Top Stories

Search here...

News

‘ସରକାର ଗଢ଼ିବା ପାଇଁ ଦେଶ ଚଳାଇବା’ କୃଷି ଆଇନକୁ ନେଇ ବିରୋଧୀଙ୍କୁ ମୋଦିଙ୍କ ଟାର୍ଗେଟ

Posted On - 2 weeks ago
Edited By Team BbsrReporters
LAST UPDATED Oct 22, 2021 03:06 AM

ଯେଉଁମାନେ ଆଗରୁ ଏପରି ଆଇନ ହେଉ ବୋଲି ମୁଖ୍ୟମନ୍ତ୍ରୀମାନଙ୍କ ପାଖରେ ଦାବି କରୁଥିଲେ ଆଇନ ହେଲା ପରେ ସେମାନେ ଏବେ ବିରୋଧ କରୁଛନ୍ତି । ଏହା ହେଉଛି ‘ବୌଦ୍ଧିକ ଅସାଧୁତା ଓ ରାଜନୈତିକ ଧୋକାବାଜି’ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି ।

 

BBSR Reporters


ନୂଆଦିଲ୍ଲୀ: ଭାରତରେ କୃଷି ଆଇନକୁ ବିରୋଧ କରି ମାସ ମାସ ଧରି ଚାଲିଥିବା କୃଷକ ଆନେ୍ଦାଳନ ଉପରେ ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମୁହଁ ଖୋଲିଛନ୍ତି ।  ‘ଓପନ ମାଗାଜିନ’କୁ ଦେଇଥିବା ଏକ ସାକ୍ଷାତ୍କାରରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଯେଉଁମାନେ ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରୁଛନ୍ତି ସେମାନଙ୍କ ଭିତରେ ‘ବୌଦ୍ଧିକ ଅସାଧୁତା ଓ ରାଜନୈତିକ ଛଳନା’ ସ୍ପଷ୍ଟ ଦେଖିବାକୁ ମିଳୁଛି ।

 

ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ବିମୁଦ୍ରୀକରଣଠାରୁ ଆରମ୍ଭ କରି କୃଷି ଆଇନ ପ୍ରବର୍ତ୍ତନ ପର୍ଯ୍ୟନ୍ତ ସେ ଖୁବ୍ ଜରୁରୀ ଅଥଚ ସାହସିକ ପଦକ୍ଷେପ ନେଇଛନ୍ତି । କିନ୍ତୁ ଏହାର ପରିଣାମକୁ ଦେଖିଲା ପରେ ସେ ବିଚଳିତ ହୋଇନାହାନ୍ତି କି? ଏହାର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଲେ ଯେ, ବିଗତ ସରକାରଙ୍କର ମାତ୍ର ଗୋଟିଏ ଆଦର୍ଶ ଥିଲା- ସରକାର ଗଢ଼ିବା ପାଇଁ ଦେଶ ଚଳାଇବା । ମାତ୍ର ମୋର ମୌଳିକ ଚିନ୍ତାଧାରା ଅଲଗା । ମୁଁ ବିଶ୍ୱାସ କରେ, ଦେଶ ଗଢ଼ିବା ପାଇଁ ସରକାର ଚଳାଇବା । କୃଷି ଆଇନ ସପକ୍ଷରେ ପ୍ରଧାନମନ୍ତ୍ରୀ କହିଲେ ଯେ, ତାଙ୍କ ସରକାର କ୍ଷୁଦ୍ର ଚାଷୀମାନଙ୍କ ସଶକ୍ତୀକରଣ ଚାହେଁ । 


ଆମେ ସରକାର ଆରମ୍ଭରୁ କହିଆସୁଛନ୍ତି, ଯେଉଁମାନେ ଆଇନକୁ ବିରୋଧ କରୁଛନ୍ତି ସେମାନେ ଆସନ୍ତୁ । ଯେଉଁ ପଏଣ୍ଟ ଉପରେ ସେମାନଙ୍କ ମତପାର୍ଥକ୍ୟ ଅଛି ତାହା ଉପରେ ଆଲୋଚନା କରିବା ଏବଂ ଆଲୋଚନା ମାଧ୍ୟମରେ ହିଁ ସମସ୍ୟାର ସମାଧାନ କରିବା । ବହୁ ବୈଠକ ଓ ଆଲୋଚନା ହେଲାଣି, କିନ୍ତୁ ଆଜିଯାଏ କେହି ହେଲେ ନିର୍ଦ୍ଧିଷ୍ଟ ପଏଣ୍ଟ ଉପସ୍ଥାପନ କରିନାହାନ୍ତି, ଯାହାକୁ ସେମାନେ ବିରୋଧ କରୁଛନ୍ତି । ଯେଉଁମାନେ ଆଗରୁ ଏପରି ଆଇନ ହେଉ ବୋଲି ମୁଖ୍ୟମନ୍ତ୍ରୀମାନଙ୍କ ପାଖରେ ଦାବି କରୁଥିଲେ ଆଇନ ହେଲା ପରେ ସେମାନେ ଏବେ ବିରୋଧ କରୁଛନ୍ତି । ଏହା ହେଉଛି ‘ବୌଦ୍ଧିକ ଅସାଧୁତା ଓ ରାଜନୈତିକ ଧୋକାବାଜି’ ।

 

ପ୍ରଧାନମନ୍ତ୍ରୀ ପୁଣି କହିଲେ ଯେ, ତାହା ଜିଏସ୍ଟି ବା ଆଧାର ହେଉ ବା ନୂତନ ପାର୍ଲାମେଣ୍ଟ ଭବନ ତିଆରି- ସବୁକୁ ବିରୋଧ କରିବା ଭିତରେ ‘ରାଜନୈତିକ ଛଳନା’ ଦେଖିବାକୁ ମିଳେ । ଯେଉଁମାନେ ଏହାକୁ ବିରୋଧ କରୁଛନ୍ତି, ଏହା ପଛରେ ସେମାନଙ୍କର ବ୍ୟକ୍ତିଗତ ସ୍ୱାର୍ଥ ଅଛି, ଦେଶର ସ୍ୱାର୍ଥ ନାହିଁ । ମୁଁ ସମସ୍ତଙ୍କୁ କହିଆସୁଛି ଯେ ‘ମୋଦୀ ସଫଳ ହେଲା କି ବିଫଳ ତାହା ପ୍ରସଙ୍ଗ ନୁହେଁ, ଦେଶ ସଫଳ ହେଲା କି ନା ତାହା ପ୍ରସଙ୍ଗ ହେବା ଉଚିତ ।’ ଓପନ ମାଗାଜିନକୁ ଦେଇଥିବା ସାକ୍ଷାତ୍କାରରେ ମୋଦୀ ଆହୁରି କହିଥିଲେ ଯେ, ସେ ସମାଲୋଚନାକୁ ସ୍ୱାଗତ କରନ୍ତି ଏବଂ ତାଙ୍କ ସମାଲୋଚକମାନଙ୍କୁ ସ୍ୱଚ୍ଛ ମନରେ ବହୁତ ସମ୍ମାନ କରନ୍ତି । କିନ୍ତୁ ସମାଲୋଚକ କାହାନ୍ତି? ସମାଲୋଚକଙ୍କ ସଂଖ୍ୟା ଆଜିକାଲି ବହୁତ କମ୍ । ଖାଲି ତୁଚ୍ଛା ଅଭିଯୋଗ କରୁଥିବା ଲୋକଗୁଡ଼ିଏ ଦେଖିବାକୁ ମିଳୁଛନ୍ତି । କାରଣ ସମାଲୋଚନା କରିବାକୁ ହେଲେ ପ୍ରସ୍ତୁତି ଦରକାର, ବହୁତ ପରିଶ୍ରମ କରିବା ଦରକାର, ଗବେଷଣା କରିବା ଦରକାର । ସେଥିପାଇଁ ଲୋକଙ୍କର ସମୟ ନାହିଁ । ତେଣୁ ମୁଁ ପ୍ରାୟତଃ ସମାଲୋଚକ ଦେଖିବାକୁ ପାଉନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।ନୂଆଦିଲ୍ଲୀ: ଭାରତରେ କୃଷି ଆଇନକୁ ବିରୋଧ କରି ମାସ ମାସ ଧରି ଚାଲିଥିବା କୃଷକ ଆନେ୍ଦାଳନ ଉପରେ ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମାଦୀ ‘ଓପନ ମାଗାଜିନ’କୁ ଦେଇଥିବା ଏକ ସାକ୍ଷାତ୍କାରରେ କହିଛନ୍ତି, ଯେଉଁମାନେ ସରକାରଙ୍କ ନୂତନ କୃଷି ଆଇନକୁ ବିରୋଧ କରୁଛନ୍ତି ସେମାନଙ୍କ ଭିତରେ ‘ବୌଦ୍ଧିକ ଅସାଧୁତା ଓ ରାଜନୈତିକ ଛଳନା’ ସ୍ପଷ୍ଟ ଦେଖିବାକୁ ମିଳୁଛି ।


ସାଧାତ୍କାରରେ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ବିମୁଦ୍ରୀକରଣଠାରୁ ଆରମ୍ଭ କରି କୃଷି ଆଇନ ପ୍ରବର୍ତ୍ତନ ପର୍ଯ୍ୟନ୍ତ ସେ ଖୁବ୍ ଜରୁରୀ ଅଥଚ ସାହସିକ ପଦକ୍ଷେପ ନେଇଛନ୍ତି । କିନ୍ତୁ ଏହାର ପରିଣାମକୁ ଦେଖିଲା ପରେ ସେ ବିଚଳିତ ହୋଇନାହାନ୍ତି କି? ଏହାର ଉତ୍ତରରେ ପ୍ରଧାନମନ୍ତ୍ରୀ କହିଲେ ଯେ, ବିଗତ ସରକାରଙ୍କର ମାତ୍ର ଗୋଟିଏ ଆଦର୍ଶ ଥିଲା- ସରକାର ଗଢ଼ିବା ପାଇଁ ଦେଶ ଚଳାଇବା । ମାତ୍ର ମୋର ମୌଳିକ ଚିନ୍ତାଧାରା ଅଲଗା । ମୁଁ ବିଶ୍ୱାସ କରେ, ଦେଶ ଗଢ଼ିବା ପାଇଁ ସରକାର ଚଳାଇବା । କୃଷି ଆଇନ ସପକ୍ଷରେ ପ୍ରଧାନମନ୍ତ୍ରୀ କହିଲେ ଯେ, ତାଙ୍କ ସରକାର କ୍ଷୁଦ୍ର ଚାଷୀମାନଙ୍କ ସଶକ୍ତୀକରଣ ଚାହେଁ । ସରକାର ଆରମ୍ଭରୁ କହିଆସୁଛନ୍ତି, ଯେଉଁମାନେ ଆଇନକୁ ବିରୋଧ କରୁଛନ୍ତି ସେମାନେ ଆସନ୍ତୁ । ଯେଉଁ ପଏଣ୍ଟ ଉପରେ ସେମାନଙ୍କ ମତପାର୍ଥକ୍ୟ ଅଛି ତାହା ଉପରେ ଆଲୋଚନା କରିବା ଏବଂ ଆଲୋଚନା ମାଧ୍ୟମରେ ହିଁ ସମସ୍ୟାର ସମାଧାନ କରିବା । ବହୁ ବୈଠକ ଓ ଆଲୋଚନା ହେଲାଣି, କିନ୍ତୁ ଆଜିଯାଏ କେହି ହେଲେ ନିର୍ଦ୍ଧିଷ୍ଟ ପଏଣ୍ଟ ଉପସ୍ଥାପନ କରିନାହାନ୍ତି, ଯାହାକୁ ସେମାନେ ବିରୋଧ କରୁଛନ୍ତି । ଯେଉଁମାନେ ଆଗରୁ ଏପରି ଆଇନ ହେଉ ବୋଲି ମୁଖ୍ୟମନ୍ତ୍ରୀମାନଙ୍କ ପାଖରେ ଦାବି କରୁଥିଲେ ଆଇନ ହେଲା ପରେ ସେମାନେ ଏବେ ବିରୋଧ କରୁଛନ୍ତି । ଏହା ହେଉଛି ‘ବୌଦ୍ଧିକ ଅସାଧୁତା ଓ ରାଜନୈତିକ ଧୋକାବାଜି’ ।

 

ପ୍ରଧାନମନ୍ତ୍ରୀ ପୁଣି କହିଲେ ଯେ, ତାହା ଜିଏସ୍ଟି ବା ଆଧାର ହେଉ ବା ନୂତନ ପାର୍ଲାମେଣ୍ଟ ଭବନ ତିଆରି- ସବୁକୁ ବିରୋଧ କରିବା ଭିତରେ ‘ରାଜନୈତିକ ଛଳନା’ ଦେଖିବାକୁ ମିଳେ । ଯେଉଁମାନେ ଏହାକୁ ବିରୋଧ କରୁଛନ୍ତି, ଏହା ପଛରେ ସେମାନଙ୍କର ବ୍ୟକ୍ତିଗତ ସ୍ୱାର୍ଥ ଅଛି, ଦେଶର ସ୍ୱାର୍ଥ ନାହିଁ । ମୁଁ ସମସ୍ତଙ୍କୁ କହିଆସୁଛି ଯେ ‘ମୋଦୀ ସଫଳ ହେଲା କି ବିଫଳ ତାହା ପ୍ରସଙ୍ଗ ନୁହେଁ, ଦେଶ ସଫଳ ହେଲା କି ନା ତାହା ପ୍ରସଙ୍ଗ ହେବା ଉଚିତ ।’ ଓପନ ମାଗାଜିନକୁ ଦେଇଥିବା ସାକ୍ଷାତ୍କାରରେ ମୋଦୀ ଆହୁରି କହିଥିଲେ ଯେ, ସେ ସମାଲୋଚନାକୁ ସ୍ୱାଗତ କରନ୍ତି ଏବଂ ତାଙ୍କ ସମାଲୋଚକମାନଙ୍କୁ ସ୍ୱଚ୍ଛ ମନରେ ବହୁତ ସମ୍ମାନ କରନ୍ତି । କିନ୍ତୁ ସମାଲୋଚକ କାହାନ୍ତି? ସମାଲୋଚକଙ୍କ ସଂଖ୍ୟା ଆଜିକାଲି ବହୁତ କମ୍ । ଖାଲି ତୁଚ୍ଛା ଅଭିଯୋଗ କରୁଥିବା ଲୋକଗୁଡ଼ିଏ ଦେଖିବାକୁ ମିଳୁଛନ୍ତି । କାରଣ ସମାଲୋଚନା କରିବାକୁ ହେଲେ ପ୍ରସ୍ତୁତି ଦରକାର, ବହୁତ ପରିଶ୍ରମ କରିବା ଦରକାର, ଗବେଷଣା କରିବା ଦରକାର । ସେଥିପାଇଁ ଲୋକଙ୍କର ସମୟ ନାହିଁ । ତେଣୁ ମୁଁ ପ୍ରାୟତଃ ସମାଲୋଚକ ଦେଖିବାକୁ ପାଉନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।
 

Related News
satta king tw