Top Stories

Search here...

News

୩ ହଜାରକୁ ଖସିଲା ସଂକ୍ରମିତଙ୍କ ସଂଖ୍ୟା; ରାଜ୍ୟରୁ ଆଉ ୪୩ ଜୀବନ ନେଲା କରୋନା

Posted On - 14 hours ago
Edited By Team BbsrReporters
LAST UPDATED Jun 22, 2021 12:16 AM

୪୩ ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ଆକ୍ରାନ୍ତଙ୍କ ମୃତ୍ୟ ହୋଇଥିବା ବେଳେ ବରଗଡ଼ ଓ କଟକରୁ ୫ ଲେଖାଏଁ ଆଖି ବୁଜିଛନ୍ତି ।

 

BBSR Reporters


ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇ ୩ ହଜାରକୁ ଖସି ଆସିଛି । ହେଲେ ଏବେବି ମୃତ୍ୟୁ ସଂଖ୍ୟାରେ ରୋକ ଲାଗିପାରି ନାହିଁ । ରାଜ୍ୟରେ ବିଗତ ୨୪ ଘଣ୍ଟାରେ ୩୦୩୧ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ରାଜ୍ୟରୁ ଆଉ ୪୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ରାଜ୍ୟରେ କରୋନାଜନିତ ମୃତ୍ୟୁସଂଖ୍ୟା ୩୬୩୩କୁ ବୃଦ୍ଧି ପାଇଛି ।


ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ  କ୍ୱାରେଣ୍ଟାଇନରୁ ୧୭୩୮ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୨୯୩ ହେଉଛି ଲୋକାଲ କେସ୍ । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୮୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୨୯୫, ବାଲେଶ୍ୱରରୁ ୨୯୦, ଭଦ୍ରକରୁ ୧୩୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୮ ଲକ୍ଷ ୮୦ ହଜାର ୫୩୩ରେ ପହଞ୍ଚଛି ।

 

 ସେହିପରି ଅନୁଗୁଳରୁ ୧୨୧ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ , ବରଗଡ଼ରୁ ୩୯ ବଲାଙ୍ଗିରରୁ ୩୦, ବୌଦ୍ଧରୁ ୪୦, , ଦେବଗଡ଼ରୁ ୧୧ ଓ ଢେଙ୍କାନାଳରୁ ୯୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାବାଦ ଗଜପତି ଜିଲ୍ଲାରୁ ୨୫, ଗଂଜାମରୁ ୨୬, ଜଗତସିଂହପୁରରୁ ୧୦୭, ଯାଜପୁରରୁ ୨୨୬, ଝାରସୁଗୁଡ଼ାରୁ ୧୭, କଳାହାଣ୍ଡିରୁ ୩୯, କନ୍ଧମାଳରୁ ୩୮, କେନ୍ଦ୍ରାପଡ଼ାରୁ ୧୧୮, କେନ୍ଦୁଝରରୁ ୬୮, କୋରାପୁଟରୁ ୬୮, ମାଲକାନଗିରିରୁ ୪୩, ମୟୂରଭଂଜରୁ ୧୬୭, ନବରଙ୍ଗପୁରରୁ ୬୩, ନୟାଗଡ଼ରୁ ୧୪୦, ନୂଆପଡ଼ାରୁ ୨୦, ପୁରୀରୁ ୧୮୦, ରାୟଗଡ଼ାରୁ ୪୪, ସମ୍ବଲପୁରରୁ ୩୦, ସୁବର୍ଣ୍ଣପୁରରୁ ୨୨, ସୁନ୍ଦରଗଡ଼ରୁ ୮୦ ଓ ଷ୍ଟେଟପୁଲରୁ ୭୮ ପଜିଟିଭ ଚିହ୍ନଟ ହୋଇଛନ୍ତି । 

 

ମୃତକଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭ ଆକ୍ରାନ୍ତଙ୍କ ମୃତ୍ୟ ହୋଇଥିବା ବେଳେ ବରଗଡ଼ ଓ କଟକରୁ ୫ ଲେଖାଏଁ ଆଖି ବୁଜିଛନ୍ତି । ଝାରସୁଗୁଡ଼ା ଓ ପୁରୀରୁ ୪ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ବେଳେ ଗଂଜାମ ଓ କୋରାପୁଟରୁ ୩ ଜଣ ଲେଖାଏଁ, ବଲାଙ୍ଗିର, ବୌଦ୍ଧ, ସମ୍ବଲପୁର, ସୁନ୍ଦରଗଡ଼ରୁ ୨ ଜଣ ଲେଖାଏଁ,କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, ରାୟଗଡ଼ାରୁ ଜଣେ ଲେଖାଏଁ ପ୍ରାଣ ହରାଇଛନ୍ତି । 

 

ଖୋର୍ଦ୍ଧା ଜିଲ୍ଲାରେ ମୋଟ  ମୃତକଙ୍କ ସଂଖ୍ୟା ୫୭୫ରେ ପହଞ୍ଚିଥିବା ବେଳେ ବରଗଡ଼ରେ ୯୫ ଓ କଟକରେ ମୃତ୍ୟୁ ସଂଖ୍ୟା ୨୪୨ରେ ପହଞ୍ଚିଛି । ଝାରସୁଗୁଡ଼ାରେ ଓ ପୁରୀ ଜିଲ୍ଲାରେ ମୃତ୍ୟୁ ସଂଖ୍ୟା ଯଥାକ୍ରମେ ୧୧୩ ଓ ୨୦୦ କୁ ବୃଦ୍ଧି ପାଇଥିବା ବେଳେ ଗଂଜାମରେ ୩୧୫ ଓ କୋରାପୁଟରେ ୫୪ ପହଞ୍ଚିଛି ମୃତ୍ୟୁ ସଂଖ୍ୟା । ସେହିପରି ବଲାଙ୍ଗିର, ବୌଦ୍ଧ, ସମ୍ବଲପୁର, ସୁନ୍ଦରଗଡ଼ରେ ମୃତ୍ୟୁ ସଂଖ୍ୟା ଯଥାକ୍ରମେ ୮୦, ୭୭, ୧୦୪, ୩୩୦ରେ ପହଞ୍ଚିଥିବା ବେଳେ କଳାହାଣ୍ଡି, କନ୍ଧମାଳ, କେନ୍ଦ୍ରାପଡ଼ା, ରାୟଗଡ଼ାରୁ ମୃତକଙ୍କ ସଂଖ୍ୟା ଯଥାକ୍ରମେ ୧୬୫, ୪୬, ୭୩ ଓ ୧୪୪ ରହିଛି । 
 
 

Related News
satta king tw