Top Stories

Search here...

News

 ଅବକାରୀ ଚଢ଼ାଉ: ୭୦୦ ଲିଟର ଦେଶୀ ମଦ, ୬୦୦୦ ଲିଟର ପୋଚ ଜବତ, ୧୦ ଗିରଫ

Posted On - 5 minutes ago
Edited By Team BbsrReporters
LAST UPDATED Nov 09, 2021 02:52 PM

ସାଲିଆସାହିର ୪ଟି ବସ୍ତିରେ ଅଚାନକ ମିଳିତଭାବେ ଚଢାଉ କରି ୧୦ ଜଣଙ୍କୁ ଗିରଫ କରିବା ସହ ବହୁ ମଦ ତିଆରି ସାମଗ୍ରୀ, ୭୦୦ ଲିଟର ମଦ ଓ ୬୦୦୦ ଲିଟର ପୋଚ ଜବତ କରାଯାଇଛି ।

 

BBSR Reporters

 


ଭୁବନେଶ୍ୱର: ପୋଲିସ ଓ ଅବକାରୀ ବିଭାଗ ଟିମ ସାଲିଆସାହିରେ ବାରମ୍ବାର ଚଢ଼ାଉ ସତ୍ତ୍ୱେ ବେଆଇନ୍ ମଦ ଭାଟି ଗଢ଼ି ଚାଲିଛି । ବେପାରୀମାନେ ଜେଲ୍ରୁ ଫେରି ପୁଣି କାରବାର ଚଳାଉଛନ୍ତି । ଯାହାଫଳରେ ବସ୍ତିରେ ଅପରାଧ ଓ ଅପରାଧିଙ୍କ ସଂଖ୍ୟା ବୃଦ୍ଧି ପାଉଛି । ତେଣୁ ପୋଲିସ ଓ ଅବକାରୀ ଟିମ୍ ବାରମ୍ବାର ବସ୍ତିରେ ଚଢ଼ାଉ କରି ମଦ ଭାଟିକୁ ଭାଙ୍ଗି ଚାଲିଛି । ସେହିକ୍ରମରେ ଗତ ଦୁଇ ଦିନ ହେବ ସାଲିଆସାହିର ବିଭିନ୍ନ ବସ୍ତିରେ ମଦ ଭାଟି ଚାଲୁଥିବା ଖବର ପାଇ ସୋମବାର ଭୁବନେଶ୍ୱର ଅବକାରୀ ପୋଲିସ ସାଲିଆସାହିରେ ଚଢ଼ାଉ କରି ୪ଟି ମଦ ଭାଟିକୁ ଭାଙ୍ଗି ୧୦ ଜଣଙ୍କୁ ଗିରଫ କରିଛି । ଘଟଣା ସ୍ଥଳରୁ ବହୁ ମଦ ତିଆରି ସାମଗ୍ରୀ ଜବତ କରିବା ସହ ୭୦୦ ଲିଟର ଦେଶୀ ମଦ, ୬୦୦୦ ଲିଟର ପୋଚକୁ ଜବତ କରାଯାଇଛି ।

 


ସାଲିଆସାହିରେ ବାରମ୍ବାର ଚୋରା ମଦ ଭାଟି ଚାଲୁଥିବା ଖବର ଭୁବନେଶ୍ୱର ଅବକାରୀ ଥାନା ଅଧିକାରୀ ବିକାଶ ନାୟକ ଜାଣିବାକୁ ପାଇଥିଲେ । ଖବର ପାଇବା ପରେ ଭୁବନେଶ୍ୱର ଟିମ୍ ଓ କଟକ ଡ଼ିଆଇବି ଟିମ ମିଳିତଭାବେ ଅଚାନକ ଚଢ଼ାଉ କରିଥିଲେ । ସାଲିଆସାହିର ୪ଟି ବସ୍ତିରେ ଅଚାନକ ମିଳିତଭାବେ ଚଢାଉ କରି ୧୦ ଜଣଙ୍କୁ ଗିରଫ କରିବା ସହ ବହୁ ମଦ ତିଆରି ସାମଗ୍ରୀ, ୭୦୦ ଲିଟର ମଦ ଓ ୬୦୦୦ ଲିଟର ପୋଚ ଜବତ କରାଯାଇଛି । ସମସ୍ତ ଅଭିଯୁକ୍ତଙ୍କୁ ସୋମବାର କୋର୍ଟ ଚାଲାଣ କରାଯାଇଛି ।  
 

Related News
satta king tw