Top Stories

Search here...

News

ପ୍ରତିିଶ୍ରୁତି ପୂରଣ କରିବାରେ ବିଫଳ ହୋଇଛନ୍ତି ସରକାର: ରାକେଶ ଟିକାୟତ

Posted On - 3 minutes ago
Edited By Team BbsrReporters
LAST UPDATED Sep 27, 2021 07:11 PM

ତିନି ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିକୁ ନେଇ ଆରମ୍ଭ ହୋଇଥିବା କୃଷକ ଆନେ୍ଦାଳନକୁ ଆଜି ବର୍ଷେ ପୁରିଥିବା ବେଳେ ଆଜି ସାରା ଦେଶରେ ବନ୍ଦ ପାଳନ ହେଉଛି । 

 

BBSR Reporters


ନୂଆଦିଲ୍ଲୀ: ତିନି ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର କରିବା ଦାବିକୁ ନେଇ ଆରମ୍ଭ ହୋଇଥିବା କୃଷକ ଆନେ୍ଦାଳନକୁ ଆଜି ବର୍ଷେ ପୁରିଛି । ଏକବର୍ଷ ପୂର୍ତ୍ତି ଅବସରରେ ଆଜି ସଂଯୁକ୍ତ କିଷାନ୍ ମୋର୍ଚ୍ଚା ପକ୍ଷରୁ ଭାରତ ବନ୍ଦ ଡାକରା ଦେଇଥିବା ବେଳେ ସାରା ଭାରତରେ ଏହାର ପ୍ରଭାବ ପଡିଛି । ଭାରତ ବନ୍ଦ ସମୟରେ କୃଷି ଆଇନ ପ୍ରତ୍ୟାହାର ଦାବି ଆଗକୁ ଜାରି ରହିବ ବୋଲି କହିଛନ୍ତି ଭାରତୀୟ କିଷାନ୍ ୟୁନିୟନ୍’ର  ନେତା ରାକେଶ ଟିକାୟତ ।


ଟିକାୟତ କହିଛନ୍ତି,  ଯୋଗୀ ସରକାର ନିଜର ପ୍ରତିଶ୍ରୁତି ପୂରଣ କରିନାହାଁନ୍ତି । ଯୋଗୀ ଆଦିତ୍ୟନାଥ ପ୍ରତିଶ୍ରୁତି ଦେଇଥିଲେ କି ସେ ଆଖୁ ମୂଲ୍ୟ ୩୭୫ରୁ ୪୫୦ଟଙ୍କାକୁ ବୃଦ୍ଧି କରିବେ । ହେଲେ ସେ ଏହାକୁ ମାତ୍ର ୨୫ଟଙ୍କାକୁ ବୃଦ୍ଧି କରିଛନ୍ତି । ସେ ଚାଷୀ ସମ୍ମୁଖୀନ ହୋଇଥିବା କ୍ଷତିର ହିସାବ ଦେବା ଉଚିତ୍ । ସରକାର ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି । ଫସଲଗୁଡିକ ଏମଏସପି(ସର୍ବନିମ୍ନ ସମର୍ଥନ ମୂଲ୍ୟ) ହାରରେ ବିକ୍ରି ହେଉନାହିଁ  ।

 

ଆଜି  ହରିୟାଣାର କୁରୁକ୍ଷେତ୍ର ଅନ୍ତର୍ଗତ ଶାହାବାଦ୍ରେ ପ୍ରତିବାଦକାରୀ କୃଷକମାନେ ଦିଲ୍ଲୀ-ଅମୃତସର ଜାତୀୟ ରାଜପଥ ଅବରୋଧ କରିଥିଲେ । କୃଷକମାନଙ୍କ ପ୍ରତିବାଦ ହେତୁ, ଉତ୍ତର ପ୍ରଦେଶରୁ ଦିଲ୍ଲୀର ଗାଜିପୁର ସୀମାନ୍ତକୁ ଯାନବାହନ ଚଳାଚଳ ବାଧାପ୍ରାପ୍ତ ହୋଇଥିଲା । ଲାଲ୍ କିଲ୍ଲାର ଦୁଇଟି ‘କ୍ୟାରେଜ୍ୱେ’ ବନ୍ଦ ରହିଥିଲା । ସେହିପରି, ‘ଦିଲ୍ଲୀ ମେଟ୍ରୋ ରେଲ୍ କର୍ପୋରେସନ୍’ ପଣ୍ଡିତ ଶ୍ରୀରାମ ଶର୍ମା ମେଟ୍ରୋ ଷ୍ଟେସନ୍ର ପ୍ରବେଶ ଓ ପ୍ରସ୍ଥାନ ଫାଟକ ବନ୍ଦ ରଖାଯାଇଥିଲା ।


 

Related News
satta king tw