Top Stories

Search here...

News

୨୦ ତାରିଖ ସୁଦ୍ଧା ଫେରିବ ମୌସୁମୀ: ସକ୍ରିୟ ହେଉଛି ପଶ୍ଚିମା ଓ ଉତ୍ତର-ପଶ୍ଚିମ ପବନ

Posted On - 2 weeks ago
Edited By Team BbsrReporters
LAST UPDATED Oct 22, 2021 01:30 AM

ଆସନ୍ତା ୫ ତାରିଖ ଆଡ଼କୁ ଗୁରୁଚାପ ବଳୟ ବିକଶିତ ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ଭାରତର ସୀମାନ୍ତ ଅଞ୍ଚଳଗୁଡ଼ିକରେ ବାୟୁମଣ୍ଡଳର ଆର୍ଦ୍ରତା ହ୍ରାସ ପାଇବ ଓ ବର୍ଷା ପରିମାଣ କମିଯିବ ।

 

BBSR Reporters


ଭୁବନେଶ୍ୱର : ଉତ୍ତର-ପଶ୍ଚିମ ଭାରତର ବାୟୁମଣ୍ଡଳର ନିମ୍ନଭାଗରୁ ମଧ୍ୟଭାଗ ମଧ୍ୟରେ ପଶ୍ଚିମା ଓ ଉତ୍ତର-ପଶ୍ଚିମ ପବନ ବହିବା ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି । ଆସନ୍ତା ୫ ତାରିଖ ଆଡ଼କୁ ଗୁରୁଚାପ ବଳୟ ବିକଶିତ ହେବାର ସମ୍ଭାବନା ରହିଛି । ଏହା ପ୍ରଭାବରେ ଉତ୍ତର-ପଶ୍ଚିମ ଭାରତର ସୀମାନ୍ତ ଅଞ୍ଚଳଗୁଡ଼ିକରେ ବାୟୁମଣ୍ଡଳର ଆର୍ଦ୍ରତା ହ୍ରାସ ପାଇବ ଓ ବର୍ଷା ପରିମାଣ କମିଯିବ । ଫଳରେ ଉତ୍ତର-ପଶ୍ଚିମ ଭାରତର କିଛି କିଛି ସ୍ଥାନରୁ ଅକ୍ଟୋବର ୬ ତାରିଖରୁ ମୌସୁମୀ ପ୍ରତ୍ୟାବର୍ତ୍ତନ ପ୍ରକ୍ରିୟା ଆରମ୍ଭ ହୋଇଯିବ । 

 

ଦେଶରୁ ମୌସୁମୀ ଫେରିବା ପ୍ରକ୍ରିୟା ୧ ମାସ ୬ ଦିନ ପରେ ଆରମ୍ଭ ହୋଇଥିବା ବେଳେ ରାଜ୍ୟରୁ ବି ମୌସୁମୀ ବିଳମ୍ବରେ ଫେରିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ କୁହାଯାଇଛି । ଅକ୍ଟୋବର ୨୦ସୁଦ୍ଧା ଓଡ଼ିଶାରୁ ମୌସୁମୀ ଫେରିବା ପ୍ରକ୍ରିୟା ଆରମ୍ଭ ହୋଇଯିବ ବୋଲି ଜଣାପଡ଼ିଛି ।


ଅପରପକ୍ଷେ ରାଜ୍ୟରେ ଏବେ ମୌସୁମୀ ସକ୍ରିୟ ରହିଥିବାରୁ ଆସନ୍ତା ୨ଦିନ ବିଭିନ୍ନ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି । ଆଜି ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, କନ୍ଧମାଳ, ନୟାଗଡ଼, କଟକ, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ୱର, ଭଦ୍ରକ ଓ ଯାଜପୁର ଆଦି ଜିଲ୍ଲାର କେତେକ ସ୍ଥାନରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷା ହୋଇପାରେ ।

 

ସେହିଭଳି ୪ ତାରିଖ ଦିନ ବାଲେଶ୍ୱର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, କଟକ, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ମାଲକାନଗିରି, କୋରାପୁଟ, ରାୟଗଡ଼ା, କନ୍ଧମାଳ, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ବିଜୁଳି, ଘଡ଼ଘଡ଼ି ସହ ବର୍ଷାର ସମ୍ଭାବନା ରହିଛି । ଏଥିସହ ଆଜି ରାଜଧାନୀ ସମେତ ଏହାର ଆଖପାଖ ଅଞ୍ଚଳରେ ପାଗ ଆଂଶିକ ମେଘୁଆ ରହିବ । ଦିନର ସର୍ବୋଚ୍ଚ ତାପମାତ୍ରା ୩୫ ଡିଗ୍ରି ଓ ସର୍ବନିମ୍ନ ତାପମାତ୍ରା ୨୫ଡିଗ୍ରି ରହିବ ବୋଲି କେନ୍ଦ୍ର କହିଛି ।
 

Related News
satta king tw