ବରଖାସ୍ତ ପାଇଁ ଏଆଇଏସ୍ଏଫ୍ ଓଡିଶା ରାଜ୍ଯ ପରିଷଦ ପକ୍ଷରୁ ମାଷ୍ଟରକ୍ଯାଣ୍ଟିନ ଛକରେ ବିକ୍ଷୋଭ ପ୍ରଦର୍ଶନ ସହ ମୁଖ୍ୟମନ୍ତ୍ରୀ ଓ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ କୁଶପୁତ୍ତଳିକା ଦାହ କରାଯାଇଛି। 

 

ଏହି ହତ୍ଯା ଘଟଣାରେ ଗୋଟିଏ ଘରୋଇ ଶିକ୍ଷାନୁଷ୍ଠାନର କେଲେଙ୍କାରୀ ଲୋକଲୋଚନକୁ ଆସିଥିବା ବେଳେ ଅନେକ କଲେଜର କେଲେଙ୍କାରୀକୁ ପ୍ରଭାବଶାଳୀ ରାଜନେତା,ଅଧିକାରୀ ଓ ପୋଲିସ ଚପାଇ ଦେଉଛନ୍ତି। ସେ ଘରୋଇ ସ୍କୁଲକୁ ମନ୍ତ୍ରୀ ବାରମ୍ୱାର ଯିବା ଓ ମୋଟା ଅଙ୍କର ଅନୁଦାନ ଦିଆଯିବା ତଥା ସ୍କୁଲ୍ ମାଲିକ ଗୋବିନ୍ଦ ସାହୁ ସହ ଗୃହରାଷ୍ଟ୍ର ମନ୍ତ୍ରୀଙ୍କ ଘନିଷ୍ଠତା ଅଣଦେଖା କରାଯିବା ଉଚିତ୍ ନୁହେଁ। ରାଜ୍ୟରେ ମହିଳାମାନଙ୍କ ସୁରକ୍ଷାକୁ ନେଇ ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

 

 

ଏହି ପୃଷ୍ଠଭୁମିରେ ନିହତ ଅଧ୍ଯପିକାଙ୍କ ପରିଵାରକୁ ଅନ୍ଯୁନ ୨କୋଟି ଟଙ୍କାର କ୍ଷତିପୂରଣ ପ୍ରଦାନ, ତାଙ୍କ ପରିଵାରରୁ ଅନ୍ଯୁନ ଜଣକୁ ସରକାରୀ ଚାକିରୀ, ହତ୍ଯାକାଣ୍ଡର ରାଜନୈତିକ ପୃଷ୍ଠ ପୋଷକତା,ଘରୋଇ କଲେଜ ମାନଙ୍କରେ ଚାଲିଥିଵା କେଲେଙ୍କାରୀ ଉପରେ ତଦନ୍ତ ସହ ଏହାର ପୁନରାଵୃତ୍ତି ନହେଵା ଵ୍ଯଵସ୍ଥା ପାଇଁ ଵିଚାର ଵିଭାଗୀୟ ତଦନ୍ତ ପାଇଁ ଏଆଇଏସଏଫ୍ ପକ୍ଷରୁ ଦୃଢ ଦାଵି କରିଵା ସହ ଏଆଇଏସ୍ଏଫ୍ ଏହି ଦାଵି ନେଇ ରାଜ୍ଯଵ୍ଯାପୀ ଆନ୍ଦୋଳନ ହେଵ ଵୋଲି ଏଆଇଏସ୍ଏଫ୍ ପକ୍ଷରୁ  ଚେତାଵନୀ ଦିଆ ଯାଇଛି ।

 


ଏହି ଵିକ୍ଷୋଭ ଏଆଇଏସଏଫ୍ ରାଜ୍ଯ ଯୁଗ୍ମ ସମ୍ପାଦକ ଵିଵେକ କ୍ରୀଷ୍ଣା,ରାଜ୍ଯ ପରିଷଦ ସଦସ୍ଯ ମନୋରଞ୍ଜନ ରାଉତ,ରଶ୍ମୀ ରଞ୍ଜନ ପଣ୍ଡା,ରାଜାରାମ ଡୋଙ୍ଗ୍ରୀ,କଵିତା ପଲକିଆ,ଜଗଦୀଶ ଦୁର୍ଗାଙ୍କ ସମେତ ଛାତ୍ରଛାତ୍ରୀମାନେ ଅଂଶଗ୍ରହଣ କରିଥିଲେ।

Related News
satta king tw