Top Stories

Search here...

News

ଚାଷୀଙ୍କ ପାଇଁ ନୁହଁ, ମିଲରଙ୍କ ସ୍ୱାର୍ଥ ପାଇଁ ମୁଖ୍ୟମନ୍ତ୍ରୀ ତତ୍ପର: ପ୍ରଦୀପ ପୁରୋହିତ

Posted On - 1 week ago
Edited By Team BbsrReporters
LAST UPDATED Oct 20, 2021 11:47 PM

ଧାନ କିଣାରେ ଅବ୍ୟବସ୍ଥା ନେଇ ବିଜେଡିର ମିଛ ଅଭିଯୋଗର ପର୍ଦ୍ଦାଫାଶ ହୋଇଛି ବୋଲି ବିଜେପି ଅଭିଯୋଗ କରିଛି ।

 

 

BBSR Reporters

 

 

ଭୁବନେଶ୍ୱର: ରାଜ୍ୟ ସରକାର ଉଷୁନା ଚାଉଳକୁ ନେଇ ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଚିଠି ଲେଖିଥିଲେ । ସେହି ଚିଠିରୁ ପ୍ରମାଣିତ ହେଉଛି ଯେ ବିଜେଡି ସରକାରର ମିଲରଙ୍କ ପ୍ରତି କେତେ ଦରଦ ଅଛି । ଦୁଇମାସ ତଳେ ଏ ନେଇ କେନ୍ଦ୍ର ସରକାର ବୈଠକ କରିଥିଲେ, ହେଲେ ଦୁଇ ମାସ ପରେ କାହିଁକି ଚିଠି ଲେଖିଲେ ମୁଖ୍ୟମନ୍ତ୍ରୀ ବୋଲି କୃଷକ ମୋର୍ଚ୍ଚା ସଭାପତି ଶ୍ରୀ ପ୍ରଦୀପ ପୁରୋହିତ ପ୍ରଶ୍ନ କରିଛନ୍ତି ।

 

 

ଚାଷୀଙ୍କ ପାଇଁ ରାଜ୍ୟ ସରକାରଙ୍କ ଆନ୍ତରିକତା ନାହିଁ । ଗତ ରବି ଋତୁରେ ୭୦୦୦ ଚାଷୀଙ୍କ ଟୋକନ୍ ଲାପ୍‌ସ ହୋଇଗଲା । ବସ୍ତା ପରିବହନ ସକାଶେ ଲେବରମାନଙ୍କ ପାଇଁ କେନ୍ଦ୍ର ଦେଉଥିବା ୨୨୦୦କୋଟି ଟଙ୍କା ମିଲରଙ୍କ ସହାୟତାରେ ଲୁଟ୍ କରିଛନ୍ତି ରାଜ୍ୟ ସରକାର । ଚାଷୀଙ୍କ ପାଇଁ କେନ୍ଦ୍ର କରିଥିବା କିଷାନ ସମ୍ମାନନିଧି ଯୋଜନାରେ ଚାଷୀଙ୍କ ତଥ୍ୟ ଦେଲେନି । ଚାଷୀ ନିର୍ଦ୍ଧାରିତ ମୂଲ୍ୟ ଠାରୁ କମ୍ ଦାମରେ ଧାନ ବିକୁଛନ୍ତି । କଟନୀ ଛଟନୀ ନାଁରେ ମିଲର ଧାନ ଉଠାଉଛନ୍ତି କିନ୍ତୁ ରାଜ୍ୟ ସରକାର ଚୁପ୍ ବୋଲି ଶ୍ରୀ ପୁରୋହିତ ଅଭିଯୋଗ କରିଛନ୍ତି ।

 

 

ସମଗ୍ର ରାଜ୍ୟରେ ଚାଷୀ ଆକ୍ରୋଶ ସୃଷ୍ଟି ହୋଇଛି ତେଣୁ ଆଗକୁ ପଂଚାୟତ ନିର୍ବାଚନ ଥିବାରୁ ଭୟଭୀତ ରାଜ୍ୟ ସରକାର କେନ୍ଦ୍ରକୁ ଦୋଷ ଦେବାକୁ ଚେଷ୍ଟା କରୁଛନ୍ତି ବୋଲି ଶ୍ରୀ ପୁରୋହିତ କହିଛନ୍ତି ।
ରାଜ୍ୟ ସରକାର ସବୁଠୁ ଚାଷୀଙ୍କୁ ଗୁରୁତ୍ୱ ଦେଉଥିବା କହି କୁମ୍ଭୀର କାନ୍ଦଣା କାନ୍ଦୁଥିବା ବେଳେ ବାସ୍ତବ ଚିତ୍ର କିନ୍ତୁ ସମ୍ପୂର୍ଣ୍ଣ ଓଲଟା । କୃଷକଙ୍କ ପାଇଁ ସରକାରୀ ଯୋଜନା ପରିହାସ ସଦୃଶ ହୋଇଥିବା ବେଳେ ରାଜ୍ୟରେ ରାଜ୍ୟ ସରକାରଙ୍କ ଅବ୍ୟବସ୍ଥା ପାଇଁ ଚାଷୀ ଦୁର୍ଦ୍ଦଶା ଅସମ୍ଭାଳ ହେବାରେ ଲାଗିଛି । ଦେଖିବାକୁ ଗଲେ ରାଜ୍ୟ ସରକାରଙ୍କ ଟୋକନ୍ ଓ ଟାର୍ଗେଟ୍ ବ୍ୟବସ୍ଥା କାରଣରୁ ଚାଷୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଯାଇଛି । ଏହି ବ୍ୟବସ୍ଥା ଫଳରେ ରାଜ୍ୟର ବିଭିନ୍ନ ସ୍ଥାନରେ ମଣ୍ଡିରେ ହଜାର ହଜାର କ୍ୱିଂଟାଲ୍ ଧାନ ପଡି ରହି ନଷ୍ଟ ହେଉଛି ଏବଂ ଚାଷୀ ହତାଶ ହୋଇ ଅସହାୟ ମନେକରୁଛନ୍ତି ।

 

 

ଦୀର୍ଘ ୨୧ବର୍ଷ ଶାସନ ବ୍ୟବସ୍ଥାରେ ରହିବା ପରେ ମଧ୍ୟ ରାଜ୍ୟରେ ଧାନ ସଂରକ୍ଷଣର ବ୍ୟବସ୍ଥା ନାହିଁ । ଯାହାର ପରିଣାମ ଓଡିଶାର ଗାଁ ଗଣ୍ଡାର ଚାଷୀ ଭୋଗୁଛନ୍ତି । ସେମାନଙ୍କ ଆର୍ଥିକ ମେରୁଦଣ୍ଡ ରାଜ୍ୟ ସରକାରଙ୍କ ଅବ୍ୟବସ୍ଥା ଯୋଗୁଁ ଭୁଷୁଡି ପଡିଛି । ଧାନ କିଣିନପାରି ରାଜ୍ୟ ସରକାର ପର ଘର ତିଅଣରେ ଅତିଥି ସତ୍କାର କରୁଛନ୍ତି ଧାନ କିଣିପାରୁନାହାଁନ୍ତି । ଧାନର ସଂରକ୍ଷଣ ପାଇଁ ଭିତିଭୂମି ପ୍ରସ୍ତୁତି ନକରି ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ଉପରେ ଦୋଷ ଲଦୁଛନ୍ତି ଶ୍ରୀ ପୁରୋହିତ ଅଭିଯୋଗ କରିଛନ୍ତି ।

 

 

ଚାଷୀଙ୍କ ପ୍ରତି କୁମ୍ଭୀର କାନ୍ଦଣା କାନ୍ଦୁଥିବା ବିଜେଡି ପକ୍ଷରୁ କୁହାଯାଉଛି ଯେ ଏଫସିଆଇ ରାଜ୍ୟକୁ ଦେବାକୁ ଥିବା ୬ହଜାର ୫୭୦କୋଟି ଟଙ୍କାର ଖାଦ୍ୟ ସବସିଡି ବିଲ୍ ଦେଉନାହିଁ ଏବଂ ଏଫସିଆଇ ଗୋଦାମରୁ ଅଣବାସୁମତି ଚାଉଳ ଉଠାଉନାହିଁ । ତେବେ ଏଫସିଆଇ ହିଁ ବିଜେଡିର ବାସ୍ତବରୁ ଦୂରରେ ଥିବା ମିଛ ପରିକଳ୍ପନାକୁ ଧରିଛି । ବିଜେଡିର ଚାଷୀ ବିରୋଧୀ ନୀତି, ଖାଦ୍ୟ ସବସିଡିର ପ୍ରତିପୂରଣ ନଦେବା ଏବଂ ଅଣବାସୁମତି ଚାଉଳ ନଉଠାଇବା ମିଥ୍ୟା ତଥ୍ୟର ପର୍ଦ୍ଦାଫାସ କରିଛି ଏଫସିଆଇ ଏବଂ ଅଧିକାରୀ ସ୍ତରରେ ଥିବା ତଥ୍ୟ ଗୁଡିକୁ ମଧ୍ୟ ସାମ୍ନାକୁ ଆଣିଛି ବୋଲି ବିଜେପି କହିଛି।

Related News
satta king tw